ETV Bharat / bharat

ଉତ୍ତରାଖଣ୍ଡ ପ୍ରଳୟ: ଆଜି ବି ମନରୁ ଲିଭିନି ସେହି ଭୟଙ୍କର ଦୃଶ୍ୟ

author img

By

Published : Jun 16, 2020, 4:05 PM IST

ଉତ୍ତରାଖଣ୍ଡରେ 2013ରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା କଥା ମନେ ପଡିଲେ ଆଜିବି ଲୋମ ଟାଙ୍କୁରି ଉଠେ । ହେଲେ ସବୁ ଦୁଃଖ ଦୁର୍ଦ୍ଦଶାକୁ ପଛକୁ ପକାଇ କେଦାର ନଗରୀକୁ ପୂର୍ବାବସ୍ଥାକୁ ଫେରାଇଆଣିଛନ୍ତି ଲୋକେ । ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡ ପ୍ରଳୟ: ଆଜି ବି ମନରୁ ଲିଭିନି ସେହି ଭୟଙ୍କର ଦିନ

ଡେରାଡୁନ: ଜୁନ 16, 2013 । ଯେଉଁ ଦିନ ଉତ୍ତରାଖଣ୍ଡକୁ ମାଡି ଆସିଥିଲା ଘୋର ବିପଦ । ଆଖି ପିଛୁଳାକେ ଧ୍ୱଂସ ହୋଇଗଲା ସମଗ୍ର ଅଞ୍ଚଳ । ସେହି ଦିନକୁ କେହି ଚାହିଁଲେ ବି ସହଜରେ ଭୁଲି ପାରିବେ ନାହିଁ । ବର୍ଷା ଦ୍ବାରା ଘଟିଥିବା ଦୁଃଖଦ ଘଟଣା ଉତ୍ତରାଖଣ୍ଡର ସବୁଆଡେ ବିପର୍ଯ୍ୟୟର ଚିହ୍ନ ଛାଡି ଦେଇଥିଲା । ଯାହାକୁ ସଜାଡିବାକୁ ଅନେକ ବର୍ଷ ଲାଗିଗଲା। ଏବେ ମଧ୍ୟ କିଛି ସ୍ଥାନ ଅସଜଡା ଅବସ୍ଥାରେ ରହିଛି ।

ସେନା ଦ୍ୱାରା ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା

ବର୍ତ୍ତମାନ କିନ୍ତୁ କେଦାର ଘାଟି ବଦଳୁଛି, ଏଠାରେ ଜୀବନ ଯାତ୍ରା ପୂର୍ବ ଅବସ୍ଥାକୁ ଫେରିଛି । ପ୍ରକୃତି ଦିଆଯାଇଥିବା କ୍ଷତଗୁଡିକ ସହିତ ଲୋକମାନେ ପୁନର୍ବାର ଜୀବନ ଜୀବିକା ଆରମ୍ଭ କରିଛନ୍ତି ଏବଂ ବାବା କେଦାରଙ୍କ ଆଶୀର୍ବାଦ ଏହି ସବୁ କାର୍ଯ୍ୟରେ ସେମାନଙ୍କ ସହ ଛାଇ ପରି ରହିଛି ।

ବନ୍ୟା ପାଣିରେ ବୁଡିଛି ଶିବଙ୍କ ମୂର୍ତ୍ତି
ବନ୍ୟା ପାଣିରେ ବୁଡିଛି ଶିବଙ୍କ ମୂର୍ତ୍ତି

ଏହି ପ୍ରଳୟରେ ଯାଇଥିଲା 4400 ଜୀବନ । 4200ରୁ ଅଧିକ ଗାଁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଏଥିରେ 11091 ଗୋରୁଙ୍କର ମୃତ୍ୟୁ ଘଟିଛି ଏବଂ 991 ସ୍ଥାନୀୟ ଲୋକଙ୍କର ମୃତ୍ୟୁ ଘଟିଛି। ପ୍ରଳୟରେ ଉଜୁଡିଯାଇଥିଲା 1309 ହେକ୍ଟର ଚାଷ ଜମି । 2141 କୋଠା ପ୍ରଳୟଙ୍କାରୀ ବନ୍ୟାରେ ଅଦୃଶ୍ୟ ହୋଇଯାଇଥିଲା । କେବଳ 4 ହଜାର 700 ଯାତ୍ରୀ ଭଗବାନ କେଦାରନାଥଙ୍କ ମନ୍ଦିରରେ ଫସି ରହିଥିଲେ । 9000 ଲୋକଙ୍କୁ ସେନା ଦ୍ୱାରା ଉଦ୍ଧାର କରାଯାଇଥିଲା। ପୋଲିସ ଦ୍ୱାରା 30 ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ 644ଟି କଙ୍କାଳ ମିଳିଛି ।

