ବେଙ୍ଗାଲୁରୁ: ଉତ୍ତରପ୍ରଦେଶ ରାସ୍ତାରେ କର୍ଣ୍ଣାଟକ । ପ୍ରତିବାଦ କଲେ ଜବତ ହେବ ସମ୍ପତ୍ତି । ସାର୍ବଜନୀନ ସମ୍ପତ୍ତିକୁ ଜଳାପୋଡି କରି ନଷ୍ଟ କଲେ ବିକ୍ଷୋଭକାରୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଯେ କୌଣସି ରାଜନୈତିକ ଦଳର ହୁଅନ୍ତୁ ନା କାହିଁକି ଆଇନ ସମସ୍ତଙ୍କ ପାଇଁ ସମାନ ରହିବ । ଉତ୍ତର ପ୍ରଦେଶରେ ଏହି ନିୟମ ଲାଗୁ ହେବା ପରେ ଏବେ କର୍ଣ୍ଣାଟକରେ ଲାଗୁ କରିବାକୁ କହିଛନ୍ତି କର୍ଣ୍ଣାଟକ ମନ୍ତ୍ରୀ ସିଟି ରବି ।
ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଜାତୀୟ ନାଗରିକ ପଞ୍ଜିକରଣ (ଏନଆରସି)କୁ ନେଇ ସାରା ଦେଶରେ ପ୍ରତିବାଦ ଓ ବିକ୍ଷୋଭ କରାଯାଉଛି । ପ୍ରତିବାଦର ହିଂସା ଏପରି ଜଳୁଛି ଯେ, ବିକ୍ଷୋଭକାରୀ ସାଧାରଣ ସମ୍ପତ୍ତି ନଷ୍ଟ କରିବାରେ ଲାଗିଛନ୍ତି । ଯାହାକୁ ନେଇ ଉତ୍ତର ପ୍ରଦେଶରେ କଡା ଆଇନ ଲାଗୁ କରାଯାଇଛି । 498 ଜଣଙ୍କ ସମ୍ପତ୍ତି ଜବତ କରିବାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି ଲିଷ୍ଟରେ ସର୍ବାଧିକ 148 ଲୋକ ମିରଟରୁ ଅଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶରେ ପାଖାପାଖି 1କୋଟି ଲକ୍ଷ ଟଙ୍କା କ୍ଷତିର ଭରଣା ପାଇଁ ନୋଟିସ ଜାରି କରାଯାଇ ସାରିଛି ।
ନାଗରିକତା ସଂଶୋଧନ ଆଇନ ମାଧ୍ୟମରେ ବାଂଲାଦେଶ, ଆଫଗାନିସ୍ତାନ ଓ ପାକିସ୍ତାନରୁ ଧର୍ମୀୟ ଉତ୍ପୀଡନ ସହି ପାରି ଭାରତରେ ଶରଣାର୍ଥୀ ଥିବା ହିନ୍ଦୁ, ଶିଖ୍, ଜୈନ ଓ ପାର୍ସିଙ୍କୁ ନାଗରିକତା ଦିଆଯିବ । ତେବେ ବର୍ତ୍ତମାନ ଦୁଇ ନିୟମ ମଧ୍ୟରୁ ଓଡ଼ିଶାରେ ସିଏଏକୁ ଲାଗୁ କରିବାକୁ ମଞ୍ଜୁରୀ ମିଳିଥିବାବେଳେ ଏନଆରସି ଲାଗୁ ହେବ ନାହିଁ ।