ETV Bharat / bharat

20-21ରେ ଆନ୍ଧ୍ରପ୍ରଦେଶର ବିଭିନ୍ନ ମନ୍ଦିର ଉପରେ ଆକ୍ରମଣ ଘଟଣା: 335 ଗିରଫ - ଆନ୍ଧ୍ରପ୍ରେଦଶ ପୋଲିସ ଡିଜିପିଙ୍କ ମନ୍ତବ୍ୟ

ଆନ୍ଧ୍ରପ୍ରଦେଶର ଏକ ମନ୍ଦିର ଉପରେ ଆକ୍ରମଣ ଘଟଣାରେ 335 ଜଣଙ୍କୁ ଗିରଫ କରାଯାଇଛି । ଆନ୍ଧ୍ରପ୍ରଦେଶର ଡିଜିପି ଗୌତମ ସାୱାଙ୍ଗ ଏନେଇ ସୂଚନା ଦେଇଛନ୍ତି । ପଢନ୍ତୁ ଅଧିକ....

ଆନ୍ଧ୍ରପ୍ରେଦଶରେ20-21ରେ ବିଭିନ୍ନ  ମନ୍ଦିର ଆକ୍ରମଣରେ ଗିରଫ ହୋଇଛନ୍ତି 335 ଜଣ

author img

By

Published : Jan 13, 2021, 7:22 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶର ଏକ ମନ୍ଦିର ଉପରେ ଆକ୍ରମଣ ଘଟଣାରେ 335 ଜଣଙ୍କୁ ଗିରଫ କରାଯାଇଛି । ଆନ୍ଧ୍ରପ୍ରଦେଶର ଡିଜିପି ଗୌତମ ସାୱାଙ୍ଗ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଏହି ମାମଲାରେ 175ଟି ମାମଲା ରୁଜୁ ହୋଇଥିଲା । 2020ରୁ 21 ମଧ୍ୟରେ ରାଜ୍ୟରେ ମୋଟ 44ଟି ବଡ଼ ଧରଣର ଧାର୍ମିକ ଅନୁଷ୍ଠାନ ଉପରେ ଆକ୍ରମଣ ହୋଇଥିଲା । ଏଥିମଧ୍ୟରୁ 29ଟି ମାମଲାରେ 85 ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଆନ୍ଧ୍ରପ୍ରଦେଶ ଡିଜିପି ।

ରାଜ୍ୟର ପ୍ରାୟ 23,256 ଗାଁରେ ମନ୍ଦିରଗୁଡିକର ସୁରକ୍ଷା ଯୋଗାଇବା ପାଇଁ ପ୍ରାୟ 15,394 ଗ୍ରାମ ରକ୍ଷକଙ୍କୁ ନିୟୋଜିତ କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ 58,871 ମନ୍ଦିର ଜିଓ ଟ୍ୟାଗିଂ ସହିତ ଯୋଡି ହୋଇଥିବା ସୂଚନା ରହିଛି । ଏହି ସବୁ ସ୍ଥାନରେ 43,824 ସିସିଟିଭି କ୍ୟାମେରା ଲଗାଯାଇ 24 ଘଣ୍ଟିଆ ନିରୀକ୍ଷଣ କରାଯାଉଥିବା କହିଛନ୍ତି ଡିଜିପି । ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ରାମାଟେରଥମ୍ ଠାରେ ମୁଖ୍ୟ ମନ୍ଦିରରେ ସିସିଟିଭି କ୍ୟାମେରା ଥିଲା ଓ ସେଠାରେ ସମସ୍ତ କାର୍ଯ୍ୟ ନିରୀକ୍ଷଣରେ ରହିଥିଲା ।

ଉକ୍ତ ସ୍ଥାନରେ ଯଦି ସନ୍ଦିଗ୍ଧ ଲୋକଙ୍କ ଗତିବିଧି ଦେଖାଯାଏ ତେବେ ପୋଲିସକୁ ସୂଚନା ଦେବାକୁ ମଧ୍ୟ ପୋଲିସ ତରଫରୁ ଅନୁରୋଧ କରାଯାଥିଲା । ଏହି ଉଦ୍ଦେଶ୍ୟରେ ଯୋଗାଯୋଗ ନମ୍ବର 93929 03400 ଉପଲବ୍ଧ କରାଯାଇଛି ବୋଲି ଡିଜିପି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.