ETV Bharat / bharat

ଚନ୍ଦ୍ରଶେଖର ଆଜାଦଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

author img

By

Published : Jan 15, 2020, 6:07 PM IST

ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଦିଲ୍ଲୀ ତୀସ ହଜାରୀ କୋର୍ଟରୁ ସର୍ତ୍ତମୂଳକ ଜାମିନ । ନିର୍ବାଚନ ପର୍ଯ୍ୟନ୍ତ ଦିଲ୍ଲୀର କୌଣସି ବି ଧାରଣାରେ ସାମିଲ ନହେବା ସର୍ତ୍ତରେ କୋର୍ଟ ଆଜାଦଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ଆଜାଦଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ
ଆଜାଦଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ନୂଆଦିଲ୍ଲୀ: ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଦିଲ୍ଲୀ ତୀସ ହଜାରୀ କୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି । ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ଦିଲ୍ଲୀର କୌଣସି ବି ଧାରଣାରେ ସାମିଲ ନହେବା ସର୍ତ୍ତରେ କୋର୍ଟ ଆଜାଦଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ସିଏଏ ବିରୋଧୀ ବିକ୍ଷୋଭ ସମୟରେ ଦରିୟାଗଞ୍ଜ ହିଂସା ଉସକାଇବା ଅଭିଯୋଗରେ ଦିଲ୍ଲୀ ପୋଲିସ ଚନ୍ଦ୍ରଶେଖର ଆଜାଦଙ୍କୁ 21 ଡିସେମ୍ବରରେ ଗିରଫ କରିଥିଲା । 20 ଡିସେମ୍ବର ଦିଲ୍ଲୀର ଜାମା ମସଜିଦ ପରିସରରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ପ୍ରଦର୍ଶନ ଚାଲିଥିଲା ଏବଂ ସନ୍ଧ୍ୟା ସମୟରେ ଦରିୟାଗଞ୍ଜରେ ହିଂସା ବଢିଯାଇଥିଲା । ଏଥିରେ ଚନ୍ଦ୍ରଶେଖରଙ୍କ ହାତ ଥିବା ଅଭିଯୋଗ ରହିଛି ।

ଚନ୍ଦ୍ରଶେଖର ଆଜାଦ ତଳକୋର୍ଟରେ ଜାମିନ ଆବେଦନ କରିଥିଲେ । ତାଙ୍କ ଯାଚିକା ଉପରେ ମଙ୍ଗଳବାର ଶୁଣାଣି ହୋଇଥିଲା । ଶୁଣାଣି ସମୟରେ ଅତିରିକ୍ତ ସରକାରୀ ଓକିଲ ପଙ୍କଜ ଭାଟିଆ ପୋଲିସ ପକ୍ଷରୁ ଜାମିନ ଆବେଦନର ବିରୋଧ କରିଥିଲେ । ଏହାସହ ଆଜାଦ ଜାମା ମସଜିଦ ପରିସରରେ ହିଂସାକୁ ଉସକାଇବା ପରି ଭାଷଣ ଦେଇଥିବା କହିଥିଲେ ପଙ୍କଜ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.