ETV Bharat / bharat

ବନ୍ୟାଜଳରେ ଫସିଲେ ଗଜରାଜ

author img

By

Published : Aug 10, 2019, 11:25 PM IST

କର୍ଣ୍ଣାଟକର ଚମରାଜନଗର ସ୍ଥିତ ବନ୍ଦିପୁର ବ୍ୟାଘ୍ର ଅଭୟାରଣ୍ୟ ବନ୍ୟା ଯୋଗୁଁ ଜଳବନ୍ଦୀ । ଜଳର ପ୍ରବାହରେ ହାତୀଟି ଭାସିଯାଉଥିବା ବେଳେ ପରେ ନିଜକୁ ରକ୍ଷା କରିଛି । ଦେଖନ୍ତୁ ଭିଡିଓ...

ଫଟୋ ସୌଜନ୍ୟ: ଇଟିଭି ଭାରତ

ବେଙ୍ଗାଲୁରୁ: କର୍ଣ୍ଣାଟକ ବନ୍ୟା ସ୍ଥିତି ସଙ୍ଗୀନ । ଏହାର ପ୍ରକୋପରେ ରାଜ୍ୟର ଅନେକ ଅଞ୍ଚଳ ବନ୍ୟାଜଳ ଘେରରେ । ବନ୍ୟା ଯୋଗୁଁ କର୍ଣ୍ଣାଟକର ଚମରାଜନଗର ସ୍ଥିତ ବନ୍ଦିପୁର ବ୍ୟାଘ୍ର ଅଭୟାରଣ୍ୟ ମଧ୍ୟ ଜଳବନ୍ଦୀ ହୋଇଛି । ଅଭୟାରଣ୍ୟର ଚତୁଃପାର୍ଶ୍ବରେ ପାଣିର ସ୍ରୋତ ଅଧିକ ଥିବା ବେଳେ ଏହି ସମୟରେ ଗୋଟିଏ ହାତୀ ସେହି ସ୍ରୋତରେ ଫସିଯାଇଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଜଳର ପ୍ରବାହରେ ପ୍ରଥମେ ହାତୀଟି ଭାସିଯାଉଛି । କିନ୍ତୁ କୌଣସି ମତେ ନିଜକୁ ବନ୍ୟାଜଳରୁ ରକ୍ଷା କରିଛି ହାତୀଟି । ଯାହାର ଭିଡିଓଟି ଏବେ ସୋସିଆଲ ମିଡିଆରେ ଘୁରି ବୁଲଛି ।

ସୂଚନାଯୋଗ୍ୟ ଯେ, ବନ୍ୟା ପ୍ରକୋପରେ ବର୍ତ୍ତମାନ ସୁଦ୍ଧା 24 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ବ ଲୋକେ ଏଥିରେ ପ୍ରଭାବିତ ହୋଇଛନ୍ତି । ତେବେ କେବଳ ମଣିଷ ନୁହଁ ପଶୁପକ୍ଷୀ ମଧ୍ୟ ଏହାର ଶିକାର ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.