ETV Bharat / bharat

ସରକାରୀ ଡାକ୍ତରଖାନାକୁ ଦିଆଯାଇଛି 36 ହଜାର ଭେଣ୍ଟିଲେଟର: ସ୍ବାସ୍ଥ୍ୟ ମନ୍ତ୍ରାଳୟ

କୋରୋନା ଭାଇରସକୁ ରୋକିବାକୁ ସରକାରୀ ଡାକ୍ତରଖାନାକୁ 36 ହଜାର ଭେଣ୍ଟିଲେଟର ଯୋଗାଇ ଦିଆଯାଇଛି। କେବଳ ଗୁରୁତର କୋରୋନା ଆକ୍ରାନ୍ତଙ୍କ ପାଇଁ ଭେଣ୍ଟିଲେଟରର ଆବଶ୍ୟକତା ରହିଥାଏ। ଅଧିକ ପଢ଼ନ୍ତୁ...

36 thousand ventilators provided to government hospitals says health ministry
ସରକାରୀ ଡାକ୍ତରଖାନାକୁ ଦିଆଯାଇଛି 36 ହଜାର ଭେଣ୍ଟିଲେଟର: ସ୍ବାସ୍ଥ୍ୟ ମନ୍ତ୍ରାଳୟ
author img

By

Published : Dec 31, 2020, 5:01 PM IST

ନୂଆଦିଲ୍ଲୀ: କୋରୋନା ଭାଇରସକୁ ରୋକିବାକୁ ସରକାରୀ ଡାକ୍ତରଖାନାକୁ 36 ହଜାର ଭେଣ୍ଟିଲେଟର ଯୋଗାଇ ଦିଆଯାଇଛି। ଏନେଇ ଆଜି(ଗୁରୁବାର) କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। କେବଳ ଗୁରୁତର କୋରୋନା ଆକ୍ରାନ୍ତଙ୍କ ପାଇଁ ଭେଣ୍ଟିଲେଟରର ଆବଶ୍ୟକତା ରହିଥାଏ। କୋରୋନା ଭୟାବହତାକୁ ଦୃଷ୍ଟିରେ ରଖି ଭେଣ୍ଟିଲେଟର ଆମଦାନୀ କରିବା ସହ ସ୍ବଦେଶୀ ଭେଣ୍ଟିଲେଟର ଉତ୍ପାଦନ ବଢ଼ାଇବାକୁ ଯୋଜନା ରଖାଯାଇଥିଲା। କୋରନା ସଂକ୍ରମଣ ଆରମ୍ଭ ବେଳେ ଦେଶରେ କେବଳ 16 ହଜାର ଭେଣ୍ଟିଲେଟର ରହିଥିଲା।

ସ୍ବଦେଶୀ ଉତ୍ପାଦିତ ଭେଣ୍ଟିଲେଟରର ମୂଲ୍ୟ କେବଳ 2ରୁ 10 ଲକ୍ଷ ଟଙ୍କା ରହିଛି। କୋରୋନା ସଂକ୍ରମଣ ବଢ଼ିବା ପରେ ଦେଶରେ ଭେଣ୍ଟିଲେଟର ଚାହିଦା ବଢ଼ିଥିଲା। ସାରା ବିଶ୍ବକୁ କୋରୋନା ଭାଇରସ କାୟା ବିସ୍ତାର କରିଥିବାରୁ ଏହି ସମୟରେ ଭେଣ୍ଟିଲେଟର ଆମଦାନୀ ସରକାରଙ୍କୁ ଅଧିକ ଟଙ୍କା ବ୍ୟୟ କରିବାକୁ ପଡ଼ିଥିଲା।

ତେବେ ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମରେ 12 ମାସରୁ ବି କମ ସମୟରେ ଦେଶରେ 36 ହଜାର 433 ଭେଣ୍ଟିଲେଟର ଉତ୍ପାଦନ ହୋଇଛି। 2020 ବର୍ଷରେ ଡାକ୍ତରୀ ଜିନିଷ ଉଦ୍ୟୋଗରେ ଉନ୍ନତି ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରାଳୟ ସୂଚନା ଦେଇଛି। କୋରୋନା ଭାଇରସ ଆରମ୍ଭ ସମୟରେ ଭେଣ୍ଟିଲେଟର ସହ ପିପିଇ କିଟ ଓ ଏନ-95 ମାସ୍କ ଆମଦାନୀ କରିବାକୁ ପଡ଼ିଥିଲା। ଭେଣ୍ଟିଲେଟର, ପିପିଇ କିଟ ଓ ଏନ-95 ମାସ୍କର ଆବଶ୍ୟକତାକୁ ଦେଖି ସ୍ବଦେଶରେ ଏହାକୁ ଉତ୍ପାଦନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ସ୍ବଦେଶୀ ଉତ୍ପାଦନ ଯୋଗୁଁ ଯେଉଁ ପିପିଇ କିଟ 600 ଟଙ୍କାରେ ବିକ୍ରି ହେଉଥିଲା ତାହା 200 ଟଙ୍କାକୁ ଖସି ଆସିଛି। ମାର୍ଚ୍ଚ ମାସରେ କେବଳ 3 ଜଣ ଉଦ୍ୟୋଗୀ ଏନ-95 ମାସ୍କ ଉତ୍ପାଦନ କରୁଥିବା ବେଳେ ବର୍ତ୍ତାମାନ ସଂଖ୍ୟା 3 ହଜାରରେ ପହଞ୍ଚିଛି। ଏହି ଉଦ୍ୟୋଗୀମାନେ ଦିନକୁ 8 ଲକ୍ଷ ଏନ-95 ମାସ୍କ ଉତ୍ପାଦନ କରୁଛନ୍ତି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.