ETV Bharat / bharat

ବାଲାକୋଟର ବର୍ଷକ ପରେ...

author img

By

Published : Mar 3, 2020, 11:18 PM IST

Updated : Mar 5, 2020, 6:58 PM IST

2016 ଫେବ୍ରୁଆରୀ 14 ତାରିଖ ଦିନ କାଶ୍ମୀରର ପୁଲୱାମା ନିକଟରେ, କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀର କେତେକ ଗାଡ଼ି ଉପରେ ଜଣେ ମଟରଗାଡ଼ି ଆରୋହୀ ଆତ୍ମଘାତୀ ବୋମା ବିସ୍ଫୋରଣକାରୀର ଆକ୍ରମଣରେ 40 ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା । ଏହାର ଜବାବରେ, ଫେବ୍ରୁଆରୀ 26 ତାରିଖ ଦିନ ବାଲାକୋଟରେ ଥିବା ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନା ଆକ୍ରମଣ କରିଥିଲା । ଅଧିକ ପଢନ୍ତୁ...

a-year-after-balakot-lieutenant-general-retired-ds-hooda-person-who-led-the-surgical-strike-in-2016
ବାଲାକୋଟର ବର୍ଷକ ପରେ ଲେଫ୍‌ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ଡି.ଏସ୍‌. ହୁଡ଼ା

2016 ଫେବ୍ରୁଆରୀ 14 ତାରିଖ ଦିନ କାଶ୍ମୀରର ପୁଲୱାମା ନିକଟରେ, କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀର କେତେକ ଗାଡ଼ି ଉପରେ ଜଣେ ମଟରଗାଡ଼ି ଆରୋହୀ ଆତ୍ମଘାତୀ ବୋମା ବିସ୍ଫୋରଣକାରୀର ଆକ୍ରମଣରେ 40 ଜଣ ଯବାନଙ୍କର ମୃତ୍ୟୁ ହୋଇଥିଲା । ଏହାର ଜବାବରେ, ଫେବ୍ରୁଆରୀ 26 ତାରିଖ ଦିନ ବାଲାକୋଟରେ ଥିବା ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନା ଆକ୍ରମଣ କରିଥିଲା । ପାକିସ୍ତାନର ଖାଇବର-ପଖତୁନ୍‌ଖ୍ବା ପ୍ରଦେଶରେ ବାଲାକୋଟ ଅବସ୍ଥିତ ଏବଂ 1971 ପରେ ପ୍ରଥମ ଥର ପାଇଁ ପାକିସ୍ତାନ ମାଟିରେ ଭାରତୀୟ ବାୟୁ ସେନା ଆକାଶ ମାର୍ଗରୁ ଆକ୍ରମଣ କରିଥିଲା ।

ତା’ ପର ଦିନ, ପାକିସ୍ତାନ ବାୟୁ ସେନା ପକ୍ଷରୁ ଯେଉଁ ଜବାବୀ ଆକ୍ରମଣ ହୋଇଥିଲା, ତାହା ଭାରତର କୌଣସି ବାସ୍ତବ କ୍ଷତିସାଧନ କରିବାରେ ବିଫଳ ହୋଇଥିଲା । କିନ୍ତୁ, ଆକାଶ ମାର୍ଗର ଏହି ଲଢ଼େଇରେ, ପାକିସ୍ତାନର ଏକ ଏଫ୍‌-18 ବିମାନକୁ ଗୁଳି କରି ଖସାଇ ଦିଆଯାଇଥିଲା ଏବଂ ଭାରତ ଏକ ମିଗ୍-21 ବିମାନ ହରାଇଥିଲା । ଏହି ବିମାନର ପାଇଲଟ ପାକିସ୍ତାନ ଅଞ୍ଚଳରେ ଅବତରଣ କରିବାକୁ ବାଧ୍ୟ ହେବା ପରେ ତାଙ୍କୁ ବନ୍ଦୀ କରାଯାଇଥିଲା । ପରବର୍ତ୍ତୀ କିଛି ଘଣ୍ଟା ପାଇଁ ପରିସ୍ଥିତି ଯୁଦ୍ଧ ଆଡ଼କୁ ମୁହାଁଉଥିବା ଭଳି ମନେ ହେଉଥିଲା । ସୌଭାଗ୍ୟବଶତଃ, ଅନ୍ତର୍ଜାତୀୟ ଚାପ ଯୋଗୁଁ, ଉଭୟ ପକ୍ଷ ସାମରିକ କାର୍ଯ୍ୟାନୁ୍ଷ୍ଠାନରୁ ବିରତ ହୋଇଥିଲେ ଏବଂ ପାଇଲଟ ଜଣକ ଖୁବ୍‌ ଶୀଘ୍ର ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

