ନୂଆଦିଲ୍ଲୀ: ଲକଡାଉନ ଯୋଗୁଁ ସମସ୍ତ ବସ, ଟ୍ରେନ, ବିମାନ ଚଳାଚଳ ବନ୍ଦ ଥିଲା । ତେବେ ପ୍ରବାସୀ ଶ୍ରମିକଙ୍କ ପାଇଁ ରେଳମନ୍ତ୍ରାଳୟ ମେ 1 ତାରିଖରୁ ଶ୍ରମିକ ସ୍ବତନ୍ତ୍ର ଟ୍ରେନ ଆରମ୍ଭ କରିଛି । ଆଉ ମୁମ୍ବାଇ ସେଣ୍ଟ୍ରାଲ ଡିଭିଜନରୁ ସଫଳତାର ସହ 500 ଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନ ଆରମ୍ଭ ହୋଇଛି ବୋଲି କହିଛନ୍ତି ରେଳମନ୍ତ୍ରୀ ପିୟୁଷ ଗୋଏଲ । ସେ ପୁଣି କହିଛନ୍ତି, ସୁରାଟ ଷ୍ଟେସନରେ ପ୍ରତିଦିନ 30 ଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଛି ।
ମେ 1 ତାରିଖରୁ ମୁମ୍ବାଇ ସେଣ୍ଟ୍ରାଲ ଡିଭିଜନରେ ପଶ୍ଚିମ ରେଳବାଇ ପକ୍ଷରୁ 508 ଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନ ଉପଲବ୍ଧ କରିଥିଲା । ସେଥିମଧ୍ୟରୁ 500 ଟି ଟ୍ରେନ ସଫଳତାର ସହ ଚାଲୁଛି । ପିୟୁଷ ଗୋଏଲ ଟ୍ବିଟ କରି କହିଛନ୍ତି, ସାରା ଦେଶରେ ପ୍ରବାସୀ ଶ୍ରମିକଙ୍କ ପାଇଁ 3 ହଜାରଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନ ଆରମ୍ଭ କରିଥିଲୁ । ଏଥିରେ ରେଳ ବିଭାଗ ସଫଳ ହୋଇଛି । ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଯାଇ ବେସ ଖୁସି ଅଛନ୍ତି ।
କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ପ୍ରବାସୀ ଶ୍ରମିକ, ଛାତ୍ର, ପର୍ଯ୍ୟଟକ, ତୀର୍ଥ ଯାତ୍ରୀଙ୍କ ପାଇଁ ଏହି ଟ୍ରେନ ଆରମ୍ଭ କରାଯାଇଛି । ଯେଉଁମାନେ ଲକଡାଉନ ଯୋଗୁଁ ବାହାର ରାଜ୍ୟରେ ଫସି ରହିଥିଲେ ସେମାନେ ଏହି ବ୍ୟବସ୍ଥା ଯୋଗୁଁ ଉପକୃତ ହେଉଛନ୍ତି । କୋରୋନା ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଲକଡାଉନ ନିୟମ କରିଛନ୍ତି । ହେଲେ ଏହି ଲକଡାଉନ ଯୋଗୁଁ ଅସୁବିଧାର ସମ୍ମୁଖିନ ହେଲେ ବାହାର ରାଜ୍ୟରେ ଯାଇଥିବା ପ୍ରବାସୀ ଶ୍ରମିକ । ତାଙ୍କୁ ଦୃଷ୍ଟିରେ ରଖି ରେଳମନ୍ତ୍ରାଳୟ ପକ୍ଷରୁ ଏହି ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି ।