ETV Bharat / bharat

ବିଫଳ ହୋଇନି ଚନ୍ଦ୍ରଯାନ-2 !

author img

By

Published : Sep 7, 2019, 2:36 PM IST

ମିଶନ ଚନ୍ଦ୍ରଯାନ-2ର ଅଭିଯାନ ସମ୍ପୂର୍ଣ୍ଣ ବିଫଳ ନୁହେଁ । କାରଣ ଲ୍ୟାଣ୍ଡର ବିକ୍ରମ ସହିତ କେବଳ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ଆଉ ଏବେ ବି ସକ୍ରିୟ ରହିଛି ଅର୍ବିଟର । ତେଣୁ ଆସନ୍ତା ବର୍ଷେ ଯାଇ ଚନ୍ଦ୍ର ସମସ୍ତ ତଥ୍ୟ ମିଳିପାରିବ ବୋଲି ଇସ୍ରୋ ବୈଜ୍ଞାନିକ କହିଛନ୍ତି ।

ଡିଜାଇନ ଫଟୋ

ବେଙ୍ଗାଲୁରୁ: ଅନିଶ୍ଚିତତା ମଧ୍ୟରେ ମିଶନ ମୁନର ସଫଳ ଅଭିଯାନ । ନା ସମ୍ପୂର୍ଣ୍ଣ ବିଫଳ ନା ସଫଳ । ଲ୍ୟାଣ୍ଡର 'ବିକ୍ରମ' ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି କିନ୍ତୁ ଏବେ ବି ସକ୍ରିୟ ଅଛି ଅର୍ବିଟର । ଗତ ବର୍ଷେ ପର୍ଯ୍ୟନ୍ତ ଏହା ଚନ୍ଦ୍ରପୃଷ୍ଠରେ ପରିକ୍ରମା କରିବା ସହ ଚନ୍ଦ୍ରର ସମସ୍ତ ତଥ୍ୟ ପଠାଇବ । ସଫ୍ଟ ଲ୍ୟାଣ୍ଡିଂ ପାଇଁ ଇସ୍ରୋ ବୈଜ୍ଞାନିକ ଚେଷ୍ଟା ଜାରି ରଖିଥିବାବେଳେ ଅନ୍ତିମ ପର୍ଯ୍ୟାୟରେ ହିଁ ସଫଳ ହୋଇନଥିଲା ଚନ୍ଦ୍ରଯାନ-2 ଅଭିଯାନ ।

ତେଣୁ ଏହା 95 ପ୍ରତିଶତ ସଫଳତା ହାସଲ କରିଥିବାବେଳେ ମାତ୍ର 5 ପ୍ରତିଶତ ବିଫଳ ହୋଇଛି । ଚନ୍ଦ୍ରରେ ପହଞ୍ଚିବାର 14 ଦିନ ପରେ ରୋଭର ପ୍ରଜ୍ଞାନ ସକ୍ରିୟ ରହିଥିଲେ ଅର୍ଟିବର ଆଗାମୀ ବର୍ଷେ ଯାଏ କାମ କରିବ । ଏହାଦ୍ବାରା ଚନ୍ଦ୍ରର ସମସ୍ତ ସୂଚନା ତଥ୍ୟ ମିଳିପାରିବ । ଆଉ ଚନ୍ଦ୍ରଯାନ-2କୁ ସଫଳ କରିବା ନେଇ ଦିନ ରାତି ଏକ କରିଦେଇଥିଲେ ଇସ୍ରୋ ବୈଜ୍ଞାନିକ । ଆଉ ସମସ୍ତ ପରୀକ୍ଷା ମଧ୍ୟ ଠିକଠାକରେ ଗତି କରୁଥିଲା । ହେଲେ ଚନ୍ଦ୍ରପୃଷ୍ଠରୁ ମାତ୍ର 2.1 କିମି ବାକି ଥିବାବେଳେ 'ବିକ୍ରମ' ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଥିଲା । ଆଉ ଯଦି ସବୁ ଠିକଠାକ ରହେ ତାହା ହେଲେ ବିକ୍ରମ ସହ ଯୋଗାଯୋଗର ବିଚ୍ଛିନ୍ନର କାରଣ ମଧ୍ୟ ଜଣାପଡିବ ବୋଲି ଇସ୍ରୋର ଜଣେ ବୈଜ୍ଞାନିକ କହିଛନ୍ତି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.