ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ କମୁଛି କୋରୋନା ସଂକ୍ରମଣ ସଂଖ୍ୟା । ପୂର୍ବ ଦିନ ଅପେକ୍ଷା ବର୍ତ୍ତମାନ କିଛି ଦିନ ହେବ ହ୍ରାସ ପାଉଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରୟାସ ଓ ଲୋକଙ୍କ ସଚେତନତା ହେତୁ ଏଥିରେ ସୁଧାର ଆସୁଥିବା ପରିଲକ୍ଷିତ ହେଉଛି ।
କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ 36 ହଜାର 469 ଟି ପଜିଟିଭ ରିପୋର୍ଟ ହୋଇଛି । ଯେଉଁଥିରେ 488 ଜଣଙ୍କର ଜୀବନ ଯାଇଛି । ଯାହାକୁ ମିଶାଇ ଦେଶରେ 79 ଲକ୍ଷ 46 ହଜାର 429 ଟି ସଂକ୍ରମଣ ସଂଖ୍ୟା ରିପୋର୍ଟ ହୋଇଥିବାବେଳେ ଏପର୍ଯ୍ୟନ୍ତ ମୋଟ 1 ଲକ୍ଷ 19 ହଜାର 502 ଜଣ ଆକ୍ରାନ୍ତଙ୍କର ଜୀବନ ଯାଇଛି ।
ତେବେ ମୋଟ ସଂକ୍ରମଣଙ୍କ ମଧ୍ୟରୁ 72 ଲକ୍ଷ 01 ହଜାର 070 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ, 6 ଲକ୍ଷ 25 ହଜାର 857 ଜଣ ଦେଶର ବିଭିନ୍ନ କୋଭିଡ ସେଣ୍ଟରରେ ଚିକିତ୍ସାଧୀନ ଅଛନ୍ତି । ବର୍ତ୍ତମାନ ସବୁଠୁ ଅଧିକ ସଂକ୍ରମଣ ରାଜ୍ୟ ଭାବେ ପ୍ରଥମେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ଉତ୍ତପ୍ରଦେଶ ରହିଛନ୍ତି ।