ETV Bharat / bharat

ପ୍ରାଣଘାତୀ କୋରୋନା: 418ଟି ନମୂନାରୁ 405ଟି ନେଗେଟିଭ୍

ଆତଙ୍କ ଖେଳାଇଛି କୋରୋନା ଭାଇରସ । ଯାହାକୁ ନେଇ କେରଳରେ 418ଟି ସନ୍ଦିଗ୍ଧ ନମୁନାକୁ ପରୀକ୍ଷଣ ପାଇଁ ପଠାଯାଇଥିବାବେଳେ 405ଟି ନେଗେଟିଭ ଥିବା ଜଣାପଡିଛି । ଅଧିକ ପଢନ୍ତୁ...

corona virus
କୋରୋନା ଭାଇରସ
author img

By

Published : Feb 17, 2020, 9:41 PM IST

ଥିରୁଅନନ୍ତପୁରମ: କେରଳର 'ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି'କୁ ପରୀକ୍ଷଣ ପାଇଁ ପଠାଯାଇଥିବା ସମୂଦାୟ ସନ୍ଦିଗ୍ଧ 418ଟି ନମୁନାରୁ 405ଟି ନେଗେଟିଭ ଥିବା ଜଣାପଡିଛି । ସେଥିମଧ୍ୟରୁ 3ଟି ନମୁନାକୁ ଛାଡିଲେ, ଅନ୍ୟ ଗୁଡିକର ଏବେବି ପରୀକ୍ଷା ଜାରି ରହିଛି ।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତି ଅନୁସାରେ, 3 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 2 ଜଣଙ୍କୁ ଡିସଚାର୍ଜ କରାଯାଇଛି । ଅନ୍ୟଜଣେ ବ୍ୟକ୍ତିଙ୍କର ପୁଣିଥରେ ରକ୍ତ ନମୂନା ପରୀକ୍ଷା ହେବାକୁ ଯାଇଛି । ତେବେ ପ୍ରାୟ 2 ହଜାର 276 ଜଣ ସନ୍ଦିଗ୍ଧ ଥିବାବେଳେ,2 ହଜାର 262 ଜଣଙ୍କୁ ଘରେ ରଖି ଚିକିତ୍ସା କରାଯାଉଛି । ଅନ୍ୟ 14 ଜଣଙ୍କୁ ହସ୍ପିଟାଲରେ ଆଇସୋଲେସନରେ ରଖାଯାଇଛି । ସମସ୍ତ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡିଛି ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନାନୂସାରେ, କେରଳ ସରକାରଙ୍କୁ ସୂଚିତ କରିବାକୁ ଯାଇ କହିଛନ୍ତି, 115ଜଣ କେରଳବାସୀ ବର୍ତ୍ତମାନ ଦିଲ୍ଲୀର 2ଟି କ୍ୟାମ୍ପରେ ସନ୍ଦିଗ୍ଧ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଏମାନଙ୍କର ପରୀକ୍ଷଣ କରାଯାଇଥିବାବେଳେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ସେମାନଙ୍କୁ ସୋମବାର ସନ୍ଧ୍ୟା ସୁଦ୍ଧା କେରଳ ଫେରିିଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.