ETV Bharat / bharat

ମହାରାଷ୍ଟ୍ରରୁ ୟୁପି ଆସିଥିବା 50 ପ୍ରବାସୀ ଶ୍ରମିକ କୋରୋନା ସଂକ୍ରମିତ

author img

By

Published : May 20, 2020, 9:03 AM IST

ଉତ୍ତରପ୍ରଦେଶର ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟ ରାଜଧାନୀ ଲକ୍ଷ୍ନୌ ଠାରୁ 190 କିଲୋମିଟର ଦୂରରେ ଥିବା ଉତ୍ତରପ୍ରଦେଶ ବସ୍ତି ଜିଲ୍ଲାରେ 50 ଜଣ ପ୍ରବାସୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।

50 corona positive patients
50 ପ୍ରବାସୀ ଶ୍ରମିକ କୋରୋନା ସଂକ୍ରମିତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟ ରାଜଧାନୀ ଲକ୍ଷ୍ନୌ ଠାରୁ 190 କିଲୋମିଟର ଦୂରରେ ଥିବା ଉତ୍ତରପ୍ରଦେଶ ବସ୍ତି ଜିଲ୍ଲାରେ 50 ଜଣ ପ୍ରବାସୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏଥି ସହିତ ଜିଲ୍ଲାରେ ଏହି ସଂଖ୍ୟା 104 କୁ ବୃଦ୍ଧି ପାଇଛି। ଜିଲ୍ଲାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସେମାନଙ୍କ ମଧ୍ୟରୁ 28 ଜଣ ଲୋକ ଆରୋଗ୍ୟ ହୋଇଛନ୍ତି।

ଜିଲ୍ଲାପାଳ ଆଶୁତୋଷ ନିରଞ୍ଜନ ଏକ ବିବୃତ୍ତିରେ କହିଛନ୍ତି ଯେ ଯେଉଁ ଲୋକମାନେ କୋରୋନା ପଜିଟିଭ୍, ସେମାନେ ସମସ୍ତେ ବସ୍ତିକୁ ଆସିଥିବା ପ୍ରବାସୀ ଶ୍ରମିକ ଅଟନ୍ତି। ସେ ଜନସାଧାରଣଙ୍କୁ ଭୟଭୀତ ହେବାରେ କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି । ଡାକ୍ତରୀ ଦଳ ନିରନ୍ତର କାର୍ଯ୍ୟ କରୁଛନ୍ତି। ଗତ ସପ୍ତାହରେ ଏହି ପ୍ରବାସୀ ଶ୍ରମିକମାନେ ମହାରାଷ୍ଟ୍ରରୁ ବସ୍ତିକୁ ଫେରିଥିଲେ।

ଆଶୁତୋଷ ନିରଞ୍ଜନ କହିଛନ୍ତି ଯେ ମହାରାଷ୍ଟ୍ରରୁ ଏହି ଲୋକମାନେ କେଉଁଠାରୁ ଫେରିଥିଲେ ସେହି ସ୍ଥାନ ଚିହ୍ନଟ କରାଯାଉଛି। ସେ କହିଛନ୍ତି ଯେ ଡାକ୍ତରମାନେ 50 ସଂକ୍ରମିତ ଲୋକଙ୍କୁ ଯାଞ୍ଚ କରୁଛନ୍ତି। ଏଥି ସହ ସ୍ବାସ୍ଥ୍ୟ ବିଭାଗର ମୁଖ୍ୟ ଶାସନ ସଚିବ ଅମିତ ମୋହନ ପ୍ରସାଦ କହିଛନ୍ତି ଯେ ରାଜ୍ୟକୁ ଫେରୁଥିବା ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ କୋରୋନା ପଜିଟିଭ୍ ଥିବା ଜଣାପଡିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.