ନୂଆଦିଲ୍ଲୀ: ସମାଜଜାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବିଜେପି ସରକାର ମିଛ କହିଥିବା ନେଇ ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଭାଜପା ସରକାରଙ୍କ ଭଳି କେହି ଏତେ ଭଲ ମିଛ କହିପାରିବେ ନାହିଁ ।
ଅଖିଳେଶ କହିଛନ୍ତି, ସୋଲାର ପେନାଲ ବିଷୟରେ ମୁଖ୍ୟମନ୍ତ୍ରୀ ଜାଣିନାହାନ୍ତି 10 ହଜାର ମେଗାଓ୍ବାଟ ବିଜୁଳି ବଢାଇବାର ମିଛ ପ୍ରତିଶୃତି ଦେଇ ଦିବ୍ୟାଙ୍ଗଙ୍କ ବିଜୁଳି କାଟି ଦେଇଛନ୍ତି । ଗାଁରେ ମାଗଣାରେ ବିଜୁଳି କାହିଁକି ଦେଉନାହାନ୍ତି ? ମିସ୍ କଲ କରି ଦେଶରେ ବୃହତ ସରକାର ଗଠନ କରିନେଲେ ।
ୟୁପିର ଅର୍ଥ ବ୍ୟବସ୍ଥା ସେପର୍ଯ୍ୟନ୍ତ ସୁଦୃଢ ହୋଇପାରିବନି ଯେପର୍ଯ୍ୟନ୍ତ କୃଷକଙ୍କୁ ଉଚିତ ଦେୟ ନମିଳିଛି । ବିଜେପି ସରକାର ଲୋକଙ୍କ ଘର ଭାଙ୍ଗୁଛନ୍ତି ହେଲେ, ନିଜର ନକ୍ସା କେବେ ପାସ ହେଲା ତାହା କହିବେନି । କୃଷକଙ୍କ ଉପରେ ଏତେ ଅତ୍ୟାଚାର କୌଣସି ସରକାର କରିନଥିବେ, ଯେତିକି ବିଜେପି ସରକାର କରୁଛନ୍ତି । ଅଖିଳେଶ କହିଛନ୍ତି କୃଷକଙ୍କ ଆୟ କେବେ ଦ୍ବି-ଗୁଣା କରିବ ବିଜେପି ସରକାର? ସେ ଆହୁରି କହିଛନ୍ତି, ସମାଜବାଦୀ ପାର୍ଟି କୃଷକ ବିଲକୁ ବିରୋଧ କରିବ । ଏହି ସରକାରରେ ଥିବା ଲୋକମାନେ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ କରୁଛନ୍ତି । ୟୁପି ସରକାର ଏପରି ଯିଏକି, କେତେବେଳେ କାହାକୁ ବି ଫସାଇ ଜେଲ ପଠାଇ ଦେଇ ପାରନ୍ତି । ଆଜମ୍ ଖାଁଙ୍କ ସହିତ ଏତେ ଅନ୍ୟାୟ ହେଉଛି ଯାହାର କଳ୍ପନା କରିହେବନି, କାହିଁକି ନା ସେ ଉତ୍ତମ ୟୁନିଭର୍ସିଟି ତିଆରି କରିଛନ୍ତି । ଅଖିଳେଶ ଆହୁରି ମଧ୍ୟ କହିଛନ୍ତି, ସମାଜବାଦୀ ପାର୍ଟି ସଭ ଜିହାଦ ବିରୋଧରେ ହେଇଥିବା ଆଇନକୁ ମଧ୍ୟ ବିରୋଧ କରିବ ।