ETV Bharat / bharat

ଯୌତୁକ ନିର୍ଯାତନା ମାମଲାରେ ଛନ୍ଦି ହେଲେ ଫ୍ଲିପକାର୍ଟ ସହ-ପ୍ରତିଷ୍ଠାତା

ଫ୍ଲିପକାର୍ଟ ସହ-ପ୍ରତିଷ୍ଠାତା ସଚିନ ବଂସଲଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ପତ୍ନୀ ପ୍ରିୟା ବଂଶଲ । ଅଧିକ ସୂଚନା ପାଇଁ ପଢନ୍ତୁ ...

A dowry harassment case has been filed against Flipkart co-founder
ଯୌତୁକ ନିର୍ଯ୍ୟାତନା ମାମଲା ରେ ଛନ୍ଦି ହେଲେ ଫ୍ଲିପକାର୍ଟ ପ୍ରତିଷ୍ଠାତା ସଚିନ ବଂସଲ
author img

By

Published : Mar 5, 2020, 9:51 PM IST

ନୂଆଦିଲ୍ଲୀ: ଯୌତୁକ ନିର୍ଯାତନା ମାମଲାରେ ଫସିଲେ ଫ୍ଲିପକାର୍ଟ ଇକମର୍ସ କମ୍ପାନୀର ସହ-ପ୍ରତିଷ୍ଠାତା ସଚିନ ବଂସଲ । ପତ୍ନୀ ପ୍ରିୟା ବଂଶଲ ତାଙ୍କ ବିରୋଧରେ ଆଣିଛନ୍ତି ଯୌତୁକ ନିର୍ଯାତନା ଅଭିଯୋଗ । ଏନେଇ ସେ ଫେବୃଆରି 28ରେ ବେଙ୍ଗାଲୁରୁ କୋରମଙ୍ଗଳା ଥାନାରେ ଏକ ମାମଲା ରୁଜୁ କରିଥିଲେ । ସଚିନଙ୍କ ବାପା ସତ୍ୟପ୍ରକାଶ ଅଗ୍ରୱାଲ, ମାତା କିରଣ ବଂଶଲ ଓ ଭାଇ ନିତିନ ବଂଶଲଙ୍କ ବିରୋଧରେ ଅଧିକ ଯୌତୁକ ଦାବି ନେଇ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଥିଲେ ପ୍ରିୟା ।

ପ୍ରିୟାଙ୍କ ଅଭିଯୋଗ ମୁତାବକ, ବିବାହ ବେଳେ ତାଙ୍କ ବାପା 50 ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ଏବଂ ସଚିନ ଦାବି କରିଥିବା କାର ବଦଳରେ 11 ଲକ୍ଷ ଟଙ୍କା ଦେଇଥିଲେ ପ୍ରିୟାଙ୍କ ପରିବାର । କିନ୍ତୁ ଏଥିରେ ତାଙ୍କ ପତି ସନ୍ତୁଷ୍ଟ ହୋଇନଥିବାବେଳେ ତାଙ୍କ ନାଁରେ ଥିବା ସମସ୍ତ ସମ୍ପତ୍ତିକୁ ବଦଳାଇ ସଚିନ ତାଙ୍କ ନାଁରେ ସବୁ ସମ୍ପତ୍ତି କରିବା ପାଇଁ ଦାବି କରିଆସୁଥିଲେ । ହେଲେ ଏଥିପାଇଁ ସେ ମନା କରିବାରୁ ସଚିନ ତାଙ୍କୁ ନିୟମିତ ଶାରିରୀକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ । ଏଭଳି କି ସଚିନ ତାଙ୍କ ଭଉଣୀଙ୍କୁ ଯୌନ ନିର୍ଯାତନା ଦେଉଥିଲେ ବୋଲି ଗମ୍ଭୀର ଅଭିଯୋଗ କରିଛନ୍ତି ପ୍ରିୟା ।

ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ଖୁବଶୀଘ୍ର ସେ ଜେରା ହେବେ ବୋଲି କହିଛି ପୋଲିସ । ସେପଟେ ଶ୍ବଶୁର ଘର ଲୋକ ବାହାରେ ଅଛନ୍ତି । ଖୁବ ଶୀଘ୍ର ତାଙ୍କୁ ପଚାରାଉଚୁରା ହେବ ବୋଲି କହିଛି ପୋଲିସ । ଯୌତୁକ ନିର୍ଯାତନା କେସ ରୁଜୁ କରି ତଦନ୍ତ କରୁଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.