ETV Bharat / bharat

ଗୁଜୁରାଟରେ 78 ନୂଆ ମାମଲା, 1099 ଛୁଇଁଲା ମୋଟ ଆକ୍ରାନ୍ତ

author img

By

Published : Apr 17, 2020, 10:42 PM IST

ଗୁଜୁରାଟରେ ଏବେ ସୁଦ୍ଧା 86 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ଅହମ୍ମଦାବାଦରେ ସଙ୍କଟଜନକ ସ୍ଥିତି ଯୋଗୁଁ ଏପ୍ରିଲ 20 ଯାଏଁ ଏଠାରେ କର୍ଫ୍ୟୁ ଘୋଷଣା ହୋଇଛି । ଅଧିକ ପଢନ୍ତୁ...

ଗୁଜରାଟରେ 78 ନୂଆ ମାମଲା, 1099 ଛୁଇଁଲା ମୋଟ ଆକ୍ରାନ୍ତ
ଗୁଜୁରାଟରେ 78 ନୂଆ ମାମଲା, 1099 ଛୁଇଁଲା ମୋଟ ଆକ୍ରାନ୍ତ

ଗାନ୍ଧୀନଗର: ଗୁଜୁରାଟରେ ଶୁକ୍ରବାର ନୂଆ 78ଟି କୋରୋନା ପଜିଟିଭ ସ୍ପଷ୍ଟ ହୋଇଛି । ଏହାସହ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1099 ଛୁଇଁଛି । ବିଶେଷ କରି ଅହମ୍ମଦାବାଦରେ ପରିସ୍ଥିତି ଅଧିକ ଅସମ୍ଭାଳ ହୋଇଛି ।

ଗୁଜରାଟ ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ରାଜ୍ୟରେ ନୂଆ 78ଟି ମାମଲା ସହ ପଜିଟିଭ ସଂଖ୍ୟା 1099ରେ ପହଞ୍ଚିଛି । ପରିସ୍ଥିତି ଦୃଷ୍ଟିରୁ ଆକ୍ରାନ୍ତଙ୍କ ସଂଖ୍ୟା ଖୁବଶୀଘ୍ର 1200 ଟପିବା ନେଇ ଆଶଙ୍କା ରହିଛି । ସେହିପରି ଏବେ ଯାଏଁ ମୋଟ 41 ଜଣଙ୍କ ମୃତ୍ୟୁ ହୋଇଛି ।

ଗୁଜୁରାଟରେ ଏବେ ସୁଦ୍ଧା 86 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ଏହାସହ ଅହମ୍ମଦାବାଦରେ ସଙ୍କଟଜନକ ସ୍ଥିତି ଯୋଗୁଁ ଏପ୍ରିଲ 20 ଯାଏଁ ଏଠାରେ କର୍ଫ୍ୟୁ ଘୋଷଣା ହୋଇଛି । ଅପରାହ୍ନରେ କେବଳ 3 ଘଣ୍ଟା ପାଇଁ ମହିଳାଙ୍କୁ ବାହାରକୁ ବାହାରିବାର ଅନୁମତି ରହିଛି । କେବଳ ଅହମ୍ମଦାବାଦରେ 500 ପାଖାପାଖି କୋରୋନା ଆକ୍ରାନ୍ତ ବାହାରିଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.