ବେଙ୍ଗାଲୁରୁ: ଜାତିଗତ ଭିନ୍ନତା ପାଇଁ ଯୁବକ ଓ ଯୁବତୀଙ୍କୁ ମାଡ । ବୁଧବାର ଅଟୋରେ ଯାଉଥିବା ଦୁଇ ଯୁବକ ଓ ଯୁବତୀଙ୍କୁ ସେମାନଙ୍କ ଭିନ୍ନ ଭିନ୍ନ ଜାତି ପାଇଁ କିଛି ଲୋକେ ସେମାନଙ୍କୁ ମାଡ ମାରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ହସନ ସହରରେ । ତେବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ସୂଚନା ଅନୁଯାୟୀ, ଯୁବକ ଜଣଙ୍କ ହସନ ଜିଲ୍ଲାର ମାଲାଗାଡ ଗ୍ରାମର । ତେବେ ସେ ବୁଧବାର ଅଟୋରେ ଏକ ମହିଳାଙ୍କ ସହ ଯାଉଥିଲେ । ଯିଏ ଏକ ଅନ୍ୟ ଜାତିର ଥିଲେ । ଏହା ଦେଖି କିଛି ଲୋକେ ଅଟୋ ରୋକି ସେମାନଙ୍କୁ ଚାପୁଡା ମାରିବା ସହ ଅତି ନିର୍ମମ ଭାବେ ମାଡ ମାରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଭାଇରାଲ ଭିଡିଓ ଆଧାରରେ ହସନ ପୋଲିସ ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି ।