ନୂଆଦିଲ୍ଲୀ: ଦେଶରେ 36 ଲକ୍ଷ ପାର କରିଛି କୋରୋନା ସଂକ୍ରମଣ ସଂଖ୍ୟା । ଗତ କିଛି ଦିନ ହେବ ପ୍ରତ୍ୟେକ ଦିନ ରେକର୍ଡ ହେଉଛି 60 ହଜାରରୁ ଉର୍ଦ୍ଧ୍ବ ପଜିଟିଭ ସଂଖ୍ୟା । ଏହି କ୍ରମରେ ଦୈନିକ ସଂକ୍ରମଣ ରିପୋର୍ଟ ଭାବେ ଆମେରିକା ଓ ବ୍ରାଜିଲକୁ ପଛରେ ପକାଇଛି ଭାରତ ।
କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ମୁତାବକ, ଗତ 24 ଘଣ୍ଟାରେ ଦେଶରେ 78 ହଜାର 512 ଟି ନୂଆ କୋରୋନା ପଜିଟିଭ ସଂଖ୍ୟା ରିପୋର୍ଟ ହୋଇଥିବାବେଳେ, ଏଥିରେ 971 ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ସୋମବାର ସୁଦ୍ଧା 36,21,246 ପାର କରିଛି କୋରୋନା ସଂକ୍ରମଣ ସଂଖ୍ୟା । ଏଥିରେ ମୋଟ 64 ହଜାର 469 ଜଣଙ୍କର ମୃତ୍ୟୁ ହୋଇଛି ।
ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ 27 ଲକ୍ଷ 74 ହଜାର 802 ଜଣ ସୁସ୍ଥ ହୋଇଥିବାବେଳେ, ବର୍ତ୍ତମାନ 7 ଲକ୍ଷ 81 ହଜାର 975ଟି ମାମଲା ସକ୍ରିୟ ରହିଛି । ତେବେ ଆକ୍ଟିଭ କେସ ଠାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା 3 ଗୁଣା ଅଧିକ ରହିଛି ।