ETV Bharat / bharat

ପିପିଇ କିଟ୍ ପିନ୍ଧି ସେଲୁନ ଖୋଲିଲେ ବ୍ୟବସାୟୀ - ପିପିଇ କିଟ୍ ପିନ୍ଧି ସେଲୁନ କାମ

କର୍ଣ୍ଣାଟକ ରାଜ୍ୟରେ ଦ୍ରୁତଗତିରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ ସଂଖ୍ୟା । ବିଶେଷ କରି ରାଜ୍ୟର ରାଜଧାନୀ ବେଙ୍ଗାଲୁରୁ ପଜିଟିଭ ସଂଖ୍ୟା ଅଧିକ ରହିଛି । ନିଜ ସେଲୁନ କାମ ଆରମ୍ଭ କରିବାକୁ କର୍ମଚାରୀ ଜଣଙ୍କ ପିପିଇ କିଟ ପିନ୍ଧି ସେଲୁନ ଖୋଲିବା ଆରମ୍ଭ କରିଛନ୍ତି । ଅଧିକ ଖବର ପଢନ୍ତୁ...

ପିପିଇ କିଟ୍ ପିନ୍ଧି ସେଲୁନ କାମ ଆରମ୍ଭ କଲେ ବ୍ୟବସାୟୀ

author img

By

Published : Jul 27, 2020, 12:28 AM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜ୍ୟରେ ଦ୍ରୁତଗତିରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ ସଂଖ୍ୟା । ବିଶେଷ କରି ରାଜ୍ୟର ରାଜଧାନୀ ବେଙ୍ଗାଲୁରୁ ପଜିଟିଭ ସଂଖ୍ୟା ଅଧିକ ରହିଛି । ତେବେ ଲକଡାଉନ,ସଟଡାଉନ ପାଇଁ ଜୀବନ ଜୀବିକା ଉପରେ ଭାରି ପଡିଛି କୋରୋନା। ଦୋକାନ ବଜାର ବନ୍ଦ ଥିବାରୁ ଜୀବିକାର ଧାରା କେମିତି ଚାଲିବ ସେ ନେଇ ଚିନ୍ତାରେ ବ୍ୟବସାୟୀ । ତେବେ ଶିମୋଗା ଅଞ୍ଚଳରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ନିଜ ସେଲୁନ କାମ ଆରମ୍ଭ କରିବାକୁ କର୍ମଚାରୀ ଜଣଙ୍କ ପିପିଇ କିଟ ପିନ୍ଧି ସେଲୁନ ଖୋଲିବା ଆରମ୍ଭ କରିଛନ୍ତି ।

ପିପିଇ କିଟ୍ ପିନ୍ଧି ସେଲୁନ କାମ ଆରମ୍ଭ କଲେ ବ୍ୟବସାୟୀ

ଗତ ପାଞ୍ଚବର୍ଷ ଧରି ପ୍ରଶାନ୍ତ ସେଲୁନ କାମ ଆରମ୍ଭ କରିଥିଲେ । ମାତ୍ର ଲକଡାଉନ ପାଇଁ ବ୍ୟବସାୟ ଠପ ହେବା ପରେ କେମିତି ଜୀବିକାର ରାସ୍ତାକୁ ଆଗକୁ ନେବେ ସେଥିପାଇଁ ଏମିତି ପନ୍ଥା ଆପଣାଇଛନ୍ତି ପ୍ରଶାନ୍ତ।

ମାତ୍ର ସେଲୁନରେ କାହାକୁ ସ୍ପର୍ଶ ନକରି ସେଲୁନରେ କାମ କରିବା ଅସମ୍ଭବ । ସେଥିପାଇଁ ନିଜକୁ କୋରୋନା ଠାରୁ ଦୂରେଇ ରଖିବା ସହ ଗ୍ରାହକ ମାନଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଶାନ୍ତ ହସ୍ପିଟାଲରେ ବ୍ୟବହୃତ ପିପିଇ କିଟ ପିନ୍ଧି କାମ କରୁଛନ୍ତି । ଅନ୍ୟପଟେ ଗ୍ରାହକ ମାନେ ମଧ୍ୟ ପ୍ରଶାନ୍ତଙ୍କ ସେଲୁନକୁ ନିର୍ଭୟରେ ଆସୁଥିବା ଦେଖାଯାଇଛି । କେବଳ ଏତିକି ନୁହେଁ କୋଭିଡ ନିୟମ ଅନୁସାରେ ଦୋକାନକୁ ଆସୁଥିବା ଗ୍ରାହକଙ୍କ ଥର୍ମାଲ ସ୍କ୍ରିନିଂ ମଧ୍ୟ କରନ୍ତି ପ୍ରଶାନ୍ତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.