ETV Bharat / bharat

3 ବର୍ଷ ପରେ ଗୋଲ୍ଡେନ ଏରୋଜ-17 ସ୍କ୍ବାର୍ଡନ ଦେଖାଇବ ପରାକ୍ରମ

author img

By

Published : Sep 10, 2019, 1:17 PM IST

ଭାରତୀୟ ବାୟୁସେନା ଆରମ୍ଭ କରିବ ଗୋଲ୍ଡେନ ଏରୋଜ-17 ସ୍କ୍ବାର୍ଡନ । ରାଫେଲ ଉଡାଇବାରେ ଏହା ହେବ ପ୍ରଥମ ୟୁନିଟ । 2016ରେ ବନ୍ଦ ହୋଇଥିଲା ସ୍କ୍ବାର୍ଡନ ।

ଫାଇଲ ଫଟୋ

ନୂଆଦିଲ୍ଲୀ: 3 ବର୍ଷ ପରେ ପୁଣି ଥରେ ଉଡାଣ ଭରିବ ସ୍କ୍ବାର୍ଡନ ଏରୋଜ-17 । ବହୁ ପ୍ରତୀକ୍ଷିତ ଲଢୁଆ ବିମାନ ରାଫେଲକୁ ଉଡାଇବାରେ ଏହା ହେବ ପ୍ରଥମ ୟୁନିଟ । ଏନେଇ ଭାରତୀୟ ବାୟୁସେନା ପକ୍ଷରୁ ଘୋଷଣା କରାଯାଇଛି । କାରଗିଲ ଯୁଦ୍ଧରେ ପାକିସ୍ତାନର ହୋସ ଉଡାଇଥିଲା ଏହି 17-ସ୍କ୍ବାର୍ଡନ ।

ମଙ୍ଗଳବାର ଆମ୍ବଲା ଏୟାରଫୋର୍ସ ଷ୍ଟେସନର ଏକ ସମାରୋହରେ 17 ସ୍କ୍ବାର୍ଡନକୁ ପୁନଃ ଆରମ୍ଭ କରିବେ ବାୟୁସେନା ମୁଖ୍ୟ ବିଏସ ଧନୋଆ । ରାଫେଲ ବିମାନ ପହଞ୍ଚିବା ପୂର୍ବରୁ ସ୍କ୍ବାର୍ଡନର ପ୍ରସ୍ତୁତି କରାଯାଉଛି ।

ତେବେ ବହୁଚର୍ଚ୍ଚିତ ରାଫେଲ ଭାରତରେ ପହଞ୍ଚିବା ପୂର୍ବରୁ ସ୍ବାଗତ କରିବାରେ ଲାଗି ପଡିଛନ୍ତି ଭାରତୀୟ ସେନା । ସୂଚନାଯୋଗ୍ୟ, ଆମ୍ବଲା ଏୟାର ବେସରେ ପ୍ରଥମ ସ୍କ୍ବାର୍ଡନ ସ୍ଥାପନା ହେବାକୁ ଯାଉଛି । ଏହା ପରେ ପଶ୍ଚିମବଙ୍ଗଳାର ହସମିରା ଷ୍ଟେସନରେ ରାଫେଲର ଦ୍ବିତୀୟ ସ୍କ୍ବାର୍ଡନ ନିୟୋଜିତ ହେବ ।

1999ରେ କାରଗିଲ ଯୁଦ୍ଧରେ ବାୟୁସେନା ପ୍ରମୁଖ ମାର୍ଶଲ ବିଏସ ଧନୋଆ ଏହି ସ୍କ୍ବାର୍ଡନର କମାଣ୍ଡର ଥିଲେ । ଭତିଣ୍ଡାରୁ ଏୟାର ବେସରେ ସ୍କ୍ବାର୍ଡନ ସଞ୍ଚାଳନ କରାଯାଉଥିବାବେଳେ ଏହି ସ୍କ୍ବାର୍ଡନକୁ 2016ରେ ବନ୍ଦ କରିଦିଆଯାଇଥିଲା । ସ୍କ୍ବାର୍ଡନର ସ୍ଥାପନା 1951ରେ କରାଯାଇଥିଲା । 2016 ସେପ୍ଟେମ୍ବର ମାସରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ଚୁକ୍ତି ହୋଇଥିଲା । ଯେଉଁଥିରେ ଭାରତ ଫ୍ରାନ୍ସ ଠାରୁ 36ଟି ରାଫେଲ ବିମାନ କିଣିବାକୁ ଯାଉଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.