ETV Bharat / bharat

ମଧ୍ୟପ୍ରାଚ୍ୟ ଆକାଶରେ ଯୁଦ୍ଧର କଳାବାଦଲ, ସଙ୍କଟରେ 10 ଲକ୍ଷ ଭାରତୀୟ !

author img

By

Published : Jan 9, 2020, 9:44 AM IST

ଇରାନ ଆମେରିକା ଉଚିତ ଶିକ୍ଷା ଦେବା ପାଇଁ ନିଜର ସମସ୍ତ ଶକ୍ତି ସାମର୍ଥ୍ୟ ଅନୁସାରେ ପ୍ରହାର କରୁଛି ।  ଦୁଇ ଦେଶ ମଧ୍ୟରେ ଏଭଳି ପରିସ୍ଥିତି ପରେ ତିନି ଦଶନ୍ଧି ପରେ ପୁଣି ଥରେ ଇରାନ-ଇରାକ ସମେତ ସମଗ୍ର ମଧ୍ୟ ପ୍ରାଚ୍ୟରେ ରହୁଥିବା ଭାରତୀୟଙ୍କ ଉପରେ ସଂକଟର ବାଦଲ ଘେରିଯାଇଛି । ଅଧିକ ପଢନ୍ତୁ...

us-iran-tension
ଡିଜାଇନ ଫଟୋ

ନୂଆଦିଲ୍ଲୀ: ପ୍ରତିଶୋଧର ନିଆଁରେ ଜଳୁଛି ଇରାନ । ମଧ୍ୟପ୍ରାଚ୍ୟ ପାଲଟିବାକୁ ଯାଉଛି ଯୁଦ୍ଧକ୍ଷେତ୍ର । ଇରାନ-ଆମେରିକା ମଧ୍ୟରେ କଳହ ଏକ ଭୟଙ୍କର ସଙ୍ଘର୍ଷ ଆଡକୁ କ୍ଷୀପ୍ର ଗତିରେ ଗତି କରୁଛି । ଶୁକ୍ରବାର ଆମେରିକାର ଡ୍ରୋନ ଆକ୍ରମଣରେ ଇରାନ ସେନା କମାଣ୍ଡର କାସିମ୍‌ ସୁଲେମାନୀ ନିଧନ ହେବା ଦିନରୁ କୁହୁଳୁଥିବା ନିଆଁ ଏବେ ପ୍ରଳୟ ରୂପ ଧାରଣ କରିବାରେ ଲାଗୁଛି । ଇରାନ ଆମେରିକା ଉଚିତ ଶିକ୍ଷା ଦେବା ପାଇଁ ନିଜର ସମସ୍ତ ଶକ୍ତି ସାମର୍ଥ୍ୟ ଅନୁସାରେ ପ୍ରହାର କରୁଛି । ଦୁଇ ଦେଶ ମଧ୍ୟରେ ଏଭଳି ପରିସ୍ଥିତି ପରେ ତିନି ଦଶନ୍ଧି ପରେ ପୁଣି ଥରେ ଇରାନ-ଇରାକ ସମେତ ସମଗ୍ର ମଧ୍ୟ ପ୍ରାଚ୍ୟରେ ରହୁଥିବା ଭାରତୀୟଙ୍କ ଉପରେ ସଂକଟର ବାଦଲ ଘେରିଯାଇଛି ।

us-iran-tension
ଡିଜାଇନ ଫଟୋ

ସୂଚନା ଯେ, ଆଜକୁ ଠିକ୍‌ 30 ବର୍ଷ ପୂର୍ବେ ଇରାକ କୁଏତ ଉପରେ ଆକ୍ରମଣ କରିଥିଲା । ସେହି ସମୟରେ ସେଠାରେ ରହୁଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବରେ ଭାରତ ପ୍ରତ୍ୟାବର୍ତ୍ତନ ପାଇଁ ଏୟାର ଇଣ୍ଡିଆର ବିମାନ 58 ଦିନ ଅବିରତ 488 ଉଡାଣ ଭରିଥିଲା । ପାଖାପାଖି 1 ଲକ୍ଷ 70 ହଜାର ଲୋକଙ୍କୁ ଏୟାରଲିପ୍ଟ କରାଯାଇଥିଲା । ଏହା ବିଶ୍ବର ସବୁଠାରୁ ବଡ ରେସ୍କ୍ୟୁ ଅପରେସନ ଥିଲା ।

ବର୍ତ୍ତମାନ ପୁଣି ଥରେ ସମାନ ଧରଣର ବିପତ୍ତି ଭାରତ ସରକାର ଓ ଭାରତୀୟଙ୍କ ସମ୍ମୁଖରେ ଦଣ୍ଡାୟମାନ ହେଲା ଭଲି ପ୍ରତୀୟମାନ ହେଉଛି । ଇରାନରୁ ୟୁକ୍ରେନ ଯାଉଥିବା ବିମାନ ଦୁର୍ଘଟଣା ହେବା ପରେ ଏହି ଆଶଙ୍କା ଦୃଢ ଭାବରେ ଘନୀଭୂତ ହେବାରେ ଲାଗିଛି । ଏହି ବିମାନ କ୍ରାସ ପଛରେ ଆମେରିକାର ହାତ ଥିବା ସନ୍ଦେହ କରାଯାଉଛି । ଏହି ଦୁର୍ଘଟଣାରେ 170 ଯାତ୍ରୀ ପ୍ରାଣ ହରାଇଛନ୍ତି ।

