ETV Bharat / bharat

ସିଏପିଏଫ ମହାନିର୍ଦ୍ଦେଶକଙ୍କ ସହ ଗୃହମନ୍ତ୍ରୀଙ୍କ ବୈଠକ, ଯବାନଙ୍କ ସ୍ବାସ୍ଥ୍ୟରକ୍ଷା ଉପରେ ଗୁରୁତ୍ବ - ଯବାନଙ୍କ ସ୍ବାସ୍ଥ୍ୟରକ୍ଷା ଉପରେ ଗୁରୁତ୍ବ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ସମସ୍ତ ମହାନିର୍ଦ୍ଦେଶକ ମାନଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି । ଏହା ସହ କୋଭିଡ-19 ମହାମାରୀର ଏହି କଠିନ ପରିସ୍ଥିତିରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଦ୍ବାରା କରାଯାଇଥିବା କାର୍ଯ୍ୟକୁ ସେ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ...

ସିଏପିଏଫ ମହାନିର୍ଦ୍ଦେଶକଙ୍କ ସହ ଗୃହମନ୍ତ୍ରୀଙ୍କ ବୈଠକ, ଯବାନଙ୍କ ସ୍ବାସ୍ଥ୍ୟରକ୍ଷା ଉପରେ ଗୁରୁତ୍ବ

author img

By

Published : May 9, 2020, 11:47 AM IST

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ସମସ୍ତ ମହାନିର୍ଦ୍ଦେଶକ ମାନଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି । ଏହା ସହ କୋଭିଡ-19 ମହାମାରୀର ଏହି କଠିନ ପରିସ୍ଥିତିରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଦ୍ବାରା କରାଯାଇଥିବା କାର୍ଯ୍ୟକୁ ସେ ପ୍ରଶଂସା କରିଛନ୍ତି । ମହାମାରୀ ସମୟରେ ସମସ୍ତ ଯବାନଙ୍କୁ ଅତି ସତର୍କତା ସହକାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଉଲ୍ଲେଖଯୋଗ୍ୟ, ନିକଟରେ ପାରାମିଲିଟାରୀ ବ୍ୟାଚର ଅନେକ ସୈନିକ କୋରୋନା ପଜିଟିଭ୍ ଥିବା ଦେଖିବାକୁ ମିଳିଥିଲା ​​। ଦୁଇ ଦିନ ପୂର୍ବେ ଯୋଧପୁରରେ ଅନେକ ବିଏସଏଫ ଯବାନ କୋରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ଏହି ବୈଠକରେ ଗୃହମନ୍ତ୍ରୀ କହିଛନ୍ତି ଯେ ମୋଦି ସରକାର କେବଳ କୋଭିଡ-19 ସଂକ୍ରମଣକୁ ନେଇ ଚିନ୍ତିତ ନାହାଁନ୍ତି ବରଂ ସମସ୍ତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ କର୍ମଚାରୀଙ୍କ ସୁରକ୍ଷା ତଥା ସୁସ୍ଥତା ପାଇଁ ମଧ୍ୟ ପ୍ରତିଶ୍ରୁତିବଦ୍ଧ । ଗୃହମନ୍ତ୍ରୀ ପ୍ରତ୍ୟେକ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀରେ COVID-19 ଦ୍ବାରା ସଂକ୍ରମିତ ଯବାନଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧରେ ପଚାରିବୁଝିଥିଲେ ।

ବୈଠକରେ କୋରୋନା ମହାମାରୀକୁ ରୋକିବା ପାଇଁ ପ୍ରତ୍ୟେକ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଦ୍ବାରା ନିଆଯାଇଥିବା ଅଭିନବ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହା ସହିତ ମେସର ବ୍ୟବସ୍ଥାରେ ପରିବର୍ତ୍ତନ କରିବା ଏବଂ ଆୟୁଷ ମନ୍ତ୍ରଣାଳୟର ଗାଇଡଲାଇନ ଅନୁଯାୟୀ, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ତଥା ସୁରକ୍ଷାକର୍ମୀଙ୍କ ବୟସ ଓ ସେମାନଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ତଥା ଉପଯୁକ୍ତ ପରିଚାଳନା ସୁନିଶ୍ଚିତ କରିବା ଭଳି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.