ବେଙ୍ଗାଲୁରୁ: କର୍ଣ୍ଣାଟକର ଏକ ଇଞ୍ଜିନିୟରିଂ କଲେଜରେ ପଢୁଥିବା 3 କାଶ୍ମୀର ଛାତ୍ରଙ୍କୁ ଗିରଫ କରିଛି ପୋଲିସ । ପାକିସ୍ତାନ ସମର୍ଥନରେ ନାରା ଦେବା ଅଭିଯୋଗରେ ଏହି ଛାତ୍ରଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଶୁକ୍ରବାର ଯେତେବେଳେ ସାରା ଦେଶ ପୁଲଓ୍ବାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିଲା, ସେତେବେଳେ ଏହି 3 ଇଞ୍ଜିନିୟରିଂ ଛାତ୍ର ପାକିସ୍ତାନ ସମର୍ଥନରେ ନାରା ଦେଇଥିଲେ ।
ପାକିସ୍ତାନ ସମର୍ଥନରେ ନାରା ଲଗାଉଥିବା ଇଞ୍ଜିନିୟରିଂ ଛାତ୍ରଙ୍କ ଭିଡିଓ ଭାଇରାଲ ହେବା ପରେ ଶନିବାର କର୍ଣ୍ଣାଟକ ପୋଲିସ ଏମାନଙ୍କୁ ଗିରଫ କରିଛି । ଗିରଫ ପରେ ଛାତ୍ର 3 ଜଣ କାଶ୍ମୀରର ହୋଇଥିବା ଜଣାପଡିଛି । 3 ଜଣ ଏମାନଙ୍କ ହଷ୍ଟଲରେ ପାକିସ୍ତାନ ଉପରେ ଲେଖାଯାଇଥିବା ଏକ ଗୀତ ଗାଇବା ସହ ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିଲେ ।
କଲେଜ ଅଧ୍ୟକ୍ଷ ଏବାବଦରେ ଅଭିଯୋଗ କରିଥିବା ବେଳେ ହୁବଲି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ପୋଲିସ କମିଶନର ଆର ଦିଲୀପ ଇଟିଭି ଭାରତକୁ ସୂଚନା ଦେଇଛନ୍ତି । ଛାତ୍ରଙ୍କଠାରୁ ଲାପଟପ ଓ ମୋବାଇଲ ଫୋନ ଜବତ କରାଯାଇଥିବା ପୋଲିସ କହିଛି । ତେବେ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