ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ CAA ହିଂସାରେ ସାର୍ବଜନୀନ ସମ୍ପତ୍ତି ନଷ୍ଟକୁ ନେଇ ପ୍ରଶାସନ ଆକ୍ସନ ମୋଡରେ ରହିଛି । ହିଂସାରେ ସାର୍ବଜନୀନ ସମ୍ପତ୍ତିକୁ ନଷ୍ଟ ମାମଲାରେ ଉତ୍ତର ପ୍ରଦେଶ ସରକାର 498 ଲୋକଙ୍କୁ ଚିହ୍ନଟ କରି ଲିଷ୍ଟ ଜାରି କରିଛି । ଏବେ ସରକାର ଏହି 498 ଜଣଙ୍କ ସମ୍ପତ୍ତି ଜବତ କରିବାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି ଲିଷ୍ଟରେ ସର୍ବାଧିକ 148 ଜଣ ମିରଟରୁ ଅଛନ୍ତି ।
ଜାଣନ୍ତୁ କେଉଁ କେଉଁ ଜିଲ୍ଲାକୁ ପଠାଯାଇଛି ନୋଟିସ
ମିରଟରେ 148, ଲକ୍ଷ୍ନୌରେ 82, ଫିରୋଜାବାଦରେ 13, ସମ୍ବଲରେ 26, ରାମପୁରରେ 79, କାନପୁର ନଗରରେ 50, ମୁଜାଫରନଗରରେ 73, ମଉରେ 8 ଓ ବୁଲନ୍ଦସହରରେ 19 ପ୍ରଦର୍ଶନକାରୀଙ୍କ ସମ୍ପତ୍ତି ଜବତ କରିବାକୁ ନୋଟିସ ପଠାଯାଇଛି । ବିଜନୋରରେ 20 ଡିସେମ୍ବର ହୋଇଥିବା ହିଂସାରେ କ୍ଷୟକ୍ଷତିର ଆକଳନ କରିବା ପରେ ଜିଲ୍ଲା ପ୍ରଶାସନ 43 ଜଣଙ୍କୁ ସମ୍ପତ୍ତି ଜବତ ପାଇଁ ନୋଟିସ ପଠାଇଛି ।
ବର୍ତ୍ତମାନ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶରେ ପାଖାପାଖି 1କୋଟି ଲକ୍ଷ ଟଙ୍କା କ୍ଷତିର ଭରଣା ପାଇଁ ନୋଟିସ ଜାରି କରାଯାଇ ସାରିଛି । ଏଥିରେ ବୁଲନ୍ଦସହରୁ 6 ଲକ୍ଷ ଟଙ୍କା, ସମ୍ବଲୁ 15 ଲକ୍ଷ ଟଙ୍କା ଓ ରାମପୁରରୁ 25 ଲକ୍ଷ ଟଙ୍କା କ୍ଷୟକ୍ଷତି ଭରଣାର ନୋଟିସ ଜାରି ହୋଇଛି ।