ETV Bharat / bharat

‘ଆପ୍‌’ନାମ ମୁସଲିମ ଲିଗ ହେବା ଦରକାର ଥିଲା: କପିଲ ମିଶ୍ରା - କପିଲ ମିଶ୍ରାଙ୍କ ଆପ୍‌କୁ ଟାର୍ଗେଟ

ପୁନର୍ବାର ଆପ୍‌କୁ ଟାର୍ଗେଟ କରି କଟୁ ବୟାନ ଦେଇଛନ୍ତି ବିଜେପି ପ୍ରାର୍ଥୀ କପିଲ ମିଶ୍ରା । ଟ୍ବିଟ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍‌ ଆଦମୀ ପାର୍ଟର ନାମ ମୁସଲିମ ଲିଗ୍‌ ହେବା ଦରକାର ବୋଲି ସେ କହିଛନ୍ତି ।

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Feb 3, 2020, 12:29 PM IST

ନୂଆଦିଲ୍ଲୀ: ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି ବିଜେପି ପ୍ରାର୍ଥୀ କପିଲ ମିଶ୍ରା । ମାତ୍ର 5 ଦିନ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ପଡିବ । ଏବେ ଜୋରଦାର ପ୍ରଚାର ଓ ପରସ୍ପରକୁ ଦୋଷ ଲଦାଲଦି ରାଜନୀତି ଦିଲ୍ଲୀରେ ନିର୍ବାଚନ ମାହୋଲକୁ ଉଷ୍ମ ସହ ଉତ୍ତେଜନାମୂଳକ ପରିସ୍ଥିତି ଘେରରେ ରଖିଛି । ବିଜେପି ପ୍ରାର୍ଥୀ କପିଲ ମିଶ୍ରା ନିର୍ବାଚନ ଆୟୋଗଙ୍କ ଚେତାବନୀରେ ମଧ୍ୟ ଚେତି ନାହାଁନ୍ତି । ପୁନର୍ବାର ଆପ୍‌କୁ ଟାର୍ଗେଟ କରି କଟୁ ବୟାନ ଦେଇଛନ୍ତି । ଟ୍ବିଟ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍‌ ଆଦମୀ ପାର୍ଟିର ନାମ ମୁସଲିମ ଲିଗ୍‌ ହେବା ଦରକାର ବୋଲି କହିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@KapilMishra_IND
ଫଟୋ ସୌଜନ୍ୟ: ଟ୍ବିଟର@KapilMishra_IND

କପିଲ ମିଶ୍ରା ଟ୍ବିଟରେ ଆମ୍‌ ଆଦମୀ ପାର୍ଟିର ନୂଆ ନାମ ମୁସଲିମ ଲିଗ୍‌ ହେବା ଦରକାର ବୋଲି କହିଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଉମର ଖାଲିଦ, ଅଫଜଲ ଗୁରୁ, ବୁରହାନ ଓ୍ବାନି ଭଳି ଆତଙ୍କବାଦୀଙ୍କୁ ଯିଏ ନିଜର ପିତା ବୋଲି ମାନୁଛନ୍ତି ତାଙ୍କୁ ଯୋଗୀ ଆଦିତ୍ୟନାଥଙ୍କୁ ଦେଖିଲେ ଡର ଲାଗୁଛି।

ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ କପିଲ ମିଶ୍ରା ଶାହିନ ବାଗକୁ ମିନି ପାକିସ୍ତାନ କହିଥିଲେ। ଏହା ବ୍ୟତୀତ ସେ ଟ୍ଵିଟ୍ କରି କହିଥିଲେ ଯେ, ଫେବୃଆରୀ ୮ରେ ହେବାକୁ ଥିବା ବିଧାନସଭା ନିର୍ବାଚନର ସଡ଼କରେ ଭାରତ ଓ ପାକିସ୍ତାନ ମଧ୍ୟରେ ଲଢେଇ ହେବ । ଏହି ବିବାଦୀୟ ବୟାନ କାରଣରୁ ନିର୍ବାଚନ ଆୟୋଗ କପିଲ ମିଶ୍ରାଙ୍କ ନିର୍ବାଚନ ପ୍ରଚାର ଉପରେ ୪୮ ଘଣ୍ଟା ପାଇଁ ରୋକ୍ ଲଗାଇଥିଲେ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.