ଜୟପୁର: ଦିନେ ଦୁଷ୍କର୍ମ ପୀଡିତା ବୋଲି ସମାଜ ନାନା ସମାଲୋଚନା କରୁଥିଲା । ହେଲେ ଦୁଷ୍କର୍ମ ପୀଡିତା ଜଣେ ପୋଲିସ କର୍ମଚାରୀ ହେବାକୁ ଯାଉଛନ୍ତି । ଯାହା ବର୍ତ୍ତମାନ ରାଜସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ।
ରାଜସ୍ଥାନର ଅଲବରରେ ଜଣେ 19ବର୍ଷିୟ ମହିଳାଙ୍କୁ ତାଙ୍କ ସ୍ବାମୀ ଆଗରେ ଗଣଦୁଷ୍କର୍ମ କରାଯାଇଥିଲା । ସେ ସମୟରେ ଜଣେ ଅଭିଯୁକ୍ତ ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଯେଉଁ ଘଟଣାକୁ ନେଇ ସେ ସମୟରେ ରାଜସ୍ଥାନଙ୍କୁ ଘେରିଥିଲେ ବିରୋଧି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ପରେ ପିଡିତା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ନ୍ୟାୟ ଦାବି କରିଥିଲେ । ଘଟଣାର ତଦନ୍ତ କରି ନ୍ୟାୟ ଦେବାକୁ ପ୍ରତିଶୃତି ଦେଇଥିଲେ ରାହୁଲ । ପରେ ମହିଳା ସରକାରୀ ଚାକିରିଟିଏ ପାଇଁ ମଧ୍ୟ ଦାବି କରିଥିଲେ । ମହିଳାଙ୍କ ଦାବିକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ତାଙ୍କୁ ରାଜସ୍ଥାନ ପୋଲିସରେ ମହିଳା କନେଷ୍ଟବଳ ପାଇଁ ଚୟନ କରାଯାଇଛି । ସେ ଖୁବ୍ ଶିଘ୍ର ରାଜସ୍ଥାନ ପୋଲିସରେ ଯୋଗ ଦେବାକୁ ଯାଉଛନ୍ତି ।