ଏହି ବିମାନ ଦୁର୍ଘଟଣା ପଛରେ ଆମେରିକା ହାତ ଥିବା 1988 ମସିହାର ଏକ ଘଟଣା ସ୍ପଷ୍ଟ କରୁଛି । 1988ରେ ଏହି ଭଳି ଭାବରେ ଆମେରିକା ଏକ ବିମାନକୁ ମାରି ଖସାଇଦେଇଥିଲା । ଏହାକୁ ନେଇ ଆମେରିକା କ୍ଷମାପ୍ରାର୍ଥନା ମଧ୍ୟ କରିନଥିଲା । ଏହାପରେ ଇରାନ ଆଇସିଜେ ପାଖରେ ଏହି ଘଟଣାକୁ ଉପସ୍ଥାପନ ମଧ୍ୟ କରିଥିଲା । ଆମେରିକାର ଏହି ଆଟାର୍କରେ 10 ଭାରତୀୟଙ୍କ ସମେତ 280 ଯାତ୍ରୀ ପ୍ରାଣ ହରାଇଥିଲେ । ଆମେରିକା-ଇରାନ ମଧ୍ୟରେ ଜାରି ରହିଥିବା ତିକ୍ତତା ଓ ଶତ୍ରୁତା ମଧ୍ୟରେ ଭାରତ ନିଜ ବିମାନମାନଙ୍କ ଉଡାଣକୁ ନେଇ ନିର୍ଦ୍ଦେଶନାମା ଜାରି କରି ଇରାନ ଆକାଶମାର୍ଗ ବ୍ୟବହାର ନ କରିବା ପାଇଁ ଆଦେଶ ଦେଇଛି ।

ଆମେରିକା କାରଣରୁ ଏହି ଉତ୍ତେଜନାମୂଳକ ପରିସ୍ଥିତି କେବଳ ଇରାକ-ଇରାନ କିମ୍ବା ଆମେରିକା ମଧ୍ୟରେ ଅନୁଭୂତ ହେବ ନାହିଁ ସମଗ୍ର ମଧ୍ୟପ୍ରାଚ୍ୟରେ ଏହାର ପ୍ରଭାବ ଅନୁଭୂତ ହେବ । ଇରାନ-ଆମେରିକା ମଧ୍ୟରେ ଝଗଡାକୁ ନେଇ ସମଗ୍ର ମଧ୍ୟପ୍ରାଚ୍ୟ ଦୁଇ ଭାଗରେ ବାଣ୍ଟି ହୋଇଯାଇଛି । ସୂଚନା ଅନୁସାରେ ମଧ୍ୟପ୍ରାଚ୍ୟରେ ମୋଟ 18 ଦେଶ ରହିଛନ୍ତି । ଇରାନ, ଇରାକ,ୟେମନ, ୟୁଏଇ, ତୁର୍କୀ, ସିରିୟା, ସାଉଦି ଆରବ, କତାର, ଫିଲିସ୍ତିନ, ଓମାନ, ଲେବାନନ, କୁଏତ,ଜୋର୍ଡାନ, ଇସ୍ରାଏଲ, ମିଶ୍ର, ସାଇପ୍ରସ, ବାହାରିନ, ଓ ଅକ୍ରୋତିରି ସାମିଲ ରହିଛନ୍ତି । ଏହି ଦେଶ ମାନଙ୍କରେ ପାଖାପାଖି 10 ଲକ୍ଷ ଭାରତୀୟ ରହିଥିବା ସୂଚନା ରହିଛି ।

ଇରାନ-ଆମେରିକା ମଧ୍ୟରେ ସୃଷ୍ଟି ହୋଇଥିବା ଏହି ଝଡ ଫଳରେ 10 ଲକ୍ଷ ଭାରତୀୟଙ୍କ ଧନଜୀବନ ଉପରେ ବିପଦ ମାଡି ବସିବ । ଏହି ମାମଲାରେ ଭାରତ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି । ଏହାସହ ଲଗାତାର ଭାବରେ ନିର୍ଦ୍ଦେଶନାମା ଜାରି କରୁଛନ୍ତି । ସୂଚନା ଯୋଗ୍ୟଯେ, ଇରାନରେ 4273 ଭାରତୀୟ ଓ ଇରାକରେ ପାଖାପାଖି 10 ହଜାର ଭାରତୀୟ କାମ କରୁଛନ୍ତି ।

ୟୁଏଇରେ ପାଖାପାଖି 31054486 ଭାରତୀୟ ରହୁଥିବା ସୂଚନା ରହିଛି । ଦ୍ବିତୀୟ ସ୍ଥାନରେ ସାଉଦି ଆରବ ରହିଛି ଯେଉଁଠାରେ 2814568 ଭାରତୀୟ ରହିଛନ୍ତି । ତୃତୀୟସ୍ଥାନରେ କୁଏତ ରହିଛି, ଯେଉଁଠାରେ 929903 ଭାରତୀୟ ରହିଛନ୍ତି । ଏହାବାଦ ବାହାରିନ, ଇସ୍ରାଏଲ, ଜୋର୍ଡାନ, ୟେମନ, ଇରାକ, ଲେବାନନ, ସାଇପ୍ରସ, ଇରାନ, ମିଶ୍ର, ତୁର୍କୀ, ସିରିଆ ଓ ଫିଲିସ୍ତିନରେ ରହିଛନ୍ତି । ଏହି ସଂଖ୍ୟା ଭାରତ ସରକାର 2018ରେ ଏହି ଦେଶମାନଙ୍କରେ ରହୁଥିବା ଭାରତୀୟଙ୍କ ସୂଚନା ଆଧାରରେ ପ୍ରଦାନ କରିଥିଲେ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.