ETV Bharat / bharat

କେରଳ: ବିମାନରେ କୋରୋନା ଆକ୍ରାନ୍ତ, ଉଡାଣ ପୂର୍ବରୁ ଓହ୍ଲାଇଲେ 289 ଯାତ୍ରୀ - ଉଡାଣ ଭରିବା ପୂର୍ବରୁ ଓହ୍ଲାଇଲେ ଯାତ୍ରୀ

ଦୁବାଇ ଯିବାକୁ ଥିବା ଏକ ଫ୍ଲାଇଟରୁ ପାଖାପାଖି 289 ଯାତ୍ରୀଙ୍କୁ ଉଡାଣ ଭରିବା ପୂର୍ବରୁ ଓହ୍ଲାଇ ଦିଆଯାଇଛି । ଫ୍ଲାଇଟରେ ଯିବାକୁ ଥିବା ଜଣେ ବ୍ରିଟିଶ ନାଗରିକ କୋରୋନା ଭାଇରସ ରିପୋର୍ଟ ପଜିଟିଭ ଜଣାପଡିଥିଲା ।

corona virus patient
ବିମାନରେ କୋରୋନା ଆକ୍ରାନ୍ତ ଚିହ୍ନଟ
author img

By

Published : Mar 15, 2020, 8:18 PM IST

ଚେନ୍ନାଇ: ସାରା ବିଶ୍ବ ସମେତ ଭାରତରେ ମଧ୍ୟ କୋରୋନା ଭାଇରସ ଆତଙ୍କ ଖେଳାଇ ଥିବାବେଳେ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବହୁ ସତର୍କତା ଅବଲମ୍ବନ କରାଯାଉଛି । ଏପରିକି ଲୋକେ ମଧ୍ୟ ଏହାକୁ ନେଇ ଖୁବ ସଚେତନ ଅଛନ୍ତି । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କେରଳର କୋଚି ଏୟାରପୋର୍ଟରେ ।

ଫ୍ଲାଇଟରେ ଯିବାକୁ ଥିବା ଜଣେ ବ୍ରିଟିଶ ନାଗରିକ କୋରୋନା ଭାଇରସ ରିପୋର୍ଟ ପଜେଟିଭ ଜଣାପଡିଥିଲା । ଯାହାଫଳରେ ଦୁବାଇ ଯିବାକୁ ଥିବା ଏକ ଫ୍ଲାଇଟରୁ ପାଖାପାଖି 289 ଯାତ୍ରୀଙ୍କୁ ଉଡାଣ ଭରିବା ପୂର୍ବରୁ ଓହ୍ଲାଇ ଦିଆଯାଇଛି ।

କୋଚି ଅନ୍ତର୍ଜାତୀୟ ବିମାନ ବନ୍ଦରର ପ୍ରବକ୍ତା କହିଛନ୍ତି ଯେ, ଏହି ନାଗରିକ ଜଣକ 19 ଜଣ ସମୁହଙ୍କ ସହ କେରଳର ମୁନ୍ନାର ସହର ଛୁଟି କଟାଇବାକୁ ଆସିଥିବାବେଳେ ଏମାନଙ୍କ ଉପରେ ନଜର ରଖାଯାଇଥିଲା । ହେଲେ ନାଗରିକ ଜଣକ ବିନା ପ୍ରଶାସନର ଅଗୋଚରରେ ଦୁବାଇ ଯିବାକୁ ବାହାରିଥିଲେ । ମାତ୍ର ବିମାନବନ୍ଦରରେ ପରୀକ୍ଷା ପରେ ବ୍ୟକ୍ତି ଜଣଙ୍କ ଠାରେ କୋରୋନା ପଜେଟିଭ ବାହାରିଛି ।

ତେବେ ଏହି ଘଟଣା ଜଣାପଡିବା ପରେ ବ୍ରିଟିସର 19 ନାଗରିକଙ୍କୁ ବିମାନରୁ ଓହ୍ଲାଇବା ନିଷ୍ପତି ନିଆଯାଇଥିଲା । ଏହାସହ ଅନ୍ୟ 270 ଯାତ୍ରୀଙ୍କୁ ମଧ୍ୟ ବିମାନରୁ ଓହ୍ଲାଇ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ପଠାଯିବାକୁ ନିଷ୍ପତି ନିଆଯାଇଥିବା ଜଣାପଡିଛି । କେରଳରେ କୋରୋନା ଭାଇରସରୁ ଜଣଙ୍କର ମୃତ୍ୟୁ ହୋଇସାରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.