ବାବା କେଦାରନାଥ  ମନ୍ଦିର ଚାରିପାଶ୍ବ  ହୋଇଥିଲା ଛିନ୍ନ ବିଛିନ୍ନ

7 ବର୍ଷରେ ବଦଳିଛି କେଦାରନାଥ ଧାମ

ବାବା କେଦାରନାଥ ଧାମରେ ପ୍ରବଳ ବର୍ଷା କାରଣରୁ ଚୋରାବାରି ଗ୍ଲେସିୟର ଏବଂ ଗାନ୍ଧୀ ସାଗର ହ୍ରଦର ଜଳ କେବଳ ହଜାର ହଜାର ଲୋକଙ୍କୁ ଜୀବନ୍ତ ପୋତି ଦେଇଥିଲା ତାହା ନୁହେଁ, କୋଟି କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ନଷ୍ଟ କରିଦେଇଥିଲା। ସେଦିନ ଏକ ଝଟକାରେ, ପ୍ରକୃତି ହଜାର ହଜାର ପିଲାଙ୍କୁ ଅନାଥ କରିଦେଲା ଏବଂ ବହୁ ବୃଦ୍ଧ ପିତାମାତାଙ୍କର ସାହାରା ଥିବା ତାଙ୍କ ପିଲାଙ୍କୁ ଛଡ଼ାଇ ନେଇଗଲା । ଲୋକମାନେ ଏବେ ସେହି ସବୁକୁ ଭୁଲି ଆଗକୁ ବଢିଛନ୍ତି ।

ବନ୍ୟାରେ ନଷ୍ଟ ହୋଇଥିଲା ସମଗ୍ର ଅଞ୍ଚଳ
ବନ୍ୟାରେ ନଷ୍ଟ ହୋଇଥିଲା ସମଗ୍ର ଅଞ୍ଚଳ

ଆଜି କେଦାରନାଥ ସଂପୂର୍ଣ୍ଣ ରୂପେ ବଦଳି ଯାଇଛି । ବର୍ତ୍ତମାନ କେଦାରନାଥରେ ଏକ ହାଇ-ଟେକ୍ ହେଲିପ୍ୟାଡ୍ ଅଛି ଏବଂ ହୋଟେଲ ଓ ଧର୍ମଶାଳା ଆଧୁନିକ ଢଙ୍ଗରେ ନିର୍ମାଣ କରାଯାଉଛି । କେଦାରନାଥ ମନ୍ଦିର ଚାରିପାଖରେ ଏକ ଦୀର୍ଘ ପାଚେରୀ ନିର୍ମାଣ କରାଯାଇଛି । ଯଦି ଭବିଷ୍ୟତରେ ବିପର୍ଯ୍ୟୟ ପରିସ୍ଥିତି ଉପୁଜେ, ସେନେଇ ଉଦ୍ଧାରକାରୀ ଦଳ ଏଥିପାଇଁ ସର୍ବଦା ପ୍ରସ୍ତୁତ ରହିଛନ୍ତି ।

ତେବେ ଏହି ବିପର୍ଯ୍ୟୟରେ ସବୁଠାରୁ ବଡ କ୍ଷତି ହୋଇଛି ରାଜ୍ୟ ପର୍ଯ୍ୟଟନ ଶିଳ୍ପର । ତେବେ ଏହି ବପର୍ଯ୍ୟୟକୁ ଦେଖିକି ଲାଗୁନଥିଲା କେଦାରନାଥରେ ପୁଣି ଲୋକଙ୍କ ସମାଗମ ହେବ । ହେଲେ ମାତ୍ର 2 ବର୍ଷ ମଧ୍ୟରେ ଏହି ସ୍ଥାନରେ ଅନେକ ପରିବର୍ତ୍ତନ ହୋଇଥିଲା । ଏଠାରେ ଥିବା ଲୋକମାନଙ୍କର ଘର ଏବଂ ପ୍ରିୟଜନଙ୍କୁ ହରାଇବାର ଦୁଃଖ ଏବେବି ମନରୁ ଲିଭିନି । ହେଲେ ସବୁକିଛି ପଛକୁ ପକାଇ ଏଠାକାର ଲୋକମାନେ ଅଣ୍ଟାଭିଡିଛନ୍ତି । ଏହି ସ୍ଥାନକୁ ଆସୁଥିବା ପର୍ଯ୍ୟଟକମାନେ ବିଶ୍ବାସ କରିପାରୁନାହାନ୍ତି ଯେ, 7 ବର୍ଷ ପୂର୍ବେ ଏଠାକାର ପରିସ୍ଥତି ଅତିଦୟନୀୟ ଥିଲା ।

ବର୍ତ୍ତମାନ ଚାରି ଧାମର ଦ୍ବାରା ଖୋଲିଯାଇଛି । ହେଲେ କୋରୋନା କାରଣରୁ ବାହାର ଯାତ୍ରୀଙ୍କୁ ଚାରିଧାମ ଯାତ୍ରା ପାଇଁ ଅନୁମତି ଦିଆଯାଇନାହିଁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.