ETV Bharat / bharat

କୋରୋନା ସଂକ୍ରମଣର ନୂଆ ବାହକ ଏସି ପବନ ! - କୋରୋନା ସଂକ୍ରମଣ

କୋରୋନା ସଂକ୍ରମଣର ନୂଆ ବାହାକ ଏସି ପବନ ନୁହେଁ ତ। ଏହି ଭାଇରସ ଏସି ପବନ ଦ୍ବାରା ଜଣକ ଠାରୁ ଅନ୍ୟ ଜଣଙ୍କୁ ସଂକ୍ରମିତ କରୁଛି କି ତେବେ ଆସନ୍ତୁ ଜାଣିବା କଣ କହୁଛନ୍ତି ବିଶେଷଜ୍ଞ। ଅଧିକ ଖବର ପଢନ୍ତୁ...

coronavirus-infection
କୋରୋନା ସଂକ୍ରମଣର ନୂଆ ବାହକ ଏସି ପବନ !
author img

By

Published : Apr 22, 2020, 12:06 PM IST

ଖରା ଦିନେ ବିନା ଏସିରେ ଶୋଇବା ଟିକେ କଷ୍ଟକର ବ୍ୟାପାର। ଆଉ ବର୍ତ୍ତମାନର ଆଧୁନିକ ଜୀବନଶୈଳୀ ଭିତରେ ଲୋକମାନେ ଫ୍ୟାନ କିମ୍ବା ବିନା ଏସିରେ ନିଜକୁ ଆଡଜଷ୍ଟ କରିପାରୁ ନାହାଁନ୍ତି। କିନ୍ତୁ ସୋସିଆଲ ମିଡିଆ ବିଶେଷ ଭାବେ ପ୍ରଚାର ହେଉଛି କି ଏସିର ପବନରେ କୋରୋନା ଜୀବାଣୁ ସଂକ୍ରମଣର ଆଶଙ୍କା ବଢାଇଥାଏ। କିନ୍ତୁ ଏହା ପ୍ରକୃତରେ ସତ କି? ତେବେ ଆସନ୍ତୁ ଜାଣିବା ଏ ବିଷୟରେ...

ଘର ଏବଂ କାର୍ ଏସି

ବିଶେଷଜ୍ଞଙ୍କ କହିବା ଅନୁସାରେ, ଆପଣଙ୍କ ଘରେ ୱିଣ୍ଡୋ ଏସି ସ୍ଥାପିତ ହୋଇଛି, ତେବେ ଆପଣଙ୍କ କୋଠରୀରେ ଥିବା ବାୟୁ ଆପଣଙ୍କ କୋଠରୀରେ ରହିବ, ବାହାରେ କିମ୍ବା ଅନ୍ୟ କୋଠରୀକୁ ଯିବ ନାହିଁ। ତେଣୁ କାରରେ ସ୍ଥାପିତ ଏସି କିମ୍ବା ୱିଣ୍ଡୋ ଏସି ଚଳାଇବାରେ କୌଣସି ଅସୁବିଧା ନାହିଁ । କିନ୍ତୁ ଏହାକୁ ଧ୍ୟାନରେ ରଖିବାକୁ ହେବ ଯେ କୋଠରୀରେ ଥିବା ୱିଣ୍ଡୋ ଏସିର ନିଷ୍କାସନ ଭଲ ଥିବା ଦରକାର ଏହା ଅନ୍ୟ କୌଣସି ଅଞ୍ଚଳରେ ଯାଉନଥିବା ଯେଉଁଠାରେ ଲୋକମାନେ ଏକତ୍ରିତ ହୁଅନ୍ତି।

ଯଦି ଅଫିସ୍ କିମ୍ବା ସର୍ବସାଧାରଣ ସ୍ଥାନରେ ସେଣ୍ଟ୍ରାଲ ଏସି ଥାଏ, ଏହାର ଅର୍ଥ ହେଉଛି ସମସ୍ତ କୋଠରୀରେ ବାୟୁ ବୁଲୁଛି, ତେବେ ଭୟ ଅଛି ଯେ ଯଦି ଅନ୍ୟ କୋଠରୀରେ କିମ୍ବା କୌଣସି କାର୍ଯ୍ୟାଳୟରେ ଯଦି କେହି କାଶୁଛନ୍ତି କିମ୍ବା ଛିଙ୍କୁଛନ୍ତି ତେବେ ଏହା ଗୋଟିଏ କୋଠରୀରୁ ଅନ୍ୟ କୋଠରୀକୁ ବିସ୍ତାର ହେବାର ଆଶଙ୍କା ଅଛି।

ଯେଉଁ ଡାକ୍ତରଖାନାଗୁଡ଼ିକରେ କରୋନା ରୋଗୀଙ୍କୁ ଭର୍ତ୍ତି କରାଯାଉଛି, ସେଠାରେ ସେଣ୍ଟ୍ରାଲ ଏସି ବନ୍ଦ ହୋଇ ୱିଣ୍ଡୋ ଏସି ଲଗାଯାଉଛି। ଏହାସହ ଡାକ୍ତରଖାନାରେ ଏସିର ଆବଶ୍ୟକ ନଥାଏ। ନଚେତ୍ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଅସୁବିଧା ଉପୁଯିବ। ଏପଟେ ଅତ୍ୟଧିକ ଗରମରେ ଡାକ୍ତର ରୋଗୀ ସେବା କଲେ ଅନ୍ୟ ଏକ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି।

ଏକ ରିପୋର୍ଟରୁ ଜଣାପଡିଛି ଯେ ଚୀନର ଏକ ରେଷ୍ଟୁରାଣ୍ଟରେ ଏସି ପବନ ପାଇଁ କୋରୋନାରେ 9 ଜଣ ସଂକ୍ରମିତ ହୋଇଛନ୍ତି। ସଦ୍ୟମତମ ଚୀନରେ ପ୍ରକାଶିକ ଏକ ରିପୋର୍ଟ ଅନୁସାରେ ଗୁଆନଝୁର ଏକ ରେଷ୍ଟୁରାଣ୍ଟରେ ଲଞ୍ଚ ଖାଇବା ସମୟରେ 9 ଜଣ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ 81 ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି।

ଗବେଷକ ଏଠି ଦାବି କରିଛନ୍ତି ଯେ କାହିଁକି ବାକି 81 ଜଣ ସଂକ୍ରମିତ ହେଲେନି। କାରଣ ଏସିର ପବନର ବେଗ ଯେଉଁ 3 ଟି ଟେବୁଲ ଆଡକୁ ଅଧିକ ଥି଼ଲା ସେମାନେ ଆକ୍ରାନ୍ତ ହୋଇଛନ୍ତି । ଯେଉଁଠି ନଥିଲା ସେଠାରେ ଏରିଓସୋଲ ଟ୍ରାନ୍ସମିସନ ବା ବାୟୁ ବାହକ ସଂକ୍ରମଣ ହୋଇ ନାହିଁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.