ରାୟପୁର: ଛତିଶଗଡ଼ରେ ପୁଣି ମାତିଲେ ନକ୍ସଲ । ସୁକମାରେ ଆଇଇଡି ବିସ୍ଫୋରଣ ହୋଇଛି । ଘଟଣାରେ 5 ଜଣ ଯବାନ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଜଣେ ଆସିଷ୍ଟାଣ୍ତ କମାଣ୍ଡାଣ୍ଟ ଶହୀଦ ହୋଇଛନ୍ତି । ଅନ୍ୟ ଯବାନ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଶହୀଦ ଯବାନଙ୍କ ନାଁ ନୀତିନ ଭାଲେରିଓ ବୋଲି ଜଣାପଡିଛି । ସେ ସିଆରପିଏଫର କୋବ୍ରା 606 ବଟାଲିୟନର ଆସିଷ୍ଟାଣ୍ତ କମାଣ୍ଡାଣ୍ଟ ଥିଲେ ।
ସୂଚନାଯୋଗ୍ୟ ଯେ, ଛତିଶଗଡରେ ସୁରକ୍ଷା ବାହିନୀକୁ ଟାର୍ଗେଟ କରିବା ପାଇଁ ନକ୍ସଲମାନେ ଲଗାତାର ଆଇଇଡିର ବ୍ୟବହାର କରୁଛନ୍ତି । ଶନିବାର ସନ୍ଧ୍ୟା ସମୟରେ କୋବ୍ରା ବାଟାଲିୟନର ଏକ ଟିମ ନକ୍ସଲ ବିରୋଧି ଅପରେସନରେ ଥିବା ସମୟରେ ନକ୍ସଲମାନେ ଆଇଡି ବିସ୍ଫୋରଣ କରିଥିଲେ । ଏଥିରେ 5 ଯବାନ ଆହତ ହୋଇଥିଲେ । ଫଳରେ ସେମାନଙ୍କୁ ଜଙ୍ଗଲରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଚିକିତ୍ସା ଧିନ ଅବସ୍ଥାରେ ଜଣେ ଯବାନ ଶହୀଦ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