ବେଙ୍ଗାଲୁରୁ: ଆଜି କାଲି ବିବାହର ମାଧ୍ୟମ ସାଜିଛି ଅନଲାଇନ ଡେଟିଂ ଆପ। ଏନେଇ ଘରେ ବସି ସହଜରେ ମନ ପସନ୍ଦର ଜୀବନ ସାଥି ଖୋଜୁଛନ୍ତି ଯୁବପିଢି। ହେଲେ ଏହି ଆପର ଅପବ୍ୟବହାର କରୁଛନ୍ତି ଅନେକ ବିବାହିତ ଯୁବକ। ଅନ୍ୟ ଦେଶ ଅପେକ୍ଷା ଡେଟିଂ ଆପରେ ଭାରତୀୟ ବିବାହିତ ପୁରୁଷଙ୍କ ସଂଖ୍ୟା ବଢିବାରେ ଲାଗିଛି।
ନିକଟରେ ଆସିଥିବା ରିପୋର୍ଟ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ପ୍ରାୟ 8 ଲକ୍ଷ ମହିଳା ଓ ପୁରୁଷ ବିବାହ ପରେ ମଧ୍ୟ ପରକୀୟା ପ୍ରୀତି ପାଇଁ ଡେଟିଂ ଆପର ବହୁଳ ବ୍ୟବହାର କରୁଛନ୍ତି । ଦେଶର ଇଲେକଟ୍ରୋନିକ୍ସ ରାଜଧାନୀ କୁହାଯାଉଥିବା ବେଙ୍ଗାଲୁରୁରେ ସର୍ବାଧିକ ଏପରି ବ୍ୟବହାରକାରୀ ଅଛନ୍ତି।
ନୂଆବର୍ଷର ରିଜୋଲ୍ୟୁସନ୍ ସ୍ବରୂପ ବେଶ କିଛି ଲୋକ ପରକୀୟା ପ୍ରୀତି ବାଛି ପାର୍ଟନରଙ୍କୁ ଧୋକା ଦେବାକୁ ପଛାଇ ନଥିବା ଏନେଇ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ଜାନୁୟାରୀ ପ୍ରଥମ ସପ୍ତାହରୁ ପ୍ରାୟ 300 ପ୍ରତିଶତ ଏହି ଆପ୍ଲିକେଶକୁ ସବସ୍କ୍ରାଇବ କରିଛନ୍ତି।
ଏଭଳି ତାଲିକାରେ ପୁରୁଷ ଆପ ବ୍ୟବହାରକାରୀ ଅଧିକ ଥିବା ବିଭିନ୍ନ ସହର ମଧ୍ୟରେ ବେଙ୍ଗାଲୁରୁ, ମୁମ୍ବାଇ, କୋଲକାତା, ପୁଣେ, ନୂଆଦିଲ୍ଲୀ, ହାଇଦ୍ରାବାଦ, ଚେନ୍ନାଇ, ଗୁରୁଗ୍ରାମ, ଅହମ୍ମଦାବାଦ, ଜୟପୁର, ଚଣ୍ତିଗଡ଼, ଲକ୍ଷ୍ନୌ, କୋଚ୍ଚି, ବିଶାଖାପଟ୍ଟନମ, ସୁରଟ, ଇନ୍ଦୋର ଏବଂ ଭୁବନେଶ୍ବର ରହିଛି।
![8 lakh married indians cheat on partners](https://etvbharatimages.akamaized.net/etvbharat/prod-images/5866570_hh.jpg)
ସେହିଭଳି ମହିଳା ସକ୍ରିୟ ଥିବା ସହର ହେଲେ ବେଙ୍ଗାଲୁରୁ, ମୁମ୍ବାଇ, ଦିଲ୍ଲୀ, କୋଲକାତା, ନୂଆଦିଲ୍ଲୀ, ପୁଣେ, ହାଇଦ୍ରାବଦ, ଚେନ୍ନାଇ, ଗୁରୁଗ୍ରାମ, ଚଣ୍ଡିଗଡ଼, ଅହମ୍ମଦାବାଦ, କୋଚି, ନୋଏଡା, ଲକ୍ଷ୍ନୌ, ଇନ୍ଦୋର, ସୁରତ, ଗୌହାଟୀ, ନାଗପୁର ଏବଂ ଭୋପାଲ ଆଦି ସହର।
ଜାନୁଆରୀ ପ୍ରଥମ ସପ୍ତାହରେ ଗତ ଦୁଇ ସପ୍ତାହ ତୁଳନାରେ ଆପର ସବସ୍କ୍ରିପସନରେ 300 ପ୍ରତିଶତ ବୃଦ୍ଧି ପାଇଛି। ଗତବର୍ଷ ମଧ୍ୟ ନୂଆ ବର୍ଷରେ ଏହି ସଂଖ୍ୟା ବେଶ ବୃଦ୍ଧି ପାଇଥିବା ଜଣାପଡିଛି।