ETV Bharat / bharat

ଡରାଉଛି କୋରୋନା: ଗୋଟିଏ ଦିନରେ 52,509 ପଜିଟିଭ ରିପୋର୍ଟ, 857 ମୃତ

ଦେଶରେ 19 ଲକ୍ଷ ପାର କଲା କୋରୋନା ସଂକ୍ରମଣ ସଂଖ୍ୟା । ଏଥିରେ ମୋଟ 39,795 ଜଣଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

author img

By

Published : Aug 5, 2020, 10:51 AM IST

ଡରାଉଛି କୋରୋନା
ଡରାଉଛି କୋରୋନା

ନୂଆଦିଲ୍ଲୀ: ଦୈନିକ ସଂକ୍ରମଣ ରିପୋର୍ଟରେ ବର୍ତ୍ତମାନ ଭାରତର ରିପୋର୍ଟ ମୁଣ୍ଡବିନ୍ଧାର କାରଣ ସାଜିଛି । ପ୍ରତ୍ୟେକ ଦିନ 50 ହଜାର ରୁ ଉର୍ଦ୍ଧ୍ବ ସଂଖ୍ୟାରେ ଆସୁଛି ପଜିଟିଭ ରିପୋର୍ଟ। ଯାହାକୁ ମିଶାଇ ବର୍ତ୍ତମାନେ ଦେଶରେ ମୋଟ 19 ଲକ୍ଷ ପାର କରିଛି କୋରୋନା ସଂକ୍ରମଣ ସଂଖ୍ୟା ।

ସ୍ବାସ୍ଥ୍ୟମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଦେଶରେ ଗତ 24 ଘଣ୍ଟାରେ 52 ହଜାର 509ଟି ନୂଆ ସଂକ୍ରମଣ ମାମଲା ରିପୋର୍ଟ ହୋଇଥିବାବେଳେ, 857 ଜଣଙ୍କର ମୃତ୍ୟୁ ଘଟିଛି । ଯାହାକୁ ମିଶାଇ 19 ଲକ୍ଷ 8 ହଜାର 255ରେ ପହଞ୍ଚିଛି ସଂକ୍ରମଣ ମାମଲା । ଏଥିରେ ଏବେ ସୁଦ୍ଧା 39 ହଜାର 795 ଜଣଙ୍କର ମୃତ୍ୟୁ ହୋଇଛି ।

ସେହିପରି 12 ଲକ୍ଷ 82 ହଜାର 216 ଜଣ ସୁସ୍ଥ ହୋଇଥିବାବେଳେ, 5 ଲକ୍ଷ 86 ହଜାର 244 ଜଣ ଚିକିତ୍ସାଧୀନ ଅଛନ୍ତି । ତେବେ ଯଦି ଗତ ମାସର ରିପୋର୍ଟ ସହ ତୁଳନା କରାଯାଏ ତେବେ ଆକ୍ରାନ୍ତଙ୍କ ସଂଖ୍ୟା ବେଶ ବୃଦ୍ଧି ପାଇଛି । ସର୍ବାଧିକ ପ୍ରଭାବିତ ରାଜ୍ୟ ମଧ୍ୟରେ ପ୍ରଥମେ ମହାରାଷ୍ଟ୍ର, ତାମିଲନାଡୁ ଓ ତୃତୀୟରେ ଆନ୍ଧ୍ରପ୍ରଦେଶ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.