ଚେନ୍ନାଇ: ତାମିଲନାଡୁରେ ପୁଣି ଜଣେ ଇଡ୍ଲି ଆମ୍ମା ଠାବ । କିଛିଦିନ ପୂର୍ବେ 1 ଟଙ୍କାରେ ଇମାଗଣାଡ୍ଲି ଦେଉଥିବା 80 ବର୍ଷୀୟ ବୃଦ୍ଧାଙ୍କୁ ନେଇ ଚର୍ଚ୍ଚା ହୋଇଥିଲା । ଆଉ ଏବେ ସେହିଭଳି ଆଉଜଣେ ଆମ୍ମାଙ୍କ ବିଷୟରେ ଜଣାପଡିଛି । ଯିଏ ଗରିବଙ୍କୁ ପେଟପୂରା ଇଡଲି ପ୍ଲେଟ୍ ଖାଇବାକୁ ଦେଉଛନ୍ତି । ତାହା ପୁଣି ସମ୍ପୂର୍ଣ୍ଣ ମାଗଣାରେ ।
ଏହି ଘଟଣା ହେଉଛି ତାମିଲନାଡୁ ରାମେଶ୍ବରମ୍ ର ଅଗ୍ନିତୀର୍ଥମ ଅଞ୍ଚଳର । 70 ବର୍ଷୀୟ ଜଣେ ମହିଳାଙ୍କର ରହିଛି ଇଡ୍ଲି ଦୋକାନ । ଆଉ ଇଡ୍ଲି ପ୍ଲେଟ ମୂଲ୍ୟ 30 ଟଙ୍କା । କିନ୍ତୁ ଏହି ମହିଳା ଗରିବଙ୍କୁ ମାଗଣାରେ ଇଡ୍ଲି ଖାଇବାକୁ ଦେଇଥାନ୍ତି । ଆଉ ଯାହା ପାଖରେ ଟଙ୍କା ନଥାଏ ତାଙ୍କୁ ଟଙ୍କା ମାଗି ନଥାନ୍ତି ବରଂ ମାଗଣାରେ ପେଟପୂରା ଖାଇବାକୁ ଦେଇଥାନ୍ତି । ଆଉ ଏବେ ବି ଜାଳିବା ପାଇଁ ସେ କାଠ ବ୍ୟବହାର କରୁଥିବା କଥା କହିଛନ୍ତି ।
ତେବେ ନିକଟରେ ତାମିଲନାଡୁର ପେରୁ ନିକଟବର୍ତ୍ତୀ ଭଦିଭେଲାମପଲୟମ ଗାଁରେ ରହୁଥିବା 80 ବର୍ଷୀୟ ବୃଦ୍ଧା କେ କମଲାଥଲ ମାତ୍ର ଟଙ୍କାକରେ ଇଡଲି ସହ ସମ୍ବର ଓ ଚଟଣୀ ବିକ୍ରି କରୁଥିବା ଖବର ସାମନାକୁ ଆସିଥିଲା । ଆଉ ଏହାପରେ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଉକ୍ତ ବୃଦ୍ଧାଙ୍କ ଏକ ଭିଡିଓକୁ ଟ୍ବିଟ କରି ତାଙ୍କୁ ଗୋଟିଏ ଇନ୍ଧନ ଗ୍ୟାସ ଚୁଲି ସହ ତାଙ୍କ ବ୍ୟବସାୟରେ ଟଙ୍କା ନିବେଶ କରିବାକୁ ଚାହୁଁଥିବା କଥା କହିଥିଲେ । ଖାଲି ଏତିକି ନୁହେଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ କେ କମଲାଥଲଙ୍କୁ ମାଗଣାରେ ଗ୍ୟାସ କନେକସନ୍ ମଧ୍ୟ ମିଳିଛି ।