ETV Bharat / bharat

ଲକଡାଉନ୍ ପୂର୍ବରୁ ପ୍ରବାସୀଙ୍କୁ ଯିବାକୁ ଦେଇଥିଲେ ସଂକ୍ରମଣ ବଢିନଥାନ୍ତା: ସ୍ବାସ୍ଥ୍ୟ ବିଶେଷଜ୍ଞ - ଲକଡାଉନ୍ ପୂର୍ବରୁ ପ୍ରବାସୀଙ୍କୁ ଯିବାକୁ ଦେଇଥିଲେ ସଂକ୍ରମଣ ବଢିନଥାନ୍ତା

ଜନସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଏକ ଦଳ କହିଛନ୍ତି ଯେ ଯଦି ପ୍ରବାସୀ ଶ୍ରମିକଙ୍କୁ ଲକଡାଉନ୍ ପୂର୍ବରୁ ଘରକୁ ଯିବାକୁ ଅନୁମତି ଦିଆଯାଇଥାନ୍ତା ତେବେ ଦେଶରେ କୋରୋନା ଭାଇରସ ରୋଗକୁ ରୋକାଯାଇ ପାରିଥାନ୍ତା । କାରଣ ସେତେବେଳେ ଏହି ସଂକ୍ରାମକ ରୋଗ ନିମ୍ନ ସ୍ତରରେ ଥିଲା।

migrants
ଲକଡାଉନ୍ ପୂର୍ବରୁ ପ୍ରବାସୀଙ୍କୁ ଯିବାକୁ ଦେଇଥିଲେ ସଂକ୍ରମଣ ବଢିନଥାନ୍ତା
author img

By

Published : May 31, 2020, 4:30 PM IST

ନୂଆଦିଲ୍ଲୀ: ଜନସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଏକ ଦଳ କହିଛନ୍ତି ଯେ ଯଦି ପ୍ରବାସୀ ଶ୍ରମିକଙ୍କୁ ଲକଡାଉନ୍ ପୂର୍ବରୁ ଘରକୁ ଯିବାକୁ ଅନୁମତି ଦିଆଯାଇଥାନ୍ତା ତେବେ ଦେଶରେ କୋରୋନା ଭାଇରସ ସଂକ୍ରମଣକୁ ରୋକାଯାଇ ପାରିଥାନ୍ତା । କାରଣ ସେତେବେଳେ ଏହି ସଂକ୍ରାମକ ରୋଗ ନିମ୍ନ ସ୍ତରରେ ଥିଲା।

ଏମ୍ସ, ଜେଏନୟୁ, ବିଏଚୟୁ ଓ ଅନ୍ୟାନ୍ୟ ଅନୁଷ୍ଠାନର ଜନସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କୋରୋନା ଭାଇରସ୍ ଟାସ୍କ ଫୋର୍ସ ଦ୍ବାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଫେରି ଆସୁଥିବା ପ୍ରବାସୀମାନେ ବର୍ତ୍ତମାନ ଦେଶର ପ୍ରତ୍ୟେକ ସ୍ଥାନକୁ ଏହି ସଂକ୍ରମଣ ବହନ କରୁଛନ୍ତି। ପ୍ରାୟତଃ ସେହି ଜିଲ୍ଲାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଉପାନ୍ତ ଅଞ୍ଚଳରେ ଓ ଜନସ୍ବାସ୍ଥ୍ୟ ବ୍ୟବସ୍ଥା ଅପେକ୍ଷାକୃତ ଦୁର୍ବଳ ହେବାରେ ଲାଗିଛି ବୋଲି କୁହାଯାଇଛି।

ଭାରତୀୟ ଜନସ୍ବାସ୍ଥ୍ୟ ସଂଘ (ଆଇପିଏଚ୍ଏ), ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ପ୍ରିଭେଣ୍ଟିଭ୍ ଆଣ୍ଡ ସୋସିଆଲ୍ ମେଡିସିନ୍ (IAPSM) ଓ ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଏପିଡେମୋଲୋଜିଷ୍ଟ (IAE) ର ବିଶେଷଜ୍ଞଙ୍କ ଦ୍ବାରା ପ୍ରସ୍ତୁତ ଏହି ରିପୋର୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ପଠାଯାଇଛି। ସେ କହିଛନ୍ତି ଯେ ମାର୍ଚ୍ଚ 25 ରୁ 30 ମେ ପର୍ଯ୍ୟନ୍ତ ଭାରତରେ ଦେଶବ୍ୟାପୀ ଲକଡାଉନ୍ ସବୁଠାରୁ ଭୟଙ୍କର ଥିଲା ଓ ଏହି ସମୟ ମଧ୍ୟରେ କୋରୋନା ଭାଇରସ ଦ୍ରୁତ ଗତିରେ ବୃଦ୍ଧି ପାଇଛି।

ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ରୋଗ ବିଷୟରେ ଜନସାଧାରଣଙ୍କ ନିକଟରେ ସୀମିତ ସୂଚନା ଥିବାରୁ ଡାକ୍ତର ଓ ଏପିଡେମୋଲୋଜିଷ୍ଟମାନେ ସୀମିତ କ୍ଷେତ୍ର ତାଲିମ ଓ ଦକ୍ଷତା ସହିତ ସରକାରଙ୍କୁ ପରାମର୍ଶ ଦେଇଥିଲେ।

ଏହି ରିପୋର୍ଟରେ ଜନସ୍ବାସ୍ଥ୍ୟ ଓ ମାନବିକ ସଙ୍କଟର ମୁକାବିଲା ପାଇଁ କେନ୍ଦ୍ର, ରାଜ୍ୟ ତଥା ଜିଲ୍ଲା ସ୍ତରରେ ଆନ୍ତଃଶୃଙ୍ଖଳିତ ଜନସ୍ବାସ୍ଥ୍ୟ, ପ୍ରତିଷେଧକ ସ୍ବାସ୍ଥ୍ୟ ବିଶେଷଜ୍ଞ ତଥା ସାମାଜିକ ବୈଜ୍ଞାନିକଙ୍କ ଏକ କମିଟି ଗଠନ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦିଆଯାଇଛି ।

ଅନୁସନ୍ଧାନର ଫଳାଫଳ ସମେତ ସମସ୍ତ ତଥ୍ୟ ଅନୁସନ୍ଧାନ ସମ୍ପ୍ରଦାୟକୁ ସାର୍ବଜନୀନ କରାଯିବା ଉଚିତ ଯାହା ଦ୍ବାରା ଏହି ବିଶ୍ବ ମହାମାରୀକୁ ନିୟନ୍ତ୍ରଣ କରିବାର ସମାଧାନ ମିଳିପାରିବ ବୋଲି ମତ ଦିଆଯାଇଛି। ସଂକ୍ରମଣର ପ୍ରସାର ହାରକୁ ହ୍ରାସ କରିବା ପାଇଁ ସାମାଜିକ ଦୂରତାର ନିୟମ ମାନିବା ଆବଶ୍ୟକତାକୁ ଗୁରୁତ୍ବ ଦେଇ ବିଶେଷଜ୍ଞ ମାନେ କହିଛନ୍ତି ଯେ ଅସ୍ଥିରତା ଓ ଲକଡାଉନ୍ ସହ ଜଡିତ ମାନସିକ ସ୍ବାସ୍ଥ୍ୟ ସମସ୍ୟାକୁ ସାମ୍ନା କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ଉଚିତ୍ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.