ମୁମ୍ବାଇ: ଏସିଆର ବୃହତ୍ତମ ବସ୍ତି ମଧ୍ୟରୁ ଅନ୍ୟତମ ଧରାବିରେ କୋରୋନା ସଂକ୍ରମଣ ରିପୋର୍ଟ ହୁହୁ ହୋଇ ବଢିବାରେ ଲାଗୁଚି । ବସ୍ତିରେ କୋରୋନା ସଂକ୍ରମଣ ରିପୋର୍ଟ ବୃଦ୍ଧି ପାଇବା କେବଳ ମହାରାଷ୍ଟ୍ର ନୁହେଁ, ସମଗ୍ର ଦେଶ ପାଇଁ ଚିନ୍ତାର କାରଣ ହୋଇଛି । ଏହି ବସ୍ତିରେ ଶୁକ୍ରବାର ଆଉ 53ଟି ନୂଆ ମାମଲା ସାମନାକୁ ଆସିଛି । ଏବେ ଧରାବିରେ ମୋଟ କୋରୋନା ସଂକ୍ରମଣ ମାମଲା 1478ରେ ପହଞ୍ଚିଛି ।
ସୂଚନା ଅନୁସାରେ ଶୁକ୍ରବାର ଧରାବିରେ 53 ଜଣ ନୂତନ ଆକ୍ରାନ୍ତ ରିପୋର୍ଟ ରେକର୍ଡ ହୋଇଛି । ବସ୍ତିରେ ଶୁକ୍ରବାର ଗୋଟିଏ ମୃତ୍ୟୁ ରିପୋର୍ଟ ସହ ମୋଟ ମୃତ୍ୟୁ ସଂଖ୍ୟା 57କୁ ବୃଦ୍ଧି ପାଇଛି । ବ୍ରିହନ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି)ର ଜଣେ ଅଧିକାରୀ କହିଛନ୍ତି ଯେ ଗୁରୁବାର ସନ୍ଧ୍ୟା ଠାରୁ ଧରାବିସ୍ଥିତ ମାଟୁଙ୍ଗା ଲେବର କ୍ୟାମ୍ପରେ ନଅ ବର୍ଷର ବାଳିକା ସମେତ 15ଟି ନୂଆ ମାମଲା ରେକର୍ଡ ହୋଇଛି ।
ସୂଚନା ଯେ, ଏସିଆର ବୃହତ୍ତମ ବସ୍ତି ଭାବରେ ପରିଚିତ ଧରାବିର ଜନସଂଖ୍ୟା 6.5 ଲକ୍ଷରୁ ଉର୍ଦ୍ଧ୍ବ । ଏହାସହ ବସ୍ତି 2.5 ବର୍ଗ କିଲୋମିଟରେ ପରିବ୍ୟାପ୍ତ ।