ଅମରାବତୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗାମୀ ଏପ୍ରିଲ ମାସରେ ଆରମ୍ଭ ହେବାକୁ ଯାଉଛି ରାଷ୍ଟ୍ରୀୟ ନାଗରିକ ପଞ୍ଜିକା ତଥା NPR ପ୍ରକ୍ରିୟା । ହେଲେ ଏହି ଏନପିଆର ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଆନ୍ଧ୍ରପ୍ରଦେଶ କ୍ୟାବିନେଟ । ସଂଖ୍ୟାଲଘୁ ସମ୍ପ୍ରଦାୟ ଏଥିପାଇଁ ଚିନ୍ତା କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି ମନ୍ତ୍ରୀ ପର୍ନି ନାନି ।
ଏନପିଆରରେ ପରିବର୍ତ୍ତନ ଆଣିବାକୁ ଦାବି କରି ଆନ୍ଧ୍ରପ୍ରଦେଶ ମନ୍ତ୍ରିମଣ୍ଡଳ ଏହି ନିଷ୍ପତ୍ତି ନେଇଛି । ଯେପର୍ଯ୍ୟନ୍ତ NPR ପରିବର୍ତ୍ତନ ପ୍ରକ୍ରିୟା ନହୋଇଛି, ସେଯାଏଁ ଏହାକୁ ବନ୍ଦ କରିବାକୁ କ୍ୟାବିନେଟ ପକ୍ଷରୁ କୁହାଯାଇଛି । 2010 ଜନଗଣନା ପ୍ରକ୍ରିୟା ଅନୁଯାୟୀ ଏଥରବି ଜନଗଣନା କରାଯାଉ ବୋଲି କ୍ୟାବିନେଟ ଦାବି କରିଛି । ଲୋକଙ୍କ ମନରୁ ଭୟ ଦୂର କରିବା କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର କରେ ବୋଲି ମନ୍ତ୍ରୀ ପର୍ନି ନାନି ପ୍ରତିକ୍ରିୟା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