ETV Bharat / bharat

ମହାରାଷ୍ଟ୍ର ଫେରନ୍ତା ୟୁପିର 7 ଶ୍ରମିକ କୋରୋନା ଆକ୍ରାନ୍ତ - ୟୁପିର 7 ଶ୍ରମିକ କୋରୋନା ଆକ୍ରାନ୍ତ

ଉତ୍ତରପ୍ରଦେଶର 7 ଶ୍ରମିକ କୋରୋନା ପଜିଟିଭ । ନିକଟରେ ରେଡ ଜୋନ ରାଜ୍ୟ ମହାରାଷ୍ଟ୍ରରୁ ଫେରିଥିଲେ ସମସ୍ତ ଶ୍ରମିକ । ଅଧିକ ପଢନ୍ତୁ...

ମହାରାଷ୍ଟ୍ର ଫେରନ୍ତା ୟୁପିର 7 ଶ୍ରମିକ କୋରୋନା ଆକ୍ରାନ୍ତ

author img

By

Published : May 2, 2020, 3:48 PM IST

ଲକ୍ଷ୍ନୌ: କେନ୍ଦ୍ରର ଅନୁମତି ପରେ ହଜାର ହଜାର ଶ୍ରମିକ ଘରକୁ ଫେରୁଛନ୍ତି । ମହାରାଷ୍ଟ୍ରରୁ ୟୁପକୁ ଫେରିଥିବା 7 ଜଣ ଶ୍ରମିକ ଏବେ କୋରୋନା ଆକ୍ରାନ୍ତ । ନିୟମ ଅନୁସାରେ ଏମାନଙ୍କୁ 14 ଦିନ ପାଇଁ କ୍ବାରେଣ୍ଟାଇନରେ ରଖାଯାଇଥିଲା ।

ଏହି ଶ୍ରମିକମାନେ ଲକ୍ଷ୍ନୌ ଠାରୁ 260 କିମି ଦୂର ୟୁପି ବସ୍ତି ଜିଲ୍ଲାର। ସେମାନଙ୍କୁ ପ୍ରଥମେ କ୍ବାରେଣ୍ଟାଇନର ରଖାଯାଇଥିଲା । ପରେ ସ୍ଥାନୀୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ କ୍ବାରେଣ୍ଟାଇନ ସେଣ୍ଟରକୁ ସାନିଟାଇଜ କରାଯାଇଛି । ପ୍ରବାସୀମାନଙ୍କୁ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ବସ୍ ଚଳାଚଳ ପ୍ରଥମେ ଉତ୍ତରପ୍ରଦେଶରେ କରାଯାଇଥିଲା । ଏଠି ପ୍ରାୟ 2300 ଜଣ କରୋନା ସଂକ୍ରମିତ । 42 ଜଣ ମୃତ୍ୟୁବରଣ କରିଛନ୍ତି ।

ଲକଡାଉନ ପାଇଁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କୁ ଫେରାଇ ଆଣିବାକୁ ସ୍ୱତନ୍ତ୍ର ଟ୍ରେନର ସୁବିଧା କରିବାକୁ କେନ୍ଦ୍ରକୁ ଅନୁରୋଧ କରିଥିଲେ । ଶୁକ୍ରବାର ଭାରତୀୟ ରେଳ ଶ୍ରମିକମାନଙ୍କ ପାଇଁ ସ୍ୱତନ୍ତ୍ର “ଶ୍ରମିକ” ଟ୍ରେନ୍ ଘୋଷଣା କରିଛି । ତେବେ ଏଠାରେ ସାମାଜିକ ଦୂରତ୍ବକୁ କାର୍ଯ୍ୟକାରୀ କରାଯିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.