ETV Bharat / bharat

ଲକଡାଉନ ନିୟମ ଉଲ୍ଲଂଘନ କରି 40 ହଜାର ଗିରଫ, ଜାଣନ୍ତୁ କେଉଁଠି... - Lockdown Violation In Bengal

ନିୟମ ମାନୁନାହାଁନ୍ତି ଅମାନିଆ । ଆଉ ଅମାନିଆଙ୍କୁ ସାବାଡ କରୁଛି ପୋଲିସ । ପଶ୍ଚିମବଙ୍ଗରେ ଲକଡାଉନ ନିୟମ ଉଲ୍ଲଂଘନ ମାମଲାରେ 40 ହଜାର ଲୋକଙ୍କୁ ଗିରଫ କରାଯାଇଛି ।

ଲକଡାଉନ ନିୟମ ଉଲ୍ଲଙ୍ଘନ କରି 40 ହଜାର ଗିରଫ, ପଢନ୍ତୁ କେଉଁଠି

author img

By

Published : May 6, 2020, 1:10 PM IST

କୋଲକାତା: ପଶ୍ଚିମବଙ୍ଗରେ ଲକଡାଉନ ନିୟମ ଉଲ୍ଲଂଘନ ମାମଲାରେ 40 ହଜାର ଲୋକଙ୍କୁ ଗିରଫ କରାଯାଇଛି । ମାର୍ଚ୍ଚ 25 ରୁ ଏବେ ସୁଦ୍ଧା 3,614 ଟି ଗାଡି ଜବତ ହୋଇଥିବା ବେଳେ 40,723 ଜଣ ଲୋକଙ୍କୁ ଗିରଫ କରାଯାଇଥିବା ନେଇ ବେଙ୍ଗଲ ପୋଲିସ ଟ୍ବିଟ କରି ସୂଚନା ଦେଇଛି ।

ତେବେ ଲକଡାଉନ ନିୟମ ଯେଉଁମାନେ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଏପରି କାର୍ଯ୍ୟନୁଷ୍ଠାନ ଜାରି ରହିବ ବୋଲି ପୋଲିସ ଅଧିକାରୀ କହିଛନ୍ତି । ଏହାଛଡା କଣ୍ଟେନମେଣ୍ଟ ବ୍ୟତୀତ ଅନ୍ୟ ଅଞ୍ଚଳରେ ଦୋକାନ ଖୋଲା ରହିଛି । ଓ ଅଟୋ ଚଳାଚଳକୁ ଅନୁମତି ଦିଆଯାଇଛି ବୋଲି ଜଣାପଡିଛି । ସେପଟେ ଗ୍ରୀନ ଜୋନରେ 50 ପ୍ରତିଶତ କାପାସିଟି ସହ ସର୍ବସାଧାରଣ ପରିବହନ ଚାଲିପାରିବ । ସେପଟେ ସର୍ବସାଧାରଣ ସ୍ଥାନକୁ ଗଲେ ମାସ୍କ ପିନ୍ଧିବା ସହ ସମାଜିକ ଦୂରତା ବଜାୟ ରଖିବାକୁ ଟୁଇଟ କରି ସୂଚନା ଦେଇଛି ବେଙ୍ଗଲ ପୋଲିସ ।

ଏହି ସମୟରେ କୋଲକାତା ପୋଲିସ ମଙ୍ଗଳବାର ଦିନ 800 ରୁ ଅଧିକ ଲୋକଙ୍କୁ ଲକଡାଉନ୍ ନିୟମ ଉଲ୍ଲଂଘନ କରି ଗିରଫ କରିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏହାସହ ଦିନରେ 9 ଟି ଗାଡି ଜବତ କରାଯାଇଛି । ଲକଡାଉନ୍ ନିୟମ ଉଲ୍ଲଂଘନରେ 652 ଜଣଙ୍କୁ ଗିରଫ କରିଥିବାବେଳେ ମାସ୍କ ନ ପିନ୍ଧି 152 ଏବଂ ଖୋଲା ସ୍ଥାନରେ ଛେପ ପକାଇବା ପାଇଁ 29 ଜଣଙ୍କୁ ଗିରଫ କରାଯିବା ନେଇ ସ୍ପଷ୍ଟ କରିଛନ୍ତି ପୋଲିସ ଅଧିକାରୀ । ଏହାଛଡା କଣ୍ଟେନମେଣ୍ଟ ଜୋନରେ ହୋଟେଲ ଖୋଲା ରଖିଥିବା ନେଇ ମଧ୍ୟ ଜଣଙ୍କୁ ଗିରଫ କରାଯାଇଛି । 188 ଆଇପିସି ଏବଂ 54 ଡିଏମ୍ ଆକ୍ଟର ସମ୍ପୃକ୍ତ ବିଭାଗ ଅନୁଯାୟୀ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.