ETV Bharat / bharat

ଟିକାକରଣ ପାଇଁ ଦିଲ୍ଲୀରେ 5000 ସେଣ୍ଟର: ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ - ଦିଲ୍ଲୀରେ ଟିକାକରଣ ପାଇଁ 89 କେନ୍ଦ୍ର: ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ

ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ 89ଟି ସେଣ୍ଟର ଚୟନ କରାଯାଇଥିବା ସୂଚନା ଦେଲେ ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ଅଧିକ ପଢନ୍ତୁ...

ଦିଲ୍ଲୀରେ ଟିକାକରଣ ପାଇଁ 89 କେନ୍ଦ୍ର: ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ

author img

By

Published : Jan 10, 2021, 7:02 PM IST

ନୁଆଦିଲ୍ଲୀ: କୋରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ଆସନ୍ତା ଜାନୁଆରୀ 16 ତାରିଖରୁ ସାରା ଦେଶରେ ଟିକାକରଣ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ 89ଟି ସେଣ୍ଟର ମନୋନୀତ ହୋଇଛି ବୋଲି ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ରବିବାର ଦିନ ସୂଚନା ଦେଇଛନ୍ତି ।

5000 ରୁ ବି ଅଧିକ ସେଣ୍ଟର ଟିକାକରଣ ନିମନ୍ତେ ସ୍ଥିର କରାଯାଇଛି । ପ୍ରତ୍ୟେକ ସେଣ୍ଟରରେ 8 ରୁ 10 ଜଣ ସଦସ୍ୟ ରହିବେ । ଜୈନ କହିଛନ୍ତି, ‘‘ ଆମେ 1000 ସେଣ୍ଟର ପ୍ରସ୍ତୁତ କରିଛୁ କିନ୍ତୁ, କେନ୍ଦ୍ରର ଆଦେଶ ଯୋଗୁଁ 89 ଟି ସେଣ୍ଟରକୁ ପ୍ରଥମ ପର୍ଯ୍ୟାୟ ନିମନ୍ତେ କାର୍ଯ୍ୟକ୍ଷମ କରାଯାଇଛି । ଏଥିରେ 36ଟି ସରକାରୀ ହସ୍ପିଟାଲ ଏବଂ 53 ଟି ବେସରକାରୀ ହସ୍ପିଟାଲ ସାମିଲ ।

ପ୍ରଥମ ପର୍ଯ୍ୟାୟ ଟୀକାକରଣ କେବଳ ସ୍ବାସ୍ଥ୍ୟକର୍ମୀ ଏବଂ ଆଗଧାଡିର କୋରୋନା ଯୋଦ୍ଧାଙ୍କୁ ଦିଆଯିବ । ଏଥିପାଇଁ 2 ଲକ୍ଷ 25 ହଜାର ସ୍ବାସ୍ଥ୍ୟକର୍ମୀ ଏପର୍ଯ୍ୟନ୍ତ ପଞ୍ଜିକରଣ କରିସାରିଛନ୍ତି । ଜୈନ ଆହୁରି ମଧ୍ୟ କହିଛନ୍ତି ଆଗ ଧାଡିର କର୍ମୀ ମଧ୍ୟରେ ଯେଉଁ ଶିକ୍ଷକ ମାନେ ରହିବେ ସେମାନଙ୍କୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଟୀକା ଦିଆଯିବ ।

ମନ୍ତ୍ରୀ କହିଛନ୍ତି, ଟୀକାକରଣ ନିମନ୍ତେ ସମସ୍ତ ପ୍ରସ୍ତୁତି ସରିଛି । ଜାନୁଆରୀ 12 କିମ୍ବା 13 ମଧ୍ୟରେ ଟୀକା ଆସିଯିବାର ଆଶା ରହିଛି । ମାଗଣା ଟୀକାକରଣ ବିଷୟରେ ପଚାରିବାରୁ ମନ୍ତ୍ରୀ କହିଥିଲେ ଯେ, ଭିଡିଓ କନଫରେନ୍ସ ମାଧ୍ୟମରେ ସେଣ୍ଟର ଗୁଡିକୁ ମଧ୍ୟ ସମାନ ପ୍ରଶ୍ନ ସେ ପଚାରିଥିଲେ । କିନ୍ତୁ, ସେଣ୍ଟର ଗୁଡିକ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାନ୍ତି ।

ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଟ୍ବିଟ କରି ସେଣ୍ଟର ଗୁଡିକୁ କେନ୍ଦ୍ର ଦ୍ବାରା ଦିଆଯାଉଥିବା ମାଗଣା ଭ୍ୟାକ୍ସିନ ଯୋଗାଇଦେବା ନିମନ୍ତେ ଅନୁରୋଧ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.