ପୋର୍ଟବ୍ଲେୟର: ପୁଣି ଆଣ୍ଡାମାନରେ ଭୂକମ୍ପ ଝଟକା। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 5.6 ରହିଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।
ଭୂକମ୍ପ ସକାଳ 6.09ରେ ଅନୁଭୂତ ହୋଇଥିବା ବେଳେ ଏହା ଭୂପୃଷ୍ଠରୁ 10 କିମି ଗଭୀରତା ଭିତରେ ହୋଇଥିବା ଜଣାପଡିଛି । ଗତକାଲି ନିକୋବରରେ 4.1 ତ୍ରୀବତାର ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ରାତି 2.04ରେ ଭୂକମ୍ପ ହୋଇଥିଲା । ତେବେ ଗତକିଛି ଦିନ ଆଣ୍ଡାମାନ ଓ ନିକୋବରରେ ଦ୍ବୀପୁଞ୍ଜରେ ବାରମ୍ବାର ଭୂକମ୍ପ ହେଉଛି । ଏପ୍ରିଲ 1ରେ ପାଖାପାଖି 10 ଥର ଝଟକା ଖାଇଛି ।