ETV Bharat / bharat

ମଧ୍ୟପ୍ରଦେଶ ସରକାରଙ୍କ ଅପରେସନ କୋଟା, 150 ବସରେ ଆସିବେ ଛାତ୍ରଛାତ୍ରୀ

author img

By

Published : Apr 21, 2020, 1:43 PM IST

ଉତ୍ତର ପ୍ରଦେଶ ପରେ ମଧ୍ୟପ୍ରଦେଶର ଅପରେସନ କୋଟା। ରାଜସ୍ଥାନରେ ଫସିରହିଥିବା ଛାତ୍ରଛାତ୍ରୀଙ୍କୁ ଫେରେଇ ଆଣିବାକୁ 150 ବସ ପଠାଇଛନ୍ତି ଶିବରାଜ ସରକାର । ଲକଡାଉନ୍ କାରଣରୁ ମଧ୍ୟପ୍ରଦେଶରେ ପ୍ରାୟ 2000 ଛାତ୍ରଛାତ୍ରୀ କୋଟାରେ ଫସିରହିଛନ୍ତି ।

150 bus for students
150 ବସ ପଠାଇଲେ ମଧ୍ୟପ୍ରଦେଶ ସରକାର

ଭୋପାଳ: ରାଜସ୍ଥାନର କୋଟାରେ ଫସିଥିବା ଛାତ୍ରଙ୍କୁ ଫେରେଇ ଆଣିବାକୁ ବସ ପଠାଇଛନ୍ତି ମଧ୍ୟପ୍ରଦେଶ ସରକାର । ଲକଡାଉନ୍ କାରଣରୁ ରାଜ୍ୟର ପ୍ରାୟ 2000 ଛାତ୍ର କୋଟାରେ ଫସିରହିଛନ୍ତି । ସେମାନଙ୍କୁ ଫେରେଇ ଆଣିବା ପାଇଁ 150ଟି ବସ କୋଟାକୁ ପଠାଯାଇଛି ।

ସମସ୍ତ ବସକୁ ସାନିଟାଇଜ୍ କରାଗଲା ପରେ ଆଜି ସକାଳୁ କୋଟା ପାଇଁ ବସ ବାହାରିଥିଲା । ବସର ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ପିପିଇ କିଟ୍ ଦିଆଯାଇଛି । ଆଜି ସଂନ୍ଧ୍ୟା ଭିତରେ ସମସ୍ତ ବସ୍ କୋଟା ପହଞ୍ଚିଯିବ ।

ଏହାପରେ ବସ ରାଜସ୍ଥାନର ଭିନ୍ନ ଭିନ୍ନ ଜିଲ୍ଲାକୁ ଯାଇ ଛାତ୍ରଛାତ୍ରୀଙ୍କୁ ମଧ୍ୟପ୍ରଦେଶ ଆଣିବ । ବୁଧବାର ଠିକଣା ସ୍ଥାନରେ ପହଞ୍ଚିଲା ପରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ଯେଉଁ ଛାତ୍ରଛାତ୍ରୀ ମଧ୍ୟରେ ସଂକ୍ରମଣ ଚିହ୍ନଟ ହେବ ନାହିଁ ସେମାନେ ହୋମ୍ କ୍ବାରେନଟାଇନରେ ରହିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.