ETV Bharat / bharat

ଭାରତର କୋରୋନା ମୃତ୍ୟୁ ସଂଖ୍ୟା 11କୁ ବୃଦ୍ଧି - ଭାରତର କୋରୋନା ମୃତ୍ୟୁ ସଂଖ୍ୟା 11କୁ ବୃଦ୍ଧି

ଅହମ୍ମଦାବାଦର ଜଣେ 85ବର୍ଷୀୟ ବୃଦ୍ଧାଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଏହା ସହ ଗୁଜୁରାଟର କୋରୋନା ପୀଡିତଙ୍କ ମୃତ୍ୟୁ ସଂଖ୍ୟା 2ରେ ପହଞ୍ଚିଛି । ଅଧିକ ପଢନ୍ତୁ...

85-year-old woman who passed away in Ahmedabad today and was tested positive for COVID19
ଭାରତର କୋରୋନା ମୃତ୍ୟୁ ସଂଖ୍ୟା 11କୁ ବୃଦ୍ଧି
author img

By

Published : Mar 26, 2020, 8:15 AM IST

ଗାନ୍ଧୀନଗର: ଅହମ୍ମଦାବାଦର ଜଣେ 85ବର୍ଷୀୟ ବୃଦ୍ଧାଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଏହା ସହ ରାଜ୍ୟର କୋରୋନା ପୀଡିତଙ୍କ ମୃତ୍ୟୁ ସଂଖ୍ୟା 2ରେ ପହଞ୍ଚିଛି । ସେହିପରି ଭାରତରେ ମୋଟ ମୃତ୍ୟୁ ସଂଖ୍ୟା 11ରେ ପହଞ୍ଚିଛି ।

ବୃଦ୍ଧା ଜଣକ ପୂର୍ବରୁ ସାଉଦି ଆରବରୁ ଫେରିବା ପରେ ତାଙ୍କ ଶରୀରରେ କୋରୋନା ଲକ୍ଷଣ ଦେଖାଯାଇଥିଲା । ଫଳରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କର ରକ୍ତ ନମୁନା ପରୀକ୍ଷା କରାଯିବା ପରେ ପଜିଟିଭ ରହିଥିବା ଜଣାପଡିଥିଲା ।

ଭାରତରେ କୋରୋନା ପଜିଟିଭଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ସନ୍ଧ୍ୟା ସୁଦ୍ଧା ଦେଶରେ 6ଶହ 6 ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । 42 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.