ETV Bharat / bharat

ପୁଣି ପୋଲିସ ଆସିଷ୍ଟାଣ୍ଟ ସବ-ଇନସ୍ପେକ୍ଟରଙ୍କ ମୁଣ୍ଡ ନେଲା କୋରୋନା - maharasthra

ପୁଣି ପୋଲିସ ଆସିଷ୍ଟାଣ୍ଟ ସବ-ଇନସ୍ପେକ୍ଟରଙ୍କ ମୁଣ୍ଡ ନେଲା କୋରୋନା । ପୁଣେ ହସ୍ପିଟାଲରେ ହେଲା ମୃତ୍ୟୁ । ଅଧିକ ପଢନ୍ତୁ...

Assistant Sub-Inspector has lost his life due to COVID19
ପ୍ରତିକାତ୍ମକ ଫଟୋ
author img

By

Published : May 5, 2020, 7:03 AM IST

ମୁମ୍ବାଇ: ଥମୁନି ମହାମାରୀ କୋରୋନାର ଦାଉ । ନିଜ ଜୀବନକୁ ବାଜି ଲଗାଇ ଆମକୁ ସୁରକ୍ଷା ଦେଉଥିବା ପୋଲିସ କର୍ମୀ ଏଥିରେ ହେଉଛନ୍ତି ଶିକାର । ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ପ୍ରାୟ 3 ଜଣ ପୋଲିସ ଅଧିକାରୀଙ୍କ କୋରୋନାରେ ମୃତ୍ୟୁ ଘଟିଥିବା ବେଳେ ସୋମବାର ପୁଣେର ଜଣେ ପୋଲିସ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଚର ପ୍ରାଣ ହରାଇଛନ୍ତି ।

ସୂଚନା ଅନୁସାରେ, ପୁଣେ ଭାରତୀ ହସ୍ପିଟାଲରେ କୋଭିଡ-19ରେ ଆକ୍ରାନ୍ତ ହେବା ପରେ 58 ବର୍ଷୀୟ ସହକାରୀ ସବ୍-ଇନ୍ସପେକ୍ଟର ଚିକିତ୍ସିତ ହେଉଥିଲେ । ତାଙ୍କର ଚିକିତ୍ସା ଚାଲିଥିବା ବେଳେ ହିଁ ମୃତ୍ୟୁ ଘଟିଥିବା ଜଣାପଡିଛି । ସେ ଗତ 12 ଦିନ ଧରି ଭେଣ୍ଟିଲେଟରରେ ଥିଲେ ଏବଂ ଉଚ୍ଚ ରକ୍ତଚାପ ଏବଂ ମୋଟାପଣ ଭଳି ଅନ୍ୟ ରୋଗରେ ପୀଡିତ ଥିଲେ । ଏନେଇ ପୁଣେର ଭାରତୀ ହସ୍ପିଟାଲର ଡେପୁଟି ମେଡିକାଲ ନିର୍ଦ୍ଦେଶକ ଡ ଜିତେନ୍ଦ୍ର ଓସୱାଲ ସୂଚନା ଦେଇଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.