ଆଇଜୋଲ: ପୁଣି ମିଜୋରାମରେ ମୃଦୁ ଭୂମିକମ୍ପ ଅନୁଭୂତ । ବୁଧବାର ସକାଳ 8.2 ମିନିଟ୍ ରେ ମିଜୋରାମର ଚମ୍ଫାଇର ଦକ୍ଷିଣ ଦକ୍ଷିଣ-ପଶ୍ଚିମ (ଏସଏସଡବ୍ଲୁ)ର 31 କିଲୋମିଟର ଦୂରରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଯାହାର ରିକ୍ଟର ସ୍କେଲ ତିବ୍ରତା 4.1 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଛି । ତେବେ ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନଏସଆଇ) ସୂଚନା ଦେଇଛନ୍ତି।
ଭୂମିକମ୍ପର ଗଭୀରତା 10 କିଲୋମିଟର ଥିବାବେଳେ ଏହାର କେନ୍ଦ୍ରଗୁଡିକ 23.18 (ଅକ୍ଷାଂଶ) ଏବଂ 93.25 (ଦ୍ରାଘିମା) ରେକର୍ଡ କରାଯାଇଛି ।
ପ୍ରକାଶ ଥାଉକି, ଗତ ଜୁନ୍ 22 ମିଜୋରାମରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଯାହାର ରିକ୍ଟର ସ୍କେଲ ତିବ୍ରତା 5.5 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଥିଲା । ସେହିପରି ଜୁନ 21ରେ ମଧ୍ୟ ମିଜୋରାମ ଆଉ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା । ଯାହାର ରିକ୍ଟର ସ୍କେଲ ତିବ୍ରତା 5.1 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଥିଲା । ଏଥିସହ ଜୁନ 18 ସନ୍ଧ୍ୟାରେ ମିଜୋରାମର ଚମ୍ଫାଇରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା ।ଯାହାର ରିକ୍ଟର ସ୍କେଲ ତିବ୍ରତା 5.0 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଥିଲା । ତେବେ ଗତ 3 ଦିନ ମଧ୍ୟରେ ମିଜୋରାମରେ ଏହା ଚତୁର୍ଥ ଭୂମିକମ୍ପ ।