ସାଧାରଣତଃ, ଭାରତୀୟ ରାଜନୈତିକ ଦୃଶ୍ୟପଟ୍ଟରେ ଯାହା ସବୁ ସମୟରେ ହୋଇଥାଏ ତାହା ହିଁ ହେଲା ଏବଂ ବାଲାକୋଟ ଆକ୍ରମଣରେ ନିହତ ଆତଙ୍କବାଦୀଙ୍କ ସଂଖ୍ୟାକୁ କେନ୍ଦ୍ର କରି ଉଭୟ ଶାସକ ଓ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଅଶୋଭନୀୟ ବାଦାନୁବାଦ ଆରମ୍ଭ ହୋଇଗଲା । ବିଦେଶୀ ଗଣମାଧ୍ୟମ ମଧ୍ୟ ଏହି ବିତର୍କର ବଳୟକୁ ଲମ୍ଫ ପ୍ରଦାନ କଲେ ଏବଂ ସମଗ୍ର ଇଣ୍ଟରନେଟ୍‌ରେ ବାଲାକୋଟର ଅନେକ ଉପଗ୍ରହ ଚିତ୍ର ଦୃଶ୍ୟମାନ ହେଲା । କେତେକ ଭାରତର କଥାକୁ ଠିକ୍‌ ବୋଲି ପ୍ରମାଣିତ କଲେ ତ ଆଉ କେତେକ ଏହା ଉପରେ ପ୍ରଶ୍ନ ଉଠାଇଲେ ।

ଗୋଟିଏ ବର୍ଷ ପରେ, ଆଜି ଯେତେବେଳେ ପରିସ୍ଥିତି ଶାନ୍ତ ହୋଇଯାଇଛି, ବାଲାକୋଟରେ ବାୟୁ ସେନା ଆକ୍ରମଣରୁ କ’ଣ ହାସଲ ହେଲା ଏବଂ ଭବିଷ୍ୟତ ପାଇଁ ଏଥିରୁ କି ଶିକ୍ଷା ମିଳିଲା, ସେ ସଂପର୍କରେ ଆମେ ଏକ ନିଷ୍ପକ୍ଷ ମତାମତ ଲାଗି ପ୍ରୟାସ କରିପାରିବା । ବିପତ୍ତି ସମୟରେ, କୌଣସି ଦେଶର ବିଶ୍ବସନୀୟତା ପରଖିବା ଲାଗି କେବଳ ଏହାର ସାମରିକ ସାମର୍ଥ୍ୟର ଆକାର ନୁହେଁ ବରଂ ଏହାର ଲକ୍ଷ୍ୟସାଧନ ନିମନ୍ତେ କାର୍ଯ୍ୟ କରିବା ଦିଗରେ ଏହି ସାମର୍ଥ୍ୟ ଉପଯୋଗର ଇଚ୍ଛାଶକ୍ତିକୁ ଆକଳନ କରିବା ଜରୁରୀ । ଦୀର୍ଘ ଦିନ ହେଲା, ଆତଙ୍କବାଦର ପ୍ରତିରୋଧ କ୍ଷେତ୍ରରେ ଭାରତ ଅତି ଆତ୍ମରକ୍ଷାମୂଳକ ମନୋଭାବକୁ ଆପଣେଇ ନେଇଛି ବୋଲି ଧରି ନିଆଯାଇଥିଲା ଏବଂ ଏହା ହିଁ କାଶ୍ମୀରରେ ଏକ ଛାୟା ଯୁଦ୍ଧ ଚଳାଇବା ସହଜସାଧ୍ୟ ବୋଲି ପାକିସ୍ତାନରେ ଏକ ନିଶ୍ଚିନ୍ତ ମନୋଭାବ ସୃଷ୍ଟି କରିଥିଲା । ସାମରିକ ସାଧନର ଉପଯୋଗ କରିବା ଲାଗି ଭାରତୀୟ ରାଜନୈତିକ ନେତୃତ୍ବର ଦୃଢ଼ ସଂକଳ୍ପବଦ୍ଧତା ଏବଂ ଇଚ୍ଛାଶକ୍ତି ଯୋଗୁଁ ଏହି ଧାରଣା ଏବେ ବଦଳି ଯାଇଛି । ପାକିସ୍ତାନ ଯଦି ଭାରତରେ ଆତଙ୍କବାଦୀ ଆକ୍ରମଣକୁ ପ୍ରୋତ୍ସାହନ ଜାରି ରଖେ, ତେବେ ଏହା ବଦଳରେ କେଉଁ ମୂଲ୍ୟ ଦେବାକୁ ପଡ଼ିବ ତାହାକୁ ଏବେ ପାକିସ୍ତାନ ଗୁରୁତ୍ବର ସହ ବିଚାର କରିବ ।

