ETV Bharat / bharat

ସ୍ବତନ୍ତ୍ର ଟ୍ରେନ ଚାଲିବା ସତ୍ତ୍ବେ ଟ୍ରକରେ ଫେରୁଛନ୍ତି ଶ୍ରମିକ, ଗଣୁଛନ୍ତି ଅଧିକ ଭଡା

author img

By

Published : May 6, 2020, 12:35 PM IST

କେଉଁଠି ପ୍ରବାସୀ ଶ୍ରମିକ ଟ୍ରେନରେ ରାଜ୍ୟକୁ ଫେରୁଛନ୍ତି ତ କେଉଁଠି ଶ୍ରମିକମାନେ ଟ୍ରେନ ସମ୍ବନ୍ଧରେ କୌଣସି ସୂଚନା ପାଇ ନପାରି ଟ୍ରକରେ ଅଧିକ ଟଙ୍କାରେ ଭଡା ଦେଇ ଘରକୁ ଫେରୁଥିବା ଦୃଶ୍ୟ ସାମନାକୁ ଆସୁଛି ।

ସ୍ବତନ୍ତ୍ର ଟ୍ରେନ ଚାଲିବା ସତ୍ତ୍ବେ ବି ଟ୍ରକରେ ଫେରୁଛନ୍ତି ଶ୍ରମିକ, ଗଣୁଛନ୍ତି ଅଧିକ ଭଡା

ଚଣ୍ଡିଗଡ: ପ୍ରବାସୀ ଶ୍ରମିକଙ୍କ ପାଇଁ ଆରମ୍ଭ ହୋଇଛି ଟ୍ରେନ ସେବା । ସମସ୍ତ ରାଜ୍ୟ ସରକାରଙ୍କ ସହଯୋଗରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣୁଛନ୍ତି ରାଜ୍ୟ ସରକାର । ହେଲେ ଏମିତି ଦୃଶ୍ୟ ସାମନାକୁ ଆସୁଛି ଯେଉଁଠି କିଛି ଶ୍ରମିକ ଟ୍ରେନ ସମ୍ବନ୍ଧରେ ମଧ୍ୟ ସୂଚନା ପାଇ ପାରୁନାହାନ୍ତି । ଫଳରେ ସେମାନେ ଟ୍ରକରେ ଫେରିବାକୁ ବାଧ୍ୟ ହେଉଛନ୍ତି ।

ତେବେ ମଙ୍ଗଳବାର ରାତିରେ ପଞ୍ଜାବର ଜଳନ୍ଧରରୁ ଏକ ସ୍ବତନ୍ତ୍ର ଟ୍ରେନ 1200 ପ୍ରବାସୀ ଶ୍ରମିକଙ୍କୁ ନେଇ ଉତ୍ତରପ୍ରଦେଶକୁ ବାହାରିଥିବା ନେଇ ସୂଚନା ରହିଛି । ସେହିପରି ଗୁଜୁରାଟର ରାଜକୋଟରୁ ମଧ୍ୟ 1182 ଶ୍ରମିକଙ୍କୁ ନେଇ ସ୍ବତନ୍ତ୍ର ଟ୍ରେନ ବାହାରିଛି । ସମସ୍ତ ଶ୍ରମିକ ଉତ୍ତରପ୍ରଦେଶର ବାଲିଆ ଅଞ୍ଚଳର ହୋଇଥିବା ନେଇ ସୂଚନା ରହିଛି । ହେଲେ ସେପଟେ ଗୁଜୁରାଟର ସୁରଟରେ କାମ କରୁଥିବା 50 ପ୍ରବାସୀ ଶ୍ରମିକ ଏକ ଟ୍ରକ ଦ୍ବାରା ପାଟଣାରେ ପହଞ୍ଚିଥିବା ଜଣାପଡିଛି ।

ଆଉ ଟ୍ରକ ଡ୍ରାଇଭର ଜଣଙ୍କ ଶ୍ରମିକମାନଙ୍କୁ 3500 ଟଙ୍କା ଭଡା ଦେବାକୁ କହିଥିବା ଜଣେ ଶ୍ରମିକ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଆମେ ଆସିବା ସମୟରେ କୌଣସି ସ୍ଥାନରେ ବି ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇନାହିଁ । ତେବେ ଏହା ଜଣାପଡିବା ପରେ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ପାଟଣାର ଏକ ସ୍କୁଲରେ ରଖିଛନ୍ତି । ଯେଉଁଠାରେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ପୋଲିସ ଅଧିକାରୀ କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.