ETV Bharat / bharat

ଶେଷରେ ସ୍ବୀକାର କଲା କେନ୍ଦ୍ର; ଶ୍ରମିକ ସ୍ପେଶାଲ ଟ୍ରେନରେ 97 ଜଣଙ୍କ ମୃତ୍ୟୁ ଘଟିଛି

author img

By

Published : Sep 19, 2020, 7:54 PM IST

ସଂସଦରେ ପ୍ରଥମ ଥର ପାଇଁ କେନ୍ଦ୍ର ଏହା ସ୍ବୀକାର କରିଛି ଯେ ଲକଡାଉନ ସମୟରେ ଶ୍ରମିକ ସ୍ପେଶାଲ ଟ୍ରେନରେ ଯାତ୍ରା କରୁଥିବା ବେଳେ ପ୍ରବାସୀ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ଲକଡାଉନ ଆରମ୍ଭରୁ ସେପ୍ଟେମ୍ବର 9 ପର୍ଯ୍ୟନ୍ତ ମୋଟ 97 ଜଣଙ୍କର ମୃତ୍ୟୁ ଘଟିଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲ ।

ଶ୍ରମିକ ସ୍ପେଲିଆଲ ଟ୍ରେନରେ 97 ଜଣଙ୍କର ମୃତ୍ୟୁ ଘଟିଛି

ନୂଆଦିଲ୍ଲୀ: ଲକଡାଉନ ସମୟରେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ନେଇ ଶେଷରେ ସ୍ବୀକାର କଲା କେନ୍ଦ୍ର । ଏନେଇ କେନ୍ଦ୍ର କହିଛି ଯେ, ସେପ୍ଟେମ୍ବର 9 ପର୍ଯ୍ୟନ୍ତ ମୋଟ 97 ଜଣଙ୍କର ମୃତ୍ୟୁ ଘଟିଛି । ଶୁକ୍ରବାର ରାଜ୍ୟସଭାରେ ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓ’ବ୍ରାଇନ୍‌ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଏକ ପ୍ରଶ୍ନ କରିଥିଲେ ଯେ, ଲକଡାଉନ ସମୟରେ ଶ୍ରମିକ ସ୍ପେଶାଲ ଟ୍ରେନରେ ଯାତ୍ରା କରିଥିବାବେଳେ ପ୍ରାଣ ହରାଇଥିବା ମୋଟ ମୃତ୍ୟୁହାରର ସବିଶେଷ ତଥ୍ୟ ଅଛି କି ନାହିଁ ?

ଏହାର ଲିଖିତ ଉତ୍ତରରେ ଗୋଏଲ କହିଛନ୍ତି, ରାଜ୍ୟ ପୋଲିସ ଦ୍ବାରା ପ୍ରଦାନ କରାଯାଇଥିବା ତଥ୍ୟକୁ ଆଧାର କରି ଲକଡାଉନ ସମୟରେ ଶ୍ରମିକ ସ୍ପେଶାଲ ଟ୍ରେନରେ ଯାତ୍ରା କରୁଥିବା ସମୟରେ ସେପ୍ଟେମ୍ବର 9 ପର୍ଯ୍ୟନ୍ତ 97 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି 97ଟି ମାମଲା ମଧ୍ୟରୁ ରାଜ୍ୟ ପୋଲିସ 87ଟି ମାମଲାରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏପର୍ଯ୍ୟନ୍ତ ସମ୍ପୃକ୍ତ ରାଜ୍ୟ ପୋଲିସ ଠାରୁ 51ଟି ବ୍ୟବଚ୍ଛେଦ ରିପୋର୍ଟ ମିଳିଛି । ଯେଉଁଥିରେ ମୃତ୍ୟୁର କାରଣ ହୃଦରୋଗ, ମସ୍ତିଷ୍କ ରକ୍ତସ୍ରାବ, ପୂର୍ବରୁ ଥିବା କ୍ରୋନିକ୍ ରୋଗ, ଫୁସଫୁସ, ଯକୃତ ରୋଗ ଇତ୍ୟାଦି ଦର୍ଶାଯାଇଛି ।

ମନ୍ତ୍ରୀ କହିଛନ୍ତି ଯେ, ଅପ୍ରାକୃତିକ ମୃତ୍ୟୁ ମାମଲାରେ ରାଜ୍ୟ ପୋଲିସ ସିଆରପିସି ଧାରା 174 ଅନୁଯାୟୀ ପଞ୍ଜିକରଣ କରିଛି ଏବଂ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ଅନୁସରଣ କରୁଛି ।

ଏଠାରେ କହି ରଖୁଛୁ ଯେ, ଏହାପୂର୍ବରୁ ଶ୍ରମ ମନ୍ତ୍ରଣାଳୟ ଲୋକସଭାରେ କହିଥିଲା ​​ଯେ ଲକଡାଉନ ସମୟରେ ମୃତ୍ୟୁବରଣ କରିଥିବା ଶ୍ରମିକଙ୍କର କୌଣସି ତଥ୍ୟ ଉପଲବ୍ଧ ନାହିଁ । ତେବେ ଏହା ପରେ ବିରୋଧୀ ଦଳ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଲକଡାଉନ ସମୟରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ କରିବାକୁ ଦାବି କରିଥିଲେ ବିରୋଧୀ ।

ଗୋଏଲ ତାଙ୍କ ଉତ୍ତରରେ ସ୍ପଷ୍ଟ କରିଛନ୍ତି ଯେ, ଯାତ୍ରୀଙ୍କ ଉନ୍ନତ ସୁରକ୍ଷା ତଥା ନିରାପତ୍ତା ଓ ଆନୁଷଙ୍ଗିକ ବିଷୟ ପାଇଁ ଆରପିଏଫ ଜିଲ୍ଲା ପୋଲିସର ଉଦ୍ୟମକୁ ସହଯୋଗ କରୁଛି । ଶ୍ରମିକ ସ୍ପେଶାଲ ଟ୍ରେନରେ ଯାତ୍ରା କରୁଥିବା ପ୍ରବାସୀଙ୍କ ଉପରେ ଅନ୍ୟ ଏକ ପ୍ରଶ୍ନରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ରେଳବାଇ ସେମାନଙ୍କଠାରୁ ଭଡା ସଂଗ୍ରହ କରି ନାହିଁ । କାରଣ ଭଡା ଦେୟ ଉପରେ ରାଜ୍ୟ ସରକାରଙ୍କ ଦ୍ବାରା ଶ୍ରମିକ ସ୍ପେଶାଲ ଟ୍ରେନ୍ ବୁକ୍ କରାଯାଇଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି, ମେ 1 ରୁ ଅଗଷ୍ଟ 31 ମଧ୍ୟରେ ମୋଟ 6,619,000 ଯାତ୍ରୀଙ୍କୁ ନେଇ 4,621 ଶ୍ରମିକ ସ୍ପେସିଆଲ ଟ୍ରେନ୍ ଚଳାଚଳ କରିଥିଲା । ଏହି ଅବଧିରେ ରାଜ୍ୟ ସରକାର ଏବଂ ସେମାନଙ୍କ ପ୍ରତିନିଧୀଙ୍କ ଠାରୁ ମୋଟ 433 କୋଟି ଟଙ୍କା ରାଜସ୍ବ ସଂଗ୍ରହ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.