ପ୍ରଥମ ଥର ପାଇଁ କୌଣସି ଆତଙ୍କବାଦୀ ଆକ୍ରମଣ ଜବାବରେ ବାୟୁସେନାର ଶକ୍ତି ପ୍ରୟୋଗ କରାଯାଇଥିଲା । ଦି ଇଣ୍ଡିଆନ୍‌ ଏକ୍‌ସପ୍ରେସ୍‌ ସହ ଏକ ସାକ୍ଷାତ୍‌କାରରେ ବାୟୁସେନା ମୁଖ୍ୟ ଭଦୌରିୟା କହିଲେ, “ବାଲାକୋଟରେ ଆକାଶ ମାର୍ଗରୁ ଆକ୍ରମଣ ଦ୍ବାରା ଜାତୀୟ ଲକ୍ଷ୍ୟ ହାସଲ ଦିଗରେ ବାୟୁସେନା ଶକ୍ତି ଉପଯୋଗର ଧାରାକୁ ନୂତନ ରୂପ ଦିଆଯାଇଛି ଏବଂ ଉପ ମହାଦେଶ ଅଞ୍ଚଳରେ ପରିଲକ୍ଷିତ ପ୍ରାୟତଃ ପାରମ୍ପରିକ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ଜବାବୀ କାର୍ଯ୍ୟାନୁଷ୍ଠାନର ଦୃଷ୍ଟାନ୍ତକୁ ଏହା ବଦଳାଇ ଦେଇଛି ।” ଏ କଥା ସ୍ପଷ୍ଟ ଯେ ସବୁ ଆତଙ୍କବାଦୀ ଆକ୍ରମଣ ପରେ ଆକାଶ ମାର୍ଗରୁ ପ୍ରତି ଆକ୍ରମଣ କରାଯିବ ନାହିଁ, କିନ୍ତୁ ବାୟୁ ସେନା ଶକ୍ତିର ବିନିଯୋଗ ଯୋଗୁଁ ପାକିସ୍ତାନକୁ ବିବଶ କରିବା ଲାଗି ଭାରତ ପାଖରେ ଥିବା ପ୍ରତ୍ୟୁତ୍ତରମୂଳକ କାର୍ଯ୍ୟାନୁଷ୍ଠାନର ବିକଳ୍ପ ଉପାୟ ତାତ୍ପର୍ଯ୍ୟପୂର୍ଣ୍ଣ ଢଙ୍ଗରେ ବୃଦ୍ଧି ପାଇଛି ।

