ETV Bharat / bharat

କେରଳରେ 9 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ମୋଟ 345

author img

By

Published : Apr 9, 2020, 10:40 AM IST

କେରଳରେ 9 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 345ରେ ପହଞ୍ଚିଛି ।

kerala corona upadate
କେରଳରେ 9 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଥିରୁଅନନ୍ତପୁରମ: ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହି କ୍ରମରେ କେରଳରେ 9 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 345ରେ ପହଞ୍ଚିଛି ।

345 ଆକ୍ରାନ୍ତଙ୍କ ମଧ୍ୟରୁ 259 ଆକ୍ରାନ୍ତ ଆକ୍ଟିଭ ଥିବାବେଳେ 13 ଜଣ ସୁସ୍ଥ ଥିବା କେରଳ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି । ଏପଟେ ଚିହ୍ନଟ ହୋଇଥିବା 9 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 4 ଜଣ କନ୍ନୁର ଜିଲ୍ଲା, 2 ଜଣ ଆଲାପୁଜା ଜିଲ୍ଲା, ଜଣେ ପାଥନାମଥିତା ଜିଲ୍ଲା, ଜଣେ ଥ୍ରୀଶୁର ଏବଂ ଜଣେ କାଶାର ଗୋଜ ଜିଲ୍ଲାର ଥିବା ଜଣାପଡିଛି ।

ଚିହ୍ନଟ ହୋଇଥିବା କନ୍ନୁର ଜିଲ୍ଲାର 4 ଜଣଙ୍କ ମଧ୍ୟରୁ 2 ଜଣ ଦିଲ୍ଲୀ ନିଜାମୁଦ୍ଦିନ ମରକଜ ସମାରୋହରେ ଯୋଗ ଦେଇଥିଲେ । ପ୍ରକାଶ ଥାଉକି, ଦେଶରେ ବର୍ତ୍ତମାନ ସୁଦ୍ଧା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 5734ରେ ପହଞ୍ଚିଛି । ଏଥି ମଧ୍ୟରୁ 5095 ଆକ୍ରାନ୍ତ ଆକ୍ଟିଭ ଥିବାବେଳେ 473 ଜଣ ଆକ୍ରାନ୍ତ ସୁସ୍ଥ ଥିବା ଜଣାପଡିଛି । ଏଥିସହ କୋରୋନା କାରଣରୁ ଦେଶରେ ମୋଟ 166 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟି ସାରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.