ETV Bharat / bharat

ଅଲୱର ଗଣଦୁଷ୍କର୍ମ ମାମଲା: ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପି - rajasthan

ବହୁଚର୍ଚ୍ଚିତ ଅଲୱର ଗଣଦୁଷ୍କର୍ମ ମାମଲାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଇସ୍ତଫା ଦାବି କରିଛି ବିଜେପି । ଅଲୱର ଗଣଦୁଷ୍କର୍ମ ମାମଲାକୁ ନଜରରେ ରଖି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍‌ ନଥିବା ଦର୍ଶାଇ ରବିବାର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଦଳ ।

ଫାଇଲ ଫଟୋ
author img

By

Published : May 13, 2019, 8:28 AM IST

ଜୟପୁର: ବହୁ ଚର୍ଚ୍ଚିତ ଅଲ୍‌ୱର ଗଣଦୁଷ୍କର୍ମ ମାମଲାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଇସ୍ତଫା ଦାବି କରିଛି ବିଜେପି । ଅଲୱର ଗଣଦୁଷ୍କର୍ମ ମାମଲାକୁ ନଜରରେ ରଖି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍‌ ନଥିବା ଦର୍ଶାଇ ରବିବାର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଦଳ । ଏହା ସହ ଏହି ଘଟଣାକୁ ବିଜେପି ନିନ୍ଦା କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ତେବେ କେବଳ ଏହି ଗୋଟିଏ ଘଟଣା ନୁହେଁ ରାଜସ୍ଥାନରେ ଆହୁରି ଅନେକ ଏପରି ଘଟଣା ଘଟୁଛି ବୋଲି ସେ ଦର୍ଶାଇଛନ୍ତି । ଏହା ସହ ଗତ 4 ମାସ ଭିତରେ 46 ଟି ଦୁଷ୍କର୍ମ ଓ 27ଟି ଅତ୍ୟାଚାର ମାମଲା ଦଳିତଙ୍କ ଉପରେ ହୋଇଥିବା ବିଜେପି କହିବା ସହ ଗେହଲଟଙ୍କ ଇସ୍ତଫା ଦାବି କରିଛି ।

ସେହିପରି ଏଠାରେ ମେ 6ରେ ନିର୍ବାଚନ ହେବାକୁ ଥିବାରୁ ଏହି ଘଟଣାକୁ ପ୍ରଥମେ ଚପା ଯାଇଥିବା ଦର୍ଶାଇ ବିଜେପି ଦୁଃଖ ପ୍ରକାଶ କରିଛି । ଅନ୍ୟପଟେ ଏହି ଘଟଣାକୁ ନେଇ ବିଏସପି ସୁପ୍ରିମୋ ମାୟାବତୀଙ୍କୁ ଘେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜସ୍ଥାନରେ ଜଣେ ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବାବେଳେ ଦଳିତ ନେତା କହୁଥିବା ମାୟାବତୀ କାହିଁକି ଏ ପର୍ଯ୍ୟନ୍ତ ରାଜସ୍ଥାନ ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରିନାହାଁନ୍ତି ବୋଲି ମୋଦି କହିଛନ୍ତି ।

ସେପଟେ ମାୟାବତୀ ଏହି ଘଟଣାକୁ ରାଜନୀତିକରଣ ନ କରିବାକୁ ସେ ମୋଦିଙ୍କୁ ପରାମର୍ଶ ଦେବା ସହ ବିଜେପି ସମୟରେ ହୋଇଥିବା ଏପରି ଅନେକ ଘଟଣା ପାଇଁ ପ୍ରଥମେ ମୋଦି ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି ।

ସୂଚନା ଥାଉକି, ଏପ୍ରିଲ 26 ତାରିଖରେ ନିଜ ସ୍ବାମୀ ସହ ଯାଉଥିବା ଜଣେ ଦଳିତ ମହିଳାଙ୍କୁ 5 ଜଣ ଯୁବକ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।

Intro:Body:

prabir 1

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.