ETV Bharat / bharat

370 ଧାରା ଉଚ୍ଛେଦ ପ୍ରସଙ୍ଗ: ଆବେଦନକାରୀଙ୍କୁ ଉତ୍ତର ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Nov 21, 2019, 4:58 PM IST

370 ଧାରା ଉଚ୍ଛେଦ ସମୟରେ ଜମ୍ମୁ କାଶ୍ମୀରରେ ଲଗାଯାଇଥିବା ବିଭିନ୍ନ ପ୍ରତିବନ୍ଧକ ଉପରେ ଉଠିଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ 370 ଧାରା ଉଚ୍ଛେଦ ପ୍ରସଙ୍ଗରେ ରାଜ୍ୟରେ ଲଗାଯାଇଥିବା ବିଭିନ୍ନ ପ୍ରତିବନ୍ଧକ ଉପରେ ଉଠିଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଫାଇଲ ଭିଡିଓ

ଜଷ୍ଟିସ ଏନଭି ରମନାଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ସାଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ପକ୍ଷ ରଖିବାକୁ କହିଛନ୍ତି । ପିଟିସନ ଦାଖଲକାରୀ ଉଠାଇଥିବା ପ୍ରତ୍ୟେକ ପ୍ରଶ୍ନର ଜବାବ ଦେବାକୁ ଜମ୍ମୁ କାଶ୍ମୀର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଖଣ୍ଡପୀଠ ମେହେଟ୍ଟାଙ୍କୁ କହିଛନ୍ତି, ଆପଣଙ୍କୁ ପିଟିସନ ଦାଖଲକାରୀ ଉଠାଇଥିବା ପ୍ରତ୍ୟେକ ପ୍ରଶ୍ନର ଦେବାକୁ ହେବ । ଆପଣଙ୍କ ପକ୍ଷରୁ ଉପସ୍ଥାପିତ ଆପିଡେଭିଡ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବ ନାହିଁ ବୋଲି ଆର ସୁଭାଷ ରେଡ୍ଡୀ ଓ ବିଆର ଗାଭାଇଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ମେହେଟ୍ଟାଙ୍କୁ ଜଣାଇଛନ୍ତି ।

ସେହିପରି ମେହେଟ୍ଟା ପିଟିସନ ଦାଖଲକାରୀ ଦର୍ଶାଇଥିବା କାରଣ ଗୁଡିକ ସଠିକ ନୁହେଁ ବୋଲି ପ୍ରକାଶ କରିଛନ୍ତି । ଏହା ସହ କୋର୍ଟରେ ଜବାବ ଦେବା ସମୟରେ ସେ ସବୁ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି । ଏହା ସହିତ ସେ ନିଜର ମତ ଉପସ୍ଥାପନ କରିବା ସମୟରେ ଜମ୍ମୁ କାଶ୍ମୀର ସ୍ଥିତି ସଂପର୍କରେ ଉଲ୍ଲେଖ କରିବେ ବୋଲି କହିଛନ୍ତି । ଆରମ୍ଭରୁ ଗୋଟିଏ ଯାଚିକା ଛଡା ତାଙ୍କ ପାଖରେ କିଛି ବି ଲମ୍ବା ମାମଲା ନ ଥିବା ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ ।

ଜମ୍ମୁ କାଶ୍ମୀରକୁ ବିରୋଧ କରୁଥିବା କୌଣସି ଘଟଣାର ଶୁଣାଣୀ କରିନାହୁଁ । କେବଳ ଅନୁରାଧା ଭାସିନ ଓ ଗୁଲାବ ନବୀ ଆଜାଦଙ୍କ ଦ୍ବାରା ଦାଖଲ କରାଯାଇଥିବା ଦୁଇଟି ପିଟିସନର ଶୁଣାଣୀ କରୁଥିବା ଖଣ୍ଡପୀଠ ପ୍ରକାଶ କରିଛି । ଯେଉଁଥିରେ ମୁକ୍ତ ଗଣମାଧ୍ୟମ ତଥା ଆନ୍ଦୋଳନ କରିବାରେ ସ୍ବାଧୀନତା କ୍ଷୁର୍ଣ୍ଣ ହୋଇଥିବା ଅଭିଯୋଗ ହୋଇଛି ।

Intro:Body:

sanhga

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.