ETV Bharat / bharat

ଜମ୍ମୁ-କାଶ୍ମୀରେ ବଢୁଛି କୋରୋନା ରିପୋର୍ଟ, 47 ନୂଆ ମାମଲା - ଜମ୍ମୁ କୋରୋନା

ସୋମବାର ଜମ୍ମୁ-କାଶ୍ମୀରରେ 40ରୁ ଅଧିକ ଲୋକ କୋରୋନା ପଜିଟିଭ୍ ହୋଇଥିବା ସୂଚନା ରହିଛି । ଉପତ୍ୟକାରେ ବର୍ତ୍ତମାନ ସମୁଦାୟ କୋଭିଡ ସଂକ୍ରମିତଙ୍କ ସଂଖ୍ୟା 1,668 କୁ ବୃଦ୍ଧି ପାଇଛି ।

J&K COVID-19
ଜମ୍ମୁ-କାଶ୍ମୀରେ ବଢୁଛି କୋରୋନା ରିପୋର୍ଟ, 47 ନୂଆ ମାମଲା
author img

By

Published : May 25, 2020, 10:13 PM IST

ଶ୍ରୀନଗର: ଭାରତର ଚିନ୍ତା ବଢ଼ାଉଛି କୋରୋନା । ଅନ୍ୟପଟେ ଘାଟିରେ ଆତଙ୍କ ସହ କୋରୋନାର କାୟା ବିସ୍ତାର ବଢିବାରେ ଲାଗିଛି । ଲଗାତାର ଭାବେ ଜମ୍ମୁ-କାଶ୍ମୀରରେ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ସୋମବାର ଜମ୍ମୁ-କାଶ୍ମୀରରେ 40ରୁ ଅଧିକ ଲୋକ କୋରୋନା ପଜିଟିଭ୍ ହୋଇଥିବା ସୂଚନା ରହିଛି । ଉପତ୍ୟକାରେ ବର୍ତ୍ତମାନ ସମୁଦାୟ କୋଭିଡ ସଂକ୍ରମିତଙ୍କ ସଂଖ୍ୟା 1,668 କୁ ବୃଦ୍ଧି ପାଇଛି ।

ସୂଚନା ଏବଂ ଜନସମ୍ପର୍କ ବିଭାଗ ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଜମ୍ମୁ-କାଶ୍ମୀରର 33 ଜଣ ଏବଂ ଜମ୍ମୁ ଡିଭିଜନର 14 ଜଣ କୋରୋନା ସଂକ୍ରମିତ ରହିଥିବା ଜଣାପଡିଛି । ଏବେ କେନ୍ଦ୍ରଶାସିତ ଅଞ୍ଚଳରେ ସମୁଦାୟ କୋଭିଡ-19 ସଂକ୍ରମିତଙ୍କ ସଂଖ୍ୟା 1,668 ରେ ପହଞ୍ଚିଛି ।

ସୋମବାର ଦୁଇଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାସହ ଘାଟିରେ ମୋଟ ମୃତ୍ୟୁ ସଂଖ୍ୟା 23ରେ ପହଞ୍ଚିଛି । କୋଭିଡ-19 ରୁ ମୋଟ ମୃତ୍ୟୁ ସଂଖ୍ୟା 23 କୁ ବୃଦ୍ଧି ପାଇଥିଲା । ଏପର୍ଯ୍ୟନ୍ତ 809 ସଂକ୍ରମିତ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ।

ସୂଚନା ଯୋଗ୍ୟ ଯେ, ଜମ୍ମୁ-କାଶ୍ମୀରରେ ସକ୍ରିୟ ମାମଲା ସଂଖ୍ୟା 836 ରହିଛି । ସେଥିମଧ୍ୟରୁ 216 ଟି ଜମ୍ମୁ ଡିଭିଜନରେ ଏବଂ 620 ଟି କାଶ୍ମୀର ବିଭାଗରେ ରହିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.