ଆତଙ୍କବାଦୀ ଆକ୍ରମଣ ଯୋଗୁଁ ଅଧୀର ହୋଇ ଏକ ଦୃଢ଼ନିଶ୍ଚିତ ଏବଂ ଅଧିକ ଆକ୍ରମଣାତ୍ମକ ମନୋଭାବ ପୋଷଣ କରିଥିବା ଭାରତ କ’ଣ ପାକିସ୍ତାନ ଭଳି ରାଷ୍ଟ୍ରର ବ୍ୟବହାର ବଦଳାଇବାରେ ସମର୍ଥ ହେବ ? ନିଃସନ୍ଦେହରେ, କାଶ୍ମୀର ଲାଗି ନିଜ ଦେଶକୁ କେତେ ବିପତ୍ତି ଭିତରକୁ ଟାଣି ନେଇପାରିବେ ବୋଲି ପାକିସ୍ତାନୀ ସରକାର ଅଧିକ ଆତ୍ମସମୀକ୍ଷା କରିବା ଲାଗି ବାଧ୍ୟ ହେବେ । କାର୍‌ଗିଲ ଯୁଦ୍ଧ ପରେ ପାକିସ୍ତାନରେ ଅନୁରୂପ ଏକ ବିତର୍କ ହୋଇଥିଲା ଏବଂ ପୂର୍ବତନ କୂଟନୀତିଜ୍ଞ ସାହିଦ ଏମ୍‌.ଅମିନ ଦି ଡନ୍‌ରେ ଲେଖିଥିଲେ, “ଦେଶ ଏହାର ପ୍ରାଥମିକତା ଏବଂ ସୀମାବଦ୍ଧତାକୁ ନିଷ୍ଠୁର ବ୍ୟାବହାରିକ ରୂପରେ ଦେଖିବାର ପ୍ରକୃଷ୍ଟ ସମୟ ଏବେ ଉପନୀତ । କାଶ୍ମୀର ସହ ଆମର ଆବେଗିକ ସଂପର୍କ ସମେତ ସବୁ କଥାକୁ ପଛରେ ରଖି ସର୍ବପ୍ରଥମେ ଏବଂ ସର୍ବାଗ୍ରେ ପାକିସ୍ତାନକୁ ନିଜର ସ୍ଥିତି ବଜାୟ ରଖିବା ଦିଗରେ ବିଚାର କରିବାକୁ ପଡ଼ିବ ।”

କିନ୍ତୁ, ପାକିସ୍ତାନରେ ଯେ କୌଣସି ପ୍ରକାର ଆତ୍ମସମୀକ୍ଷା ବିଚାରକୁ ନେଇ ପାକିସ୍ତାନ ସେନା ଯେ ରଣକୌଶଳ ଦୃଷ୍ଟିରୁ ଭାରତ ସହ ସମାନ ସ୍ଥିତିରେ ବିଦ୍ୟମାନ ହେବାକୁ ଏହାର ତର୍କରହିତ ଉଦ୍ଦେଶ୍ୟରୁ ଓହରି ଯିବ ବୋଲି ଆଶା କରାଯାଉନାହିଁ । ନିକଟରେ ଇଣ୍ଟରନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଫର ଷ୍ଟ୍ରାଟେଜିକ୍‌ ଷ୍ଟଡିଜ୍‌କୁ ସମ୍ବୋଧନ କରି ଅବସରପ୍ରାପ୍ତ ଲେଫ୍‌ଟନାଣ୍ଟ ଜେନେରାଲ ଖାଲି କିଦୱାଇ କହିଲେ, “ପ୍ରକୃତ କଥା ହେଉଛି, ଦକ୍ଷିଣ ଏସିଆରେ ରଣନୀତି ଭିତ୍ତିକ ସ୍ଥିରତା ଆଣିବା କ୍ଷେତ୍ରରେ ପାକିସ୍ତାନର ବିଶେଷ ନିର୍ଣ୍ଣାୟକ ଭୂମିକା ରହିଥିବାରୁ, ଭାରତ ସହ ପାରମ୍ପରିକ ଏବଂ ଆଣବିକ ରଣକୌଶଳ ଭିତ୍ତିକ ସମୀକରଣରେ ଗୁରୁତ୍ବପୂର୍ଣ୍ଣ ଭାରସାମ୍ୟ ବଜାୟ ରଖିବା କ୍ଷେତ୍ରରେ ପାକିସ୍ତାନ ଦାୟିତ୍ବ ବହନ କରିବା ଦରକାର ।”

ଆଣବିକ ଶକ୍ତିସଂପନ୍ନତା ପ୍ରସଙ୍ଗର ଅବତାରଣା କରି କିଦୱାଇ ଆହୁରି କହିଲେ, “ମୁଁ ସତର୍କ କରାଇ ଦେବାକୁ ଚାହିଁବି ଯେ, ନିହାତି ଅଣ ପେସାଦାର ଢଙ୍ଗରେ ଆକାଶ ମାର୍ଗରୁ ଥରଟିଏ ମାତ୍ର ଆକ୍ରମଣ କରି, ପାକିସ୍ତାନର ମଜଭୁତ ଆଣବିକ ଶକ୍ତିକୁ ଦୋହଲାଇ ଦେଇଥିବା ବୋଲି ମନେ କରିବା ବୃତ୍ତିଗତ ଭାବରେ ଏକ ମସ୍ତବଡ଼ ଭୁଲ ହେବ ।”

ଉଭୟ ପକ୍ଷ ଶିକ୍ଷାଲାଭ କରିଥିବା ଭିନ୍ନ ଭିନ୍ନ ବିଷୟରେ ହିଁ ଭୁଲ କରି ବସିବାର ଆଶଙ୍କା ନିହିତ । ଭାରତୀୟ ସେନାର ଦୃଢ଼ ବିଶ୍ବାସ ଯେ, ଆଣବିକ ଶକ୍ତିକୁ ବାଦ ଦେଇ ମଧ୍ୟ ପାକିସ୍ତାନ ପକ୍ଷରୁ ଆତଙ୍କବାଦୀ ଆକ୍ରମଣର ମୁକାବିଲା ଲାଗି ପର୍ଯ୍ୟାପ୍ତ ପାରମ୍ପରିକ ଶକ୍ତି ଓ ସାଧନ ପ୍ରୟୋଗ କ୍ଷମତା ଭାରତର ରହିଛି ଏବଂ ଏ କ୍ଷେତ୍ରରେ ଭାରତ ଏହାର ଶ୍ରେଷ୍ଠତା ପ୍ରତିପାଦିତ କରିବା ଦରକାର । ଅନ୍ୟ ପକ୍ଷରେ ପାକିସ୍ତାନର ସାମରିକ ବାହିନୀ ମନେ କରୁଛି ଯେ, ଏହାର ଆଣବିକ ଶକ୍ତି ପ୍ରୟୋଗ ଚେତାବନୀ ଯୋଗୁଁ ଭାରତ ତା’ର ଅଭିଯାନକୁ ସୀମାବଦ୍ଧ କରି ରଖିବ ଏବଂ ଏହା ଫଳରେ ପାରମ୍ପରିକ ବିଷମତା ପ୍ରାଧାନ୍ୟ ହରାଇବ ।

ଏଭଳି ଏକ ଅନିଶ୍ଚିତ ମିଶ୍ରଭାବ ଦେଖାଦେଇଥିବା ସମୟରେ, ଉଭୟ ପକ୍ଷ ନିଜ ନିଜର ବିକଳ୍ପ ଏବଂ ରାଜନୈତିକ ଉଦ୍ଦେଶ୍ୟକୁ ବାସ୍ତବବାଦୀ ଦୃଷ୍ଟିରୁ ଏବଂ ତର୍କସମ୍ମତ ଭାବରେ ଆକଳନ କରିବା ଦରକାର । ପାକିସ୍ତାନ ବୁଝିନେବା ଉଚିତ ଯେ ଭାରତ ବିରୋଧରେ ଆତଙ୍କବାଦୀ ଆକ୍ରମଣ ଯୁଦ୍ଧ ସଂକଟ ଆହ୍ବାନ ଦିଗରେ ପ୍ରଥମ ସୋପାନ ଏବଂ ଏହାକୁ ଏଡ଼ାଇ ଦିଆଯାଇପାରିଲେ ଦ୍ବିତୀୟ ସୋପାନର ଆଦୌ ଆବଶ୍ୟକତା ରହିବ ନାହିଁ ।

Last Updated : Mar 5, 2020, 6:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.