ETV Bharat / bharat

ପିଏମ୍ ଫଣ୍ଡକୁ 2 ଲକ୍ଷ ପୁରସ୍କାର ରାଶି ପ୍ରଦାନ କଲେ ଏମ୍ସ ଡାକ୍ତର - କୋରୋନା ନ୍ୟୁଜ

ଏମ୍ସ ଡାକ୍ତର ତଥା ଜାତୀୟ ସାଇନ୍ସ-ଟେକ୍ ରେ ଆୱାର୍ଡ ଜିତିଥିବା ଉମା କୁମାର ପ୍ରଧାମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ତାଙ୍କର 2 ଲକ୍ଷ ପୁରସ୍କାର ରାଶି ଦାନ କରିଛନ୍ତି ।

aiims doctor
ପିଏମ୍ ଫଣ୍ଡକୁ 2 ଲକ୍ଷ ପୁରସ୍କାର ରାଶି ପ୍ରଦାନ କଲେ ଏମ୍ସ ଡାକ୍ତର
author img

By

Published : Apr 18, 2020, 10:52 AM IST

ନୂଆଦିଲ୍ଲୀ: କୋରୋନା ମୁକାବିଲାକୁ ନେଇ ବହୁ ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅଭିନେତା/ ଅଭିନେତ୍ରୀମାନେ ପ୍ରଧାମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କୋରୋନା ସହାୟତା ରାଶି ପ୍ରଦାନ କରୁଛନ୍ତି । ଏହି କ୍ରମରେ ଏମ୍ସ ଡାକ୍ତର ତଥା ଜାତୀୟ ସାଇନ୍ସ-ଟେକ୍ ରେ ଆୱାର୍ଡ ଜିତିଥିବା ଉମା କୁମାର ପ୍ରଧାମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ତାଙ୍କର 2 ଲକ୍ଷ ପୁରସ୍କାର ରାଶି ଦାନ କରିଛନ୍ତି ।

ଏକ ସୂତନ୍ତ୍ର ଗଣମାଧ୍ୟମକୁ ଏମ୍ସର ରିମାଟୋଲୋଜି ବିଭାଗର ମୁଖ୍ୟ ଉମା କହିଛନ୍ତି ଯେ, କୋରୋନା ଭାଇରସ କାରଣରୁ ବର୍ତ୍ତମାନ 400ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିସାରିଛି । ଯାହାକୁ ନେଇ ସେ ପ୍ରଧାମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଟଙ୍କା ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏଥିସହ ସେ କହିଛନ୍ତି, କୋରୋନା ଭାଇରସ୍ ସମଗ୍ର ବିଶ୍ୱକୁ ଥରାଇ ଦେଇଛି । ଏହା ଆତଙ୍କ ପରିସ୍ଥିତି ସୃଷ୍ଟି କରିଛି। ଦେଶର ଅନେକ ଲୋକ ଏହି ଭାଇରସରେ ପୀଡ଼ିତ। ତେବେ ମୁଁ ଫେବୃଆରୀ 28 ବିଜ୍ଞାନ ଦିବସରେ ଏହି ପୁରସ୍କାର ପାଇଥିଲି। ମୁଁ ପୁରସ୍କାର ସ୍ବରୁପ 2 ଲକ୍ଷ ଟଙ୍କା ପାଇଥିଲି । ତେଣୁ ମୁଁ ଏହି ରାଶିକୁ ପ୍ରଧାମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.