ETV Bharat / bharat

କୋରୋନା ଟିକାକରଣ ପାଇଁ ଦିଲ୍ଲୀରେ 89 ହସ୍ପିଟାଲ ଚିହ୍ନଟ: ସ୍ବାସ୍ଥ୍ୟମନ୍ତ୍ରୀ

author img

By

Published : Jan 10, 2021, 3:26 PM IST

ରାଜଧାନୀ ଦିଲ୍ଲୀରେ କୋରୋନା ଟୀକାକରଣ ପାଇଁ 89 ହସ୍ପିଟାଲକୁ ମନୋନୀତ କରାଯାଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ...

89 Hospitals in Delhi selected for corona vaccination: Health minister
କୋରୋନା ଟୀକାକରଣ ପାଇଁ ଦିଲ୍ଲୀରେ 89 ହସ୍ପିଟାଲ ମନୋନୀତ: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ 16 ତାରିଖରୁ ଭାରତରେ କୋରୋନା ମହାମାରୀର ଟିକାକରଣ ଆରମ୍ଭ ହେବାକୁ ଯାଉଛି । ତେବେ ରାଜଧାନୀ ଦିଲ୍ଲୀରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ 89 ହସ୍ପିଟାଲକୁ ମନୋନୀତ କରାଯାଇଛି ବୋଲି ରବିବାର ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୂଚନା ଦେଇଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେବା ବେଳେ ମନ୍ତ୍ରୀ କହିଛନ୍ତି ଯେ ଦିଲ୍ଲୀରେ ମୋଟ 89 ହସ୍ପିଟାଲକୁ ଟୀକାକରଣ ପାଇଁ ମନୋନୀତ କରାଯାଇଛି । ତେବେ ସେଥିମଧ୍ୟରୁ 36ଟି ସରକାରୀ ହସ୍ପିଟାଲ ହୋଇଥିବା ବେଳେ ଅନ୍ୟ 53ଟି ବେସରକାରୀ ହସ୍ପିଟାଲ । ଟୀକାକରଣର ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ ଓ କୋଭିଡ଼ ଯୋଦ୍ଧାଙ୍କୁ ଟିକା ଦିଆଯିବ । ଦେଶରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ କୋଭିଡ଼ ଯୋଦ୍ଧା ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇ ସେମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯିବ ।

ଦିଲ୍ଲୀରେ ଆସନ୍ତା ଜାନୁଆରୀ 12ରୁ 13 ତାରିଖ ମଧ୍ୟରେ ଟିକା ପହଞ୍ଚିବ । ପ୍ରତ୍ୟେକ ଟୀକାକରଣ କେନ୍ଦ୍ରରେ ଟିକାକୁ ପହଞ୍ଚାଇବା ପାଇଁ 8ରୁ 10 ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯିବ । କୋରୋନା ମାଗଣା ଟିକାକରଣ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ପ୍ରଥମେ ସ୍ବାସ୍ଥ୍ୟକର୍ମୀ ଓ କୋଭିଡ଼ ଯୋଦ୍ଧାଙ୍କୁ ମାଗଣାରେ ଟିକା ଯୋଗାଇ ଦିଆଯିବ । ତେବେ ସମସ୍ତ ଦେଶବାସୀଙ୍କୁ ମାଗଣାରେ ଟିକା ଯୋଗାଇ ଦେବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।

ସାରା ଦେଶରେ କୋରୋନାର ଟିକାକରଣ ଜାନୁଆରୀ 16 ତାରିଖରେ ଆରମ୍ଭ ହେବାକୁ ଯାଉଛି । ତେବେ ସୁରୁଖୁରୁରେ ଟୀକାକରଣ ଶେଷ କରିବା ପାଇଁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କ ସହ ଏକ ବୈଠକ ଯୋଗେ ଆଲୋଚନା କରିବା ସହିତ